Posted inଖେଳ

ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଇଂଲଣ୍ଡ

ସାଉଥାମ୍ପଟନ,୩।୮(ପି.ଟି.): ସ୍ଥାନୀୟ ରୋଜ ବାଉଲ୍‌ ଗ୍ରାଉଣ୍ଡରେ ମଙ୍ଗଳବାର ଇଂଲଣ୍ଡ ଓ ଭ୍ରମଣକାରୀ ଆୟର୍ଲାଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଇଂଲଣ୍ଡ ୨-୦ରେ ସିରିଜ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ଫଳରେ ଇଂଲଣ୍ଡ ତୃତୀୟ ମ୍ୟାଚ୍‌ ଜିତି ସିରିଜ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଏହି ମ୍ୟାଚ୍‌ ଜିତି ଆୟର୍ଲାଣ୍ଡ ସାନ୍ତ୍ୱନାମୂଳକ ବିଜୟ ହାସଲ କରିବାକୁ ପ୍ରୟାସ କରିବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲେ ମଧ୍ୟ ଆୟର୍ଲାଣ୍ଡ ବିଭିନ୍ନ ସମୟରେ ଇଂଲଣ୍ଡ ଉପରେ ଚାପ ପ୍ରୟୋଗ କରିବାରେ ସମର୍ଥ ହୋଇଛି। ଅବଶ୍ୟ ଏହାକୁ ବଜାୟ ରଖିବାରେ ଆୟର୍ଲାଣ୍ଡ ସଫଳ ହୋଇପାରି ନ ଥିଲା। ଇଂଲଣ୍ଡ ଫେଭରାଇଟ୍‌ ବିବେଚିତ ହେଉଥିଲେ ମଧ୍ୟ ଆୟର୍ଲାଣ୍ଡ ଅନ୍ତିମ ମ୍ୟାଚ୍‌ରେ ଲଢେଇ କରିବ ବୋଲି ଆଶା କରାଯାଉଛି।
ଇଂଲଣ୍ଡ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସାମ ବିଲିଙ୍ଗ୍ସ ଓ ଡେଭିଡ୍‌ ଓ୍ବିଲି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଦୁଇ ଖେଳାଳି ଘରୋଇ ପରିବେଶରେ ଖେଳାଯାଇଥିବା ଗତ ବିଶ୍ୱକପ୍‌ରେ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିଲେ। ବିଭିନ୍ନ କାରଣରୁ ଏମାନଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇ ନ ଥିଲା। ତେବେ ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନରେ ଏମାନେ ସଫଳ ହୋଇଛନ୍ତି ଓ ଇଂଲଣ୍ଡ ପାଇଁ ଏହା ଲାଭଦାୟକ ମଧ୍ୟ ହୋଇଛି। ଦୁଇଟି ମ୍ୟାଚ୍‌ରେ ବିଲିଙ୍ଗ୍ସ ଅପରାଜିତ ରହିଥିଲେ। ସେହପରି ପ୍ରଥମ ଦିନିକିଆରେ ଓ୍ବିଲି କ୍ୟାରିୟରର ପ୍ରଥମ ୫ ଉଇକେଟ ସଫଳତା ହାସଲ କରିଥିଲେ। ପୁଣି ଦ୍ୱିତୀୟ ଦିନିକିଆରେ ଓ୍ବିଲି ଓ ବିଲିଙ୍ଗ୍ସ ମ୍ୟାଚ୍‌ ବିଜୟୀ ଭାଗୀଦାରି ସ୍ଥାପନ କରିଥିଲେ। ତେବେ ଜେମ୍ସ ଭିନ୍ସଙ୍କ ଦୁର୍ବଳ ଫର୍ମ ଇଂଲଣ୍ଡ ପାଇଁ ଚିନ୍ତା ସୃଷ୍ଟି କରିଛି। ସେ କ୍ରମାଗତ ଭାବେ ବିଫଳ ପ୍ରଦର୍ଶନ କରି ଆସୁଛନ୍ତି।
ଅପରପକ୍ଷରେ ଆୟର୍ଲାଣ୍ଡ ତା’ର ଅଭିଜ୍ଞ ଖେଳାଳିମାନଙ୍କ ଉପରେ ନିର୍ଭର କରିବ। ଏହି ମ୍ୟାଚ୍‌ରେ ଅଭିଜ୍ଞ ଖେଳାଳିମାନେ ଆଶାନୁରୂପ ପ୍ରଦର୍ଶନ କରିପାରିଲେ ଆୟର୍ଲାଣ୍ଡ ଇଂଲଣ୍ଡକୁ ଚକ୍‌ମା ଦେଇପାରିବ। ସିରିଜରେ ମଧ୍ୟ କେତେଜଣ ଯୁବ ଖେଳାଳି ଆଖିଦୃଶଆ ପ୍ରଦର୍ଶନ କରିଛନ୍ତି। ତେବେ ଦଳଗତ ପ୍ରଦର୍ଶନରେ ଆୟର୍ଲାଣ୍ଡ ବିଫଳ ହୋଇଛି। ଯାହା ଫଳରେ ଇଂଲଣ୍ଡ ପାଇଁ କାମ ସହଜ ହୋଇଛି।
ଦ୍ୱିତୀୟ ଦିନିକିଆ ମଧ୍ୟ ଏହି ପିଚ୍‌ରେ ଖେଳାଯାଇଥିଲା। ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଆକାଶ ସାମାନ୍ୟ ମେଘୁଆ ରହିବ ଓ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଶା କରାଯାଉଛି। ଏହି ମୁକାବିଲାରେ ଇଂଲଣ୍ଡ ଫେଭରାଇଟ୍‌ ବିବେଚିତ ହେଉଛି।
ଇଂଲଣ୍ଡ ଦଳ(ସମ୍ଭାବ୍ୟ): ଇଅନ ମୋର୍ଗାନ (ଅଧିନାୟକ), ଜାସନ ରଏ, ଜନି ବେୟାରଷ୍ଟୋ (ଉଇକେଟକିପର), ଜେମ୍ସ ଭିନ୍ସ, ସାମ ବିଲିଙ୍ଗ୍ସ, ଟମ୍‌ ବାଣ୍ଟନ, ମୋଇନ ଅଲି, ଡେଭିଡ୍‌ ଓ୍ବିଲି, ଟମ୍‌ କୁରାନ, ଆଦିଲ ରସିଦ ଓ ସାକିବ ମେହମୁଦ।
ଆୟର୍ଲାଣ୍ଡ ଦଳ (ସମ୍ଭାବ୍ୟ): ଆଣ୍ଡି ବାଲବିର୍ନ (ଅଧିନାୟକ), ପଲ ଷ୍ଟିର୍ଲିଂ, ଗାରେଥ ଡେଲାନୀ, ହ୍ୟାରୀ ଟେକ୍ଟର, କେଭିନ୍‌ ଓ’ବ୍ରାଏନ, ଲୋରକାନ ଟକ୍କର (ଉଇକେଟକିପର), କର୍ଟିନ କ୍ୟାମ୍ପର, ସିମି ସିଂ, ଆଣ୍ଡି ମ୍ୟାକ ବ୍ରାଏନ, କ୍ରେଗ ୟଙ୍ଗ ଓ ଜୋଶ ଲିଟିଲ।
ସ୍ଥାନ: ସାଉଥାମ୍ପଟନ
ସମୟ: ସନ୍ଧ୍ୟା ୬.୩୦
ପ୍ରସାରଣ: ସୋନୀ ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କୋଲକାତା,୨୪।୧୧- ଦେଶର ପ୍ରଥମ ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି ରବିବାର କ୍ରମାଗତ ୭ ଟେଷ୍ଟ ଜିତି ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା...

ଇନ୍‌ଫାଣ୍ଟିନୋଙ୍କ ବଡ଼ ଆଇନଗତ ବିଜୟ

ବେଲିଜୋନା, ୬।୫(ଏପି): ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଏକ ବଡ଼ ଆଇନଗତ ବିଜୟ ହାସଲ କରିଛନ୍ତି। ସୁଇଜରଲାଣ୍ଡର ପୂର୍ବତନ...

‘ତୁମେ ମ୍ୟାଚ୍‌ ଶେଷ କରିପାରିବ’

ଦୁବାଇ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅନ୍ତିମ ବଲରେ ଛକା ମାରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମ୍ୟାଚ୍‌ ଜିତାଇଥିଲେ ଶ୍ରୀକର ଭରତ। ଦଳକୁ ଅନ୍ତିମ...

ଏଟିପି ଫାଇନାଲ୍ସ: ଜୋକୋଭିଚ୍‌ଙ୍କୁ ହରାଇ ସେମିରେ ମେଡ୍‌ଭେଡେଭ୍‌

ଲଣ୍ଡନ,୨୦।୧୧(ଏପି): ଚଳିତ ଏଟିପି ଫାଇନାଲ୍ସରେ ରୁଷୀୟ ଟେନିସ ତାରକା ଡାନିଲ ମେଡ୍‌ଭେଡେଭ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଅଂଶଗ୍ରହଣ କରିଥିବା ମେଡ୍‌ଭେଡେଭ୍‌...

ସିଓଏର ଘୋଷଣା ପରେ ଅଡୁଆରେ ଓସିଏ

କଟକ ଅଫିସ,୭ା୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିୟୋଜିତ କମିଟି ଅଫ ଆଡମିନଷ୍ଟ୍ରେଟର(ସିଓଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି...

ସ୍କଟ୍‌ଲାଣ୍ଡର ରେକର୍ଡ ଟି୨୦ ବିଜୟ

ଲଣ୍ଡନ, ୧୭।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ୫୮ ରନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ...

ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌: ଭାରତୀୟ ଜିଏମ୍‌ ଇନିୟାନଙ୍କୁ ଟାଇଟଲ

ଚେନ୍ନାଇ, ୪।୯(ପି.ଟି.)- ଭାରତୀୟ ଗ୍ରାଣ୍ଡମାଷ୍ଟର(ଜିଏମ୍‌) ପି. ଇନିୟାନ ସମ୍ମାନଜନକ ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ତାମିଲନାଡ଼ୁର ଏହି ଖେଳାଳି ସମ୍ଭାବ୍ୟ...

ଶତକ ସହ ବଟ୍‌ଲରଙ୍କ ରେକର୍ଡ ଭାଙ୍ଗିଲେ ଗ୍ଲେନ ମ୍ୟାକ୍ସଓ୍ବେଲ

ମାଞ୍ଚେଷ୍ଟର୍‌, ୧୭।୯: ଘରୋଇ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଜନ୍ନୀ...

Advertisement
Archives

Model This Week