ସରକାରୀ ଜମିରୁ ଜବରଦଖଲ ମୁକ୍ତ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖାଲି ହେଲା ଗୋଚର, ଗ୍ରାମ୍ୟ ରାସ୍ତା ଜମି

ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗ୍ରାମର କେତେଜଣ ବ୍ୟକ୍ତି ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲକରି ଦୀର୍ଘବର୍ଷ ଧରି ରହି ଆସୁଥିଲେ। ଏହି ଜମିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ମାପଚୁପ କରାଯାଇ ମେଶିନ ଲଗାଇ ଉଚ୍ଛେଦ କରାଯାଇଛି।
ଜବରଦଖଲ ଯୋଗୁ ହରିଆବାଙ୍କ ଗ୍ରାମର ଲୋକେ ରାସ୍ତାରେ ଯାତାୟାତ ପାଇଁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିଲେ। ଏ ନେଇ ଗ୍ରାମର ଲୋକ ପ୍ରଶାସନକୁ ଅବଗତ କରିଥିଲେ। ବେଆଇନ ଭାବେ ଜବରଦଖଲକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଗ୍ରାମବାସୀଙ୍କ ପକ୍ଷରୁ ପଶୁପତି ଜାନା ନ୍ୟାୟ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାକୁ ଗ୍ରାମବାସୀଙ୍କ ପକ୍ଷରୁ ଆଇନଜୀବୀ ସରୋଜ କୁମାର ପାଢ଼ୀ ପରିଚାଳନା କରୁଥିଲେ। ହାଇକୋର୍ଟରେ ରିଟ ପିଟିଶନ (ଜନସ୍ବାର୍ଥ ମାମଲା) କେସ୍‌ ନମ୍ବର ୫୪୧୭/୨୫ ରୁଜୁହେବା ପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ୨ ଜଣିଆ ଖଣ୍ଡପୀଠ ବିଚାରକରି ଅର୍ଡର ୧୯ା୩ା୨୦୨୫ ତୁରନ୍ତ ତଦନ୍ତ କରିବା ସହ ସରକାରୀ ଜମି ଜବରଦଖଲ ମୁକ୍ତ କରିବା ସହ ୧୫ ଦିନ ମଧ୍ୟରେ କୋର୍ଟଙ୍କୁ ଅବଗତ କରିବା ପାଇଁ ମହାକାଳପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପୂର୍ବାହ୍ନରେ ମହାକାଳପଡ଼ା ତହସିଲଦାର ଶିବ ମଲିକଙ୍କ ସହ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ବେଆଇନ ଭାବେ ଜବରଦଖଲରେ ଥିବା ସରକାରୀ ଜମି ମାପ ଚୁପ କରିବା ପରେ ମୁକ୍ତ ହୋଇଥିଲା। ଜବରଦଖଲ ଜମି ମାପଚୁପ ହୋଇଥିବା ଖରିନାସୀ ମୌଜା ଖାତା ନଂ. ୭୦ ଓ ପ୍ଲଟ୍‌ ନଂ. ୩୦୩ ଅର୍ନ୍ତଭୁକ୍ତ ୨ ଏକର ୧୨ ଡିସିମିଲି କିସମରେ ରାସ୍ତା। ସେହିପରି ଖାତା ନଂ. ୭୧, ପ୍ଲଟ୍‌ ନଂ. ୫୬ରେ ୩ ଏକର ୫୦ ଡିସିମିଲି କିସମରେ ଗୋଚର ଜମି ଓ ଅନ୍ୟ ଏକ ଖାତା ନଂ. ୭୧ରେ ପ୍ଲଟ ନଂ. ୨୫୨ ଏକର ୦ . ୫୨୦ ଡିସିମିଲି କିସମରେ ଗୋଚର ଜମିକୁ ଅମିନ ଉପସ୍ଥିତ ରହି ମାପଚୁପ କରି ତହସିଲଦାରଙ୍କୁ ଚିହ୍ନଟ ଦେଇଥିଲେ। ଉକ୍ତ ସରକାରୀ ଜମି ଚିହ୍ନଟ ପରେ ସିମେଣ୍ଟ ଖୁଣ୍ଟ ପୋତାଯାଇଛି। ଏ ନେଇ ଉଚ୍ଛେଦ ଓ ମାପଚୁପ ଜମି ଚିହ୍ନଟ ହୋଇଥିବା ତଦନ୍ତ ରିପୋର୍ଟ ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରେ ତହସିଲ ରାଜସ୍ବ ସୁପରଭାଇଜର ନଳିନୀକାନ୍ତ ପୃଷ୍ଟି, ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା, ଅମିନ ଅଶୋକ ବେହେରା, ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ଜମ୍ବୁ ସାମୁଦ୍ରିକ ଥାନାର କର୍ମଚାରୀଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?