ଏକାଦଶୀ ଉପବାସ ଓ ବିଜ୍ଞାନ

ଡ. ନରେନ୍ଦ୍ର ସେଠୀ

ଜାପାନର ପ୍ରଖ୍ୟାତ ଜୈବବିଜ୍ଞାନୀ ୟୋଶିନୋରି ଓଶୁମି ୨୦୧୬ରେ ଉପବାସ ସମୟରେ ଶରୀର କିପରି ସ୍ବୟଂ ନିଜେ ନିଜକୁ ବ୍ୟାକ୍ଟେରିଆ ଓ ଭୂତାଣୁଙ୍କ କବଳରୁ ରକ୍ଷା କରେ ତା’ଉପରେ ଗବେଷଣା କରି ନୋବେଲ ପୁରସ୍କାର ପାଇଥିଲେ। ଏହି ପ୍ରକ୍ରିୟାକୁ ଅଟୋଫାଜି ବା ସ୍ବୟଂଭୋଜି ପ୍ରଣାଳୀ କୁହାଯାଏ। ଉପବାସ ସମୟରେ ଶରୀରର କିଛି କୋଷିକା ନଷ୍ଟ ହୋଇ ପ୍ରୋଟିନ ଓ ଅନ୍ୟ ଜିନିଷରେ ରୂପାନ୍ତରିତ ହୁଏ। ଶରୀର ଏହି ପ୍ରକ୍ରିୟାରୁ ବାହାରୁଥିବା ଶକ୍ତି ଉପଯୋଗ କରିଥାଏ। ଅନ୍ୟ ଅର୍ଥରେ ଅଟୋଫାଜି ବା ସ୍ବୟଂଭୋଜି ପ୍ରଣାଳୀ ଦ୍ୱାରା ଶରୀର ମୃତ କୋଷଗୁଡ଼ିକୁ ଖାଦ୍ୟ ରୂପେ ବ୍ୟବହାର କରିଥାଏ। ଅନ୍ୟଥା ଏହି ଅକାମୀ ଓ ମୃତ କୋଷିକାଗୁଡ଼ିକ ଶରୀର ଭିତରେ ଜମା ହୋଇ ଅନେକ ରୋଗ ସୃଷ୍ଟି କରନ୍ତି। ଉପବାସ କରିବା ଦ୍ୱାରା ଏହି ସ୍ବୟଂଭୋଜି ପ୍ରଣାଳୀ ଆପେ ଆପେ ଜାଗୃତ ହୋଇ ଶରୀରକୁ ନୀରୋଗ ରଖିବାରେ ସହାୟକ ହୁଏ। ଏହି ଗବେଷଣାରୁ ଜଣାପଡ଼ିଲା ଯେ, ୧୨ ଘଣ୍ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପବାସ କଲେ ଶରୀର ଭିତରେ ଏହି ସ୍ବୟଂଭୋଜି ପ୍ରଣାଳୀ ଆପେ ଆପେ ବିକଶିତ ହୁଏ ଓ ଏହା ମଣିଷର ଆୟୁ ବୃଦ୍ଧି କରେ। ବୋଧେ ଏଇଥିପାଇଁ ହିମାଳୟର ସାଧୁ ସନ୍ଥମାନେ ଉପବାସ ବା ସ୍ବଳ୍ପ ଆହାର କରି ଦୀର୍ଘ ଓ ନିରାମୟ ଜୀବନ ଅତିବାହିତ କରିପାରନ୍ତି।
ଉପବାସ ପାଳନ କରିବା ବିଶ୍ୱର ସବୁ ଧର୍ମର ଏକ ପ୍ରାଚୀନ ପରମ୍ପରା। ସନାତନ ହିନ୍ଦୁ ଧର୍ମରେ ବେଦ ଉପନିଷଦରେ ଉପବାସକୁ ଏକ ଆଧ୍ୟାତ୍ମିକ ଓ ନୈତିକ ଉପାୟ ଭାବେ ଦର୍ଶାଇ ଯାଇଛି; ଯାହା ଶରୀର ଓ ଆତ୍ମାକୁ ଶୁଦ୍ଧତା ପ୍ରଦାନ କରିଥାଏ। ଯୋଉଥିପାଇଁ ଏକାଦଶୀ ଓ ଶିବରାତ୍ରି ପରି ଅନେକ ପର୍ବପର୍ବାଣିରେ ଆମେ ଉପାସ ରହି ପାଳନ କରି ଥାଉ। ମୁସଲମାନ ଭାଇମାନେ ରମଜାନ ମାସରେ ଉପବାସ ପାଳନ କରିଥାନ୍ତି। ସ୍ବୟଂ ଭଗବାନ ବୁଦ୍ଧ ଉପବାସର ଚରମ ସୀମାରେ ପହଞ୍ଚତ୍ ଜ୍ଞାନ ଲାଭ କରିଥିଲେ। ସାଧାରଣତଃ ବୌଦ୍ଧ ସନ୍ନ୍ୟାସୀମାନେ ଧ୍ୟାନ ଓ ଜପ ସମୟରେ ଉପବାସ ଅବଲମ୍ବନ କରିଥାନ୍ତି। ସେହିପରି ଜୈନ ଧର୍ମାବଲମ୍ବୀମାନେ ମଧ୍ୟ ଉପବାସ ରଖି ଧାର୍ମିକ ପୂଜାର୍ଚ୍ଚନା କରନ୍ତି। ଏହାର ବିଜ୍ଞାନ ଓ ଭେଷଜ ଶାସ୍ତ୍ର ସମ୍ମତ ମତ ଉପରେ ତର୍ଜମା କଲେ ଜଣାଯାଏ ଯେ, ଯଦି ଶରୀରର ଓଜନ କମେଇବା ଲକ୍ଷ୍ୟରେ ଉପବାସ ପାଳନ କରାଯାଏ ତାହା କ୍ଷତିକାରକ ହୋଇପାରେ।
ଉପବାସ ସମୟରେ ଶରୀରର ଜୈବିକ ପ୍ରକ୍ରିୟା ଶକ୍ତି ସଞ୍ଚୟ କରିବା ପାଇଁ ଧିମା ପଡ଼ିଯାଏ। ବିଶେଷ କରି ମଧୁମେହ ରୋଗୀମାନଙ୍କ ପାଇଁ ଉପବାସ ରହିବା ବିପଜ୍ଜନକ। ସେହିପରି ଗର୍ଭବତୀ, ଶିଶୁ ଓ ବୟସ୍କମାନେ ମଧ୍ୟ ଉପବାସ କରିବା ଅନୁଚିତ। ତେବେ ଉପବାସ କଲେ ରକ୍ତରେ ସର୍କରା ସନ୍ତୁଳିତ ହୋଇ ଇନ୍‌ସୁଲିନ ଉପରେ ନିିର୍ଭରଶୀଳ ରହେ ନାହିଁ। ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ଉପବାସରେ ରକ୍ତଚାପ ନିୟନ୍ତ୍ରଣ ରହି ହୃତ୍‌ପିଣ୍ଡ ଅଧିକ ସ୍ବାସ୍ଥ୍ୟବାନ ରହେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଶ୍ୱରେ ୩୫ ପ୍ରତିଶତ ମୃତ୍ୟୁ ହୃଦ୍‌ରୋଗ ଦ୍ୱାରା ହୋଇଥାଏ। ତେବେ ଆମ ହିନ୍ଦୁ ଧର୍ମରେ ଏକାଦଶୀ ଉପବାସର ମହତ୍ତ୍ୱ ଅଛି। ଆଧୁନିକ ବିଜ୍ଞାନ ଅନୁସାରେ ଅମାବାସ୍ୟା ଓ ପୂର୍ଣ୍ଣିମା ମଧ୍ୟରେ ବାୟୁ ଚାପମାତ୍ରାରେ ପରିବର୍ତ୍ତନ ଦେଖାଯାଏ। ଏହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର କକ୍ଷ ପଥର ଗତି ଯୋଗୁ ହୋଇଥାଏ ଓ ଯୋଉ କାରଣରୁ ସମୁଦ୍ରରେ ଜୁଆର ଭଟ୍ଟା ହୁଏ। ବିଜ୍ଞାନ ଅନୁସାରେ ଆମେ ଖାଉଥିବା ଖାଦ୍ୟ ହଜମ ହୋଇ ତା’ର ଗୁଣ ତତ୍ତ୍ୱ ମସ୍ତିଷ୍କରେ ପହଞ୍ଚତ୍ବା ପର୍ଯ୍ୟନ୍ତ ତିନି ଚାରିଦିନ ଲାଗେ। ତେଣୁ ପୂର୍ଣ୍ଣିମା ବା ଅମାବାସ୍ୟାର ଚାରିଦିନ ପୂର୍ବରୁ ପଡୁଥିବା ଏକାଦଶୀ ଦିନ ଉପବାସ ବା ଅଳ୍ପାହାର କଲେ ତାହାର ଉପାଦାନ ମସ୍ତିଷ୍କରେ ପହଞ୍ଚତ୍ବା ବେଳକୁ ପୃଥିବୀ ପୃଷ୍ଠର ବାୟୁଚାପ ସର୍ବୋଚ୍ଚ ସ୍ତରରେ ଥାଏ। ତେଣୁ ମସ୍ତିଷ୍କ ଉପରେ ଆଉ ବେଶି ଚାପ ନ ଦେବା ପାଇଁ ଆମେ ଏକାଦଶୀ ଦିନ ଉପବାସ କରୁ; ଯାହା ଫଳରେ ମସ୍ତିଷ୍କ ଓ ବାହାର ବାୟୁ ଚାପ ଭିତରେ ଏକ ଜୈବିକ ସନ୍ତୁଳନ ରହେ। ଏକାଦଶୀ ଉପବାସର ଆଉ ଏକ ବିଜ୍ଞାନ ସମ୍ମତ କାରଣ ହେଲା ଏହି ଦିନ ବାୟୁମଣ୍ଡଳର ତାପମାତ୍ରା ଅପେକ୍ଷାକୃତ କମ୍‌ ଥାଏ। ତେଣୁ ଏହି ଦିନ ଉପବାସ ରହି ଶରୀରର ହଜମ ତନ୍ତ୍ରକୁ ସଫା ଓ ସୁସ୍ଥ ରଖିବା ଦରକାର। ଅନ୍ୟ ଦିନଗୁଡ଼ିକରେ ବାୟୁମଣ୍ଡଳ ଚାପ ଟିକେ ଅଧିକ ରହୁଥିବାରୁ ଏହା ଶରୀର ଉପରେ କ୍ଷତି କରିବାର ସମ୍ଭାବନା ଥାଏ। ତେଣୁ ଏକାଦଶୀ ଉପବାସ ପରଦିନ ଯେତେ ଶୀଘ୍ର ପେଟ ପୂରେଇ ଖାଇନେବା ଦରକାର।
ନିର୍ଜଳା ଏକାଦଶୀ ବ୍ରତ କରିବା ଦ୍ୱାରା ଶରୀର ଭୋଜନ ତନ୍ତ୍ରକୁ ଆରାମ ମିଳିବା ସଙ୍ଗେ ସଙ୍ଗେ ଅତ୍ୟଧିକ କାର୍ଯ୍ୟକ୍ଷମ ହୋଇପଡ଼ିଥିବା ଜୈବିକ ପ୍ରଣାଳୀକୁ ମଧ୍ୟ ଆରାମ ମିଳିଥାଏ। ସାଧାରଣତଃ ହଜମ ତନ୍ତ୍ର ସବୁବେଳେ ମସ୍ତିଷ୍କରୁ ନିଜ ଆଡ଼କୁ ରକ୍ତ ସଂଚାଳିତ କରେ। କିନ୍ତୁ ଉପବାସ ରହିବା ଦ୍ୱାରା ମସ୍ତିଷ୍କକୁ ଆରାମ ମିଳେ। ତେଣୁ ଏକାଦଶୀ ପାଳନ ଦ୍ୱାରା ମସ୍ତିଷ୍କ ଅଧିକ କାର୍ଯ୍ୟକ୍ଷମ, ତୀକ୍ଷ୍ଣ ଓ ସଜାଗ ହୋଇଯାଏ। ପନ୍ଦର ଦିନକୁ ଥରେ ଏକାଦଶୀ ଉପବାସ ପାଳନ ଦ୍ୱାରା ଶରୀରରେ ଇନ୍‌ସୁଲିନ ସନ୍ତୁଳନ, ମଧୁମେହରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ଆୟୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଆହୁରି ମଧ୍ୟ ଏହା ମନରୁ ଦୁଶ୍ଚିନ୍ତା ଓ ଅବସାଦ ଦୂର କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ସା ସାତଟା ପୂର୍ବରୁ ରାତ୍ରିଭୋଜନ ସାରି ପରଦିନ ସକାଳ ସାତଟା ଜଳଖିଆ ଖାଇବା ପର୍ଯ୍ୟନ୍ତକୁ ବାର ଘଣ୍ଟା ଉପବାସ କୁହାଯାଇ ପାରେ। ଏହାଦ୍ୱାରା ମସ୍ତିିଷ୍କ ଆହୁରି ସନ୍ତୁଳିତ ହୋଇ କାମ କରେ ଓ ଶରୀର ସୁସ୍ଥ ଓ ନିରାମୟ ହୋଇ ରହେ ବୋଲି ଜଣାପଡ଼ିଛି। ତେଣୁ ହିନ୍ଦୁ ଧର୍ମରେ ପାଳନ କରାଯାଉଥିବା ଏକାଦଶୀ ଉପବାସ ଏକ ସୁସ୍ଥ ଓ ସ୍ବାସ୍ଥ୍ୟବର୍ଦ୍ଧକ ବୈଜ୍ଞାନିକ ସମ୍ମତ ପରମ୍ପରା ଏଥିରେ ସନ୍ଦେହ ନାହିଁ। ଯୋଉଥିପାଇଁ ପ୍ରାଚୀନ ସନାତନ ଧର୍ମରେ ପ୍ରତି ପନ୍ଦର ଦିନରେ ଥରେ ପଡୁଥିବା ଏକାଦଶୀ ଦିନ ଉପବାସ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ବୈଜ୍ଞାନିକ ଅଧିକାରୀ
ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର, ଯାଦୁଗୁଡ଼ା, ପୂର୍ବ ସିଂଭୁମ, ଝାଡ଼ଖଣ୍ଡ
ମୋ-୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?