ସ୍ତନ୍ୟପାନ ଲାଗି ପ୍ରୋତ୍ସାହନ

ମା’ କ୍ଷୀର ମା’ କ୍ଷୀର
ସବୁ ମମତାର ଗନ୍ତାଘର ସେ, ସବୁ ସେନେହର ଧାର
ମା’ କ୍ଷୀର ମା’ କ୍ଷୀର
ପ୍ରଭୁଙ୍କ ଆଶିଷ ଝରିଯାଏ ଯହିଁ ହୋଇ ଅମୃତର ଝର
ମା’ କ୍ଷୀର ମା’ କ୍ଷୀର
ଶିଶୁ ଜୀବନର ସ୍ପନ୍ଦନ ସେ ଯେ,
ପ୍ରତିଟି ଟୋପାରୁ ଶୁଭୁଥାଏ ଯା’ର ସଂଜୀବନୀର ସ୍ବର।

ମା’ ଯେମିତି ପୃଥିବୀର ସବୁଠାରୁ ଶକ୍ତିଶାଳୀ ଶବ୍ଦ, ଠିକ୍‌ ସେମିତି ମା’ କ୍ଷୀର ହେଉଛି ଶିଶୁ ପାଇଁ ସର୍ବୋତ୍କୃଷ୍ଟ ଖାଦ୍ୟ। ମା’ କ୍ଷୀର ସଂଜୀବନୀ ସଦୃଶ। ଶିଶୁକୁ ଏହା ଦିଏ ନୂଆ ଜୀବନ। କ୍ଷୀରର ପ୍ରତ୍ୟେକ ବିନ୍ଦୁରୁ ଝରୁଥାଏ ମା’ର ମମତାର ସ୍ବର।
ମା’ମାନଙ୍କୁ ସ୍ତନ୍ୟପାନ ପାଇଁ ପ୍ରୋତ୍ସାହିତ କରିବା ତଥା ମା’ ଓ ଶିଶୁ ପାଇଁ ସ୍ତନ୍ୟପାନର ଉପକାରିତା ବିଷୟରେ ସଚେତନ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା, ୟୁନିସେଫ୍‌ ଏବଂ ଗ୍ଲୋବାଲ୍‌ ବ୍ରେଷ୍ଟ ଫିଡିଂ କଲେକ୍ଟିଭ୍‌ ର ମିିଳିତ ଉଦ୍ୟମରେ ସାରା ବିଶ୍ୱରେ ଅଗଷ୍ଟ ୧ରୁ ୭ତାରିଖ ଯାଏଁ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ‘ ପାଳନ କରାଯାଉଛି ା ତେବେ ଚଳିତ ବର୍ଷ ଏହି ଉପଲକ୍ଷେ ବାର୍ତ୍ତା ହେଉଛି- ‘ସ୍ତନ୍ୟପାନ ପାଇଁ ମା’ମାନଙ୍କୁ ପ୍ରୋତ୍ସାହିତ କରିବା ସହ ସାହାଯ୍ୟ ମଧ୍ୟ କରିବା ଜରୁରୀ।’ ସ୍ତନ୍ୟପାନ ଏକ ମାତ୍ର ଉପାୟ, ଯାହା ମାଧ୍ୟମରେ ପ୍ରତିବର୍ଷ ୮ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କର ଜୀବନରକ୍ଷା ହୋଇପାରୁଛି ଏବଂ ଶିଶୁ ମୃତ୍ୟୁହାର କମିଯାଇ ପାରୁଛି। ଏଥିରେ ଜନ୍ମର ଏକବର୍ଷ ମଧ୍ୟରେ ତଥା ୧ରୁ ୫ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁହାର ମଧ୍ୟ କମିଯାଉଛି ା ତେଣୁ ଶିଶୁଙ୍କୁ ସୁସ୍ଥ ସବଳ ଓ ନୀରୋଗ ରଖିବା ପାଇଁ ମା’ମାନଙ୍କୁ ସ୍ତନ୍ୟପାନ ସମ୍ପର୍କରେ ପ୍ରଶିକ୍ଷଣ ଦେବା ତଥା ଶିଶୁ ପାଇଁ ସ୍ତନ୍ୟପାନର ଉପାଦେୟତା ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ଏହି ସପ୍ତାହର ଲକ୍ଷ୍ୟ ା
ମା’ କ୍ଷୀର ହେଉଛି ଏକ ସର୍ବୋତ୍କୃଷ୍ଟ, ପ୍ରାକୃତିକ ପରିପୂରକ ଖାଦ୍ୟ, ଯେଉଁଥିରେ ରହିଛି ପୋଷକ ସନ୍ତୁଳନତା, ଯାହା ଶିଶୁଟି ପାଇଁ ସଂପୂର୍ଣ୍ଣ ଉପଯୋଗୀ। ତେବେ ଏଥିରେ ପ୍ରଥମ ସଚେତନତାର ବାର୍ତ୍ତା ଦେବେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ।
କାରଣ ଏଥିରେ ପ୍ରାଥମିକ ପ୍ରସ୍ତୁତି ଗର୍ଭର ୫ମାସ ବେଳକୁ ହୋଇଥାଏ।
ଏହି ସମୟରେ ଇଷ୍ଟୋ୍ରଜେନ୍‌, ପ୍ରୋଜେଷ୍ଟେରୋନ୍‌ ଓ ପ୍ରୋଲାକ୍ଟିନ୍‌ ପ୍ରଭାବରୁ କ୍ଷୀର ତିଆରିର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏବଂ ଗର୍ଭାବସ୍ଥାର ଶେଷ ପର୍ଯ୍ୟନ୍ତ ଯାଇଥାଏ ା ତେଣୁ ଏହି ସମୟରେ ରିଟ୍ରାକ୍ଟେଡ ନିପୁଲ୍‌ ବା ସ୍ତନରେ ଅନ୍ୟ କିଛି ଅସୁବିଧା ଥିଲେ ତା’ର ଚିକିସତ୍ା କରିବା ଆବଶ୍ୟକ।
ଏହାଛଡ଼ା ଗର୍ଭର ଶେଷ ମାସରେ ପ୍ରସବ ପୂର୍ବରୁ ନିପୁଲ୍‌କୁ ସଫା ରଖିବାକୁ ହୋଇଥାଏ। ଏହି ସମୟରେ ସ୍ତନ୍ୟପାନ ପାଇଁ ମା’ର ମାନସିକ ଓ ଶାରୀରିକ ପ୍ରସ୍ତୁତି ହୋଇଥାଏ। ଆଣ୍ଟେନାଟାଲ ଚେକ୍‌ଅପ୍‌ ସମୟରେ ମଧ୍ୟ ସ୍ତନ୍ୟପାନ ଜନିତ ବିଭିନ୍ନ ପ୍ରଶ୍ନର ଉତ୍ତର ଡାକ୍ତରମାନେ ଦେଇଥାନ୍ତି , ଯାହାଦ୍ୱାରା ମା’ମାନଙ୍କର ଉଦ୍‌ବେଗ ଦୂର ହୋଇଥାଏ।
ପ୍ରସବ ହେବା ପରେ ପରେ ମା’ମାନଙ୍କୁ ପ୍ରୋତ୍ସହିତ କରିବା ତଥା ସେମାନଙ୍କୁ ସ୍ତନ୍ୟପାନର ଠିକ୍‌ ପୋଜିସନରେ ଖାଇବାକୁ ଦେବା ନର୍ସିଂ ଷ୍ଟାଫମାନଙ୍କର କର୍ତ୍ତବ୍ୟ। ଡେଲିଭରି ପରେ ନର୍ସିଂସିଷ୍ଟରମାନଙ୍କର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ା ନରମାଲ ଡେଲିଭରି ହେଉ ଅବା ସିଜରିଆନ୍‌ ସେକ୍‌ସନ ପରେ ପରେ ସଙ୍ଗେ ସଙ୍ଗେ ସେମାନେ ମା’କୁ ଶିଶୁକୁ କ୍ଷୀର ଖୁଆଇବାରେ ଦରକାର। ବିଶେଷ ଭାବରେ କଷକ୍ଷୀର ଯେ ଶିଶୁର ପ୍ରଥମ ଟୀକା ଓ ଏଥିରେ ଭିଟାମିନ୍‌ ଏ, ଡି, ଇ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ଅଛି, ସେକଥା ମା’ମାନେ ଜାଣିବା ଆବଶ୍ୟକ।
ମା’କୁ ସ୍ତନ୍ୟପାନ ପାଇଁ ଉପଯୁକ୍ତ ପରିବେଶ ଯୋଗାଇଦେବା ପରିବାରର ଦାୟିତ୍ୱ। ବେଳେବେଳେ ଘରେ ଗୁରୁଜନମାନେ ଶିଶୁଟିକୁ ଧରନ୍ତି ଏବଂ ଭିଡ ଯୋଗୁଁ ଲାଜରେ ମା’ ଶିଶୁଟିକୁ ଖୁଆଇ ପାରେ ନାହିଁ। ଏକା ଥିଲେ ବା ଯୁଗ୍ମ ପରିବାରରେ ଥିଲେ, ଘର କାମ କରିବାକୁ ପଡେ।ଏଥିରେ ଶିଶୁଟି ଅବହେଳାର ଶିକାର ହୁଏ। ଏହାଛଡା ସୁଷମ ଖାଦ୍ୟର ଅଭାବ ଦେଖାଦେଇଥାଏ। ସବୁ ଘରକାମ, ରନ୍ଧାବଢା ଆଦି ସରୁ ସରୁ ଶିଶୁକୁ ଖୁଆଇବାକୁ ସମୟ ହୁଏ ନାହିଁ। ଏହାଛଡା କେତେକ ଗ୍ରାମାଞ୍ଚଳର କୁସଂସ୍କାର ପାଇଁ ମା’ ସୁଷମ ଖାଦ୍ୟ ଖାଇପାରେ ନାହିଁ। ଏହି ସମୟରେ ମା’କୁ ହାଇକ୍ୟାଲୋରି ଯୁକ୍ତ ଖାଦ୍ୟ ଯୋଗାଇଦେବାରେ ପରିବାରର ସାହାଯ୍ୟ ଓ ସମର୍ଥନ ନିହାତି ଜରୁରୀ। କର୍ମଜୀବୀ ମା’ ମାନେ ମଧ୍ୟ ନିଜ କ୍ଷୀର କାଢି ଫ୍ରିଜ୍‌ରେ ରଖି ନିଜ ଶିଶୁକୁ ଖୁଆଇ ପାରିବେ।
ସ୍ତନ୍ୟପାନ ଈଶ୍ୱରଙ୍କର ବରଦାନ। ଏହା ଶିଶୁର ଜନ୍ମଗତ ଅଧିକାର। ଏଥିରୁ ଶିଶୁକୁ ବଞ୍ଚତ୍ତ କରିବା ଉଚିତ ନୁହେଁ ା ମା’ର ଦୃଢ ଇଚ୍ଛାଶକ୍ତି ଓ ସମସ୍ତଙ୍କର ପ୍ରୋତ୍ସାହନ ତଥା ସାହାଯ୍ୟ ହିଁ ସାରା ବିଶ୍ୱରେ ଶିଶୁମାନଙ୍କୁ ଶିଶୁମୃତ୍ୟୁରୁ ରକ୍ଷା କରିପାରିବ।

ଡା. ସରୋଜିନୀ ଷଡ଼ଙ୍ଗୀ

-ସ୍ତ୍ରୀରୋଗ ବିଶେଷଜ୍ଞ
ଲିଙ୍କ୍‌ ରୋଡ୍‌ , କଟକ
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri