ରଣବୀରଙ୍କୁ ସୁପର୍‌ ଡ୍ରଗ୍‌ କହିଥିଲେ ଦୀପିକା, ଭାଇରାଲ ହେଉଛି ପୋଷ୍ଟ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଯାଞ୍ଚ୍‌ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏବେ ବଲିଉଡରେ ଡ୍ରଗ୍ସ ଯୋଗାଉଥିବା ଚେନ୍‌କୁ ଧରିବାକୁ ଚେଷ୍ଟା ଚଳାଇଛି। ଏନସିବି ଅନୁସନ୍ଧାନରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଏବେ ଦୀପିକାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଅନ୍ୟପକ୍ଷରେ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଦୀପିକାଙ୍କ ଉପରେ ବର୍ଷିଛନ୍ତି। ଡ୍ରଗ୍ସ ମାମଲାରେ ଦୀପିକାଙ୍କ ନାମ ପଦାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ସ୍ବାମୀ ତଥା ଅଭିନେତା ରଣବୀର ସିଂଙ୍କୁ ତାଙ୍କ ସୁପର ଡ୍ରଗ ବୋଲି କହିଛନ୍ତି। ଏହି ପୋଷ୍ଟ ନଭେମ୍ବର ୨୦୧୯ରେ କରାଯାଇଥିଲା। ରଣବୀରଙ୍କ ଫଟୋ ଶେୟାର କରିଥିଲେ। ଫଟୋରେ ରଣବୀରଙ୍କ ଟି-ସାର୍ଟର ପଛପଟରେ ଲେଖାଯାଇଥିଲା- ପ୍ରେମ ହେଉଛି ଏକ ସୁପର ପାୱାର। ଫଟୋ କ୍ୟାପସନରେ ଦୀପିକା ଲେଖିଥିଲେ- ଏବଂ ତୁମେ ମୋର ସୁପର ଡ୍ରଗ। ଦୀପିକାଙ୍କ ଏହି ଫଟୋକୁ ପ୍ରାୟ ୧ କୋଟି ଲୋକ ପସନ୍ଦ କରିଥିଲେ।

View this post on Instagram

& you…my super drug!💝

A post shared by Deepika Padukone (@deepikapadukone) on


Enter your email to get our daily news in your inbox.

All Right Reserved By Dharitri.Com

କାନ୍ସରେ ଦୀପିକା: ପ୍ରଶଂସକ କହିଲେ, ତୁମ ପାଇଁ ଆମେ ଗର୍ବିତ

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜଜ୍‌ ଭାବରେ ନଜର ଆସିବେ। ଦୀପିକା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପାଇଁ ଫ୍ରେଞ୍ଚ...

ଫସିଲେ ର଼୍ୟାପର୍‌ ବାଦଶାହା! ଏଥିପାଇଁ ୯ ଘଣ୍ଟା କାଳ ଜେରା କଲା କ୍ରାଇମ୍‌ବ୍ରାଞ୍ଚ

ବମ୍ବେ: ବିବାଦରେ ଲୋକପ୍ରିୟ ର଼୍ୟାପର୍‌ ବାଦଶାହା। ଫେକ୍‌ ଫଲୋୟର ର଼୍ୟାକେଟ୍‌ କେସ୍‌ରେ ସେ ଛନ୍ଦି ହୋଇଛନ୍ତି। ନିଜର ସୋସିଆଲ ମିଡିଆରେ ସେ ନକଲି ଫଲୋଅର୍ସ କରିଛନ୍ତି।...

ବିଗ୍‌ବସ୍‌ରୁ ଟିନା ବିଦା!

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ’। ଯେତିକି ଯେତିକି ଏହାର ଫାଇନାଲ ଦିନ ପାଖେଇ ଆସୁଛି ଦର୍ଶକଙ୍କ ଉତ୍କଣ୍ଠା...

କରନଙ୍କୁ ବିବାହ କରିବା ପୂର୍ବରୁ ଜନ୍‌ ଆବ୍ରାହମ୍‌ଙ୍କ ସହିତ ୯ ବର୍ଷ ଲିଭ୍‌ଇନ୍‌ରେ ଥିଲେ ବିପାଶା…

ମୁମ୍ବାଇ,୭।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ବିପାଶା ବସୁଙ୍କୁ ଗୁରୁବାର ୪୧ ବର୍ଷ ପୂରିଛି। ସେ ୪୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ଜାନୁୟାରୀ ୭ରେ...

ଜୁବିନ ନୌଟିଆଲ ଆହତ

ମୁମ୍ବାଇ,୨।୧୨: ଲୋକପ୍ରିୟ ପ୍ରଚ୍ଛଦପଟ୍ଟ ଗାୟକ ଜୁବିନ ନୌଟଆଲ ଗୁରୁବାର ଭୋର ସମୟରେ ବିଲ୍ଡିଂ ଶିଡ଼ିରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କ କହୁଣି ଭାଙ୍ଗିବା ସହ...

‘ଛାଡ଼ପତ୍ର ଦିନ ପାଳିବି ଜନ୍ମଦିନ’

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଆଜି ଅର୍ଥାତ୍‌ ଡିସେମ୍ବର ୨୪ ଶନିବାର ଓଲିଉଡ୍‌ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ଅନୁଭବ ନିଜେ ସୋସିଆଲ ମିଡିଆରେ...

ଆଲିଆଙ୍କ ଚପଲର ଦାମ୍‌ କେତେ ଜାଣନ୍ତି…

ଫିଲ୍ମ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀଙ୍କ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି...

ଦୁଇ ଦୁଇ ଥର ଭାଙ୍ଗିଛି ପାରସ୍‌ଙ୍କ ହୃଦୟ; କାରଣ ନ କହି ବ୍ରେକ୍‌ଅପ୍‌ କରିଥିଲେ ଉର୍ଫି

ବମ୍ବେ: ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ଶୋ’ର ଷ୍ଟାରକାଷ୍ଟର ପ୍ରତିଟି ଚରିତ୍ର ଏବେ ଘରେ ଘରେ ପରିଚିତ। ଅନୁପମାଙ୍କ ପୁଅ ସମର ଭୂମିକାରେ...

Advertisement
Archives

Model This Week