Odisha Elections 2024

ବିଲୁପ୍ତପ୍ରାୟ ହାତୀବଂଶ

ତା୧୪ା୩ା୨୦୨୩ ରିଖରେ ଓଡ଼ିଶା ବିଧାନସଭା ପ୍ରଶ୍ନୋତ୍ତର କାଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ଗତ ଦଶ ବର୍ଷରେ ବିବିଧ କାରଣ ଯଥା ଶିକାରୀଙ୍କ ଗୁଳିଚୋଟ, ରେଳ ଲାଇନରେ ଦୁର୍ଘଟଣା ଓ ଇଲେକ୍ଟ୍ରି ତାର ଲାଗି ୭୮୪ ହାତୀ ମରିଛନ୍ତି ଓ ହାତୀ-ମଣିଷ ସଂଘର୍ଷରେ ୯୨୫ ମଣିଷଙ୍କର ମୃତ୍ୟୁ ହୋଇଛି। ଏଥିରୁ ଯାହା ପ୍ରତୀୟମାନ ହୁଏ ହାତୀବଂଶ ଧୀରେ ଧୀରେ ଲୋପ ପାଇଯିବ। ଆମ ପରପିଢ଼ିର ପିଲାମାନେ ପାଠ ବହିରେ ହାତୀ ଛବି ଦେଖି ଜାଣିବେ ଯେ ଏପରି ଏକ ବୃହତ୍‌କାୟ ପ୍ରାଣୀ ଥିଲା। ସେ ମଧ୍ୟ ଆମ ମହାନ୍‌ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ। ଗଜପତି ମହାରାଜା ଶ୍ରୀନଅରରୁ ଗଜାରୂଢ଼ ହୋଇ ପୃଥିବୀ ପ୍ରସିଦ୍ଧ ରଥଯାତ୍ରାରେ ରଥ ଉପରେ ଛେରାପହଁରା କରିବାକୁ ଆସନ୍ତି। କ୍ରମଶଃ ସମୟର ପ୍ରଭାବରେ ଗଜପତି ‘ତାମଜାନି’ରେ ବସି ଶ୍ରୀନଅରରୁ ବିଜେ ହେଉଛନ୍ତି ଓ ପବିତ୍ର ଛେରାପହଁରା ସମ୍ପନ୍ନ କରି ଫେରୁଛନ୍ତି। ଗଜପତି ଅଛନ୍ତି, ମାତ୍ର ଗଜ ନାହିଁ। ଏହା ହିଁ ଦୁଃଖଦ ଓ ବିଡମ୍ବନା।
ହାତୀଟିଏ ଖାଦ୍ୟ, ପାନୀୟ ଓ ବାସସ୍ଥଳୀ ଅଭାବରୁ ବାଧ୍ୟ ହୋଇ ସହର ଓ ଜନବସତିମୁହଁା ହେଉଛି ା କହିବା ବାହୁଲ୍ୟ ଯେ ହାତୀ ଏକ ବିଶାଳକାୟ ପ୍ରାଣୀ। ଜନବସତିମୁହଁା ହେବାରୁ ମୃତ୍ୟୁ ତା’ ପାଇଁ ଅନିବାର୍ଯ୍ୟ ହୋଇଯାଉଛି। ଏଇଠି ସୃଷ୍ଟି ହେଉଛି ହାତୀ-ମଣିଷ ଲଢ଼େଇ ଓ ମଣିଷ ହିଁ ପ୍ରାଣ ହରାଉଛି। ମନ୍ତ୍ରୀ କହିଥିଲେ, ୨୦୧୨-୧୩ରେ ୮୨ ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫-୧୬ରେ ୮୬, ୨୦୧୬-୧୭ରେ ୭୬, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯-୨୦ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୧-୨୨ରେ ୮୬ ହାତୀଙ୍କର ମୃତ୍ୟୁ ହୋଇଛି। ସେହିପରି ୨୦୧୨-୧୩ରେ ହାତୀ ଆକ୍ରମଣ ହେତୁ ୮୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୦୧୩-୧୪ରେ ୬୬, ୨୦୧୪-୧୫ରେ ୬୫, ୨୦୧୫-୧୬ରେ ୮୯, ୨୦୧୬-୧୭ରେ ୬୬, ୨୦୧୭-୧୮ରେ ୧୦୫, ୨୦୧୮-୧୯ରେ ୮୫, ୨୦୧୯-୨୦ରେ ୧୧୭, ୨୦୨୦-୨୧ରେ ୧୩୯ ଓ ୨୦୨୧-୨୨ରେ ୧୧୨ ଜଣ ମୃତ୍ୟୁବରଣ କରିଛନ୍ତି। ଏହି ସମୟରେ ହାତୀ ଆକ୍ରମଣରେ ମୋଟ ୨୧୨ ଜଣ ମଣିଷ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇଛନ୍ତି। ୨୦୨୧-୨୨ରେ ସର୍ବାଧିକ ୫୧ ଜଣ ଅକର୍ମଣ୍ୟ ହୋଇଛନ୍ତି। ହାତୀ ମୃତ୍ୟୁ ମାମଲାରେ ୫୦ ଜଣ ବ୍ୟକ୍ତିଙ୍କର ସମ୍ପୃକ୍ତି ନେଇ ମାମଲା ଓ ଚାର୍ଜଶିଟ ହୋଇଥିବା ମନ୍ତ୍ରୀ କହିଛନ୍ତି।
୨୦୧୭ ହସ୍ତିଗଣନା ଅନୁସାରେ ରାଜ୍ୟରେ ୧୯୭୬ ହାତୀ ଅଛନ୍ତି। ହାତୀ ସୁରକ୍ଷା ନିମନ୍ତେ ଜଙ୍ଗଲରେ ବୃକ୍ଷରୋପଣଠାରୁ ଆରମ୍ଭ କରି ଚାରଣଭୂମି ସୃଷ୍ଟି, ଜଳାଶୟ ଖନନ, ଶିକାରୀ ବିରୋଧ ଶିବିର କରିବା, ବୈଜ୍ଞାନିକ ଜ୍ଞାନକୌଶଳ ଦ୍ୱାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ବିଷୟ ମନ୍ତ୍ରୀ ଅମାତ କହିଛନ୍ତି। ସେ ମଧ୍ୟ କହିଛନ୍ତି, ବିଷ ପ୍ରୟୋଗ କରି ରାଉରକେଲା ଅଞ୍ଚଳରେ ଗୋଟିଏ ହାତୀକୁ ମରାଯାଇଛି। ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁବରଣ କରିଥିବାବେଳେ ୩୫ ହାତୀଙ୍କୁ ବିଭିନ୍ନ ଉପାୟରେ ମାରିଦିଆଯାଇଛି। ରେଳ ଦୁର୍ଘଟଣାରେ ୧୭ ଓ ସଡକ ଦୁର୍ଘଟଣାରେ ୪ହାତୀଙ୍କ ଜୀବନ ଯାଇଛି। ବିଭିନ୍ନ ରୋଗ ହେତୁ ଆନ୍ଥ୍ରାକ୍ସରେ ୨୪, ହରପିସ୍‌ରେ ୧୦ ହାତୀ ମରିଛନ୍ତି। ସେହିପରି ଅନ୍ୟାନ୍ୟ ବ୍ୟାଧିରେ ୧୨୪ ହାତୀଙ୍କ ପ୍ରାଣ ଯାଇଛି। ଏହା ବ୍ୟତୀତ ୩୬ ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ।
ଭବିଷ୍ୟତରେ ଆମ ପରପିଢ଼ି ଅଝଟିଆ ପିଲାମାନେ କେବଳ ମାଆ କୋଳରେ ଥାଇ ହାତୀକୁ ନେଇ ଗୀତ ଶୁଣି ଶୁଣି ଶୋଇପଡିବେ।
ସୁତରାଂ ଗଜରାଜଙ୍କ ସୁରକ୍ଷିତ ଜୀବନ ଆଜି ଆମ ଚିନ୍ତା ଓ ଚେତନାକୁ ସ୍ପନ୍ଦିତ କରୁ ଏତିକି ପ୍ରାର୍ଥନା। ଗଜରାଜ ବଞ୍ଚି ରହୁ। ସୁତରାଂ ଆଜିର ବିପଥଗାମୀ ମଣିଷ ନିଜକୁ ସଂଶୋଧନ କଲେ ଗଜରାଜ ଅକ୍ଷୁଣ୍ଣ ରହିବ- ଏତିକି ଆମର ଅନୁଚିନ୍ତା ହେଉ।

 

– ବିମଳ ପ୍ରସନ୍ନ ଦାସ
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

‘ଏମ୍‌ବିଏ ସରପଞ୍ଚ’ ଭାବେ ରାଜସ୍ଥାନର ଛବି ରାଜଓ୍ବାତ ବେଶ୍‌ ଜଣାଶୁଣା। ଏମ୍‌ବିଏରେ ଡିଗ୍ରୀ ହାସଲ ପରେ ସେ ରାଜନୀତିକୁ ଆସିଥିଲେ ଓ ୨୦୧୦ରେ ପ୍ରଥମେ ସରପଞ୍ଚ...

ନୂତନ ଭିନ୍ନକ୍ଷମ ଅଧିକାର ଆଇନ

ଡ. ବିରଜା ରାଉତରାୟ ୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି...

ଓଡ଼ିଶାରେ ଆଞ୍ଚଳିକ ଦଳ ପ୍ରଭାବ

ସୌଭାଗ୍ୟ ସୁନ୍ଦରରାୟ ଓଡ଼ିଶାରେ ଆଞ୍ଚଳିକ ଦଳ ରାଜନୀତି ବିଜୁ ଜନତା ଦଳ(ବିଜେଡି)ରୁ ଆରମ୍ଭ ହୋଇନାହିଁ କି ଏହା ଏଇଠି ମଧ୍ୟ ଶେଷ ହୋଇ ନାହିଁ। ରାଜ୍ୟରେ...

ସଂଘୀୟ ବ୍ୟବସ୍ଥାରେ ପୋଲିସ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ବେଆଇନ ଥିଲା ବୋଲି ନିକଟରେ ସୁପ୍ରିମକୋର୍ଟ କହିବା ପରେ ଦେଶରେ...

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri