Posted inଜାତୀୟ

ବିମାନରେ ୧୧ ଡଜନ ସାପ

ମୁମ୍ବାଇ,୨୪ା୧୨ବ୍ୟାଙ୍କକ୍‌ରୁ ଆସିଥିବା ଏକ ବିମାନର ବିସ୍କୁଟ୍‌ ଏବଂ କେକ୍‌ ପ୍ୟାକେଟଗୁଡ଼ିକ ମଧ୍ୟରେ ୧୧ ଡଜନ ସାପ୍‌ ଲୁଚାଇ ରଖାଯାଇଥିଲା। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସାପଗୁଡ଼ିକୁ ଜବତ କରାଯିବା ସହ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ ଲଗେଜ ଯାଞ୍ଚ ବେଳେ ସାପଗୁଡ଼ିକ ମିଳିଥବା ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି। ଗିରଫ ଯାତ୍ରୀ ଜଣକ ବନ୍ୟପ୍ରାଣୀ ଚୋରାଚାଲାଣ ସିଣ୍ଡିକେଟ୍‌ ସହ ସମ୍ପୃକ୍ତ ଥିବା କୁହାଯାଉଛି। ବ୍ୟାଙ୍କକ୍‌ ଯିବାକୁ ଥିବା ପରବର୍ତ୍ତୀ ବିମାନରେ ଉକ୍ତ ସାପଗୁଡ଼ିକୁ ପଠାଇଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ରାଜିନାମାର ଉଲ୍ଲଂଘନ କରାଯାଇ ସାପଗୁଡ଼ିକୁ ଚାଲାଣ କରାଯାଉଥିଲା। ବିଶ୍ୱବ୍ୟାପୀ ବଡ଼ ଅପରାଧର ୨୦ ପ୍ରତିଶତ ବନ୍ୟପ୍ରାଣୀ ଚାଲାଣ ଅପରାଧ। ତେବେ ଏହାର ମାଣ୍ଡରମାଇଣ୍ଡ ଧରାପଡ଼ୁ ନାହାନ୍ତି। ବିଦେଶୀ ପ୍ରାଣୀମାନଙ୍କର ଏକ ବୃହତ୍‌ ବଜାର ରହିଛି। ଆଜିର ଦିନରେ ବନ୍ୟପ୍ରାଣୀ ସମେତ ବିଦେଶୀ ପୋଷାଜନ୍ତୁଙ୍କୁ ଘରେ ରଖିବା ଏକ ଷ୍ଟାଟସ୍‌ ସିମ୍ବଲ ହୋଇଥିବା ବନ୍ୟପ୍ରାଣୀ ଓ୍ବାଡେନ୍‌ ପଓ୍ବନ ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞପ୍ତି ଜାରିି: ସବୁ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ VBGRAMG ଆକ୍ଟ-୨୦୨୫ ଲାଗୁ

ନୂଆଦିଲ୍ଲୀ,୧୧।୫: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସୋମବାର VBG RAMG ଆକ୍ଟ-୨୦୨୫ ଲାଗୁ ହେବା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। ଜୁଲାଇ ପହିଲା ୨୦୨୬ରୁ VB-G RAM…

ଭବାନୀପାଟଣାରେ ବର୍ଷିଲେ ମୋକିମ, କହିଲେ ମୁଁ କୌଣସି ଗଡ଼କୁ ବିଶ୍ୱାସ କରେନି

ଭବାନୀପାଟଣା,୧୧ା୫(ଉତ୍ତମ ଦାଶ): କଳାହାଣ୍ଡିର ବିକାଶ ନାଁରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସୋମବାର ଏକ ବିଶାଳ ସମାବେଶ ଆୟୋଜନ କରାଯାଇଛି। ଭବାନୀପାଟଣାରେ ଆୟୋଜିତ ଏହି ସମାବେଶରେ ପିସିସି…

ମୁଖ୍ୟମନ୍ତ୍ରୀ ହେଉ ହେଉ ପ୍ରଥମ କ୍ୟାବିନେଟ ବୈଠକରେ ୬ ବଡ଼ ନିଷ୍ପତ୍ତି ନେଲେ ଶୁଭେନ୍ଦୁ, ଯାହା କରି ନଥିଲେ ଦିଦି କରି ଦେଖାଇବେ ଅଧିକାରୀ

କୋଲକାତା,୧୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ,…

ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିଲେ କ’ଣ ଶସ୍ତା ହୋଇଯିବ ସୁନା? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: ଭାରତୀୟ ପରିବାରରେ ସୁନା ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି, ତାହା ଅଳଙ୍କାର ଆକାରରେ ହେଉ କିମ୍ବା ନିବେଶ ଭାବରେ। ତଥାପି, ଭାରତ ବିଶ୍ୱର…

ସରକାର ଗଠନର ଗୋଟିଏ ଦିନ ପରେ ଦେଖାଦେଲାଣି ଫାଟ, ଅସନ୍ତୋଷ ପ୍ରକାଶ କଲେ ସହଯୋଗୀ …

ଚେନ୍ନାଇ,୧୧।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ, ଜାତୀୟ ସଙ୍ଗୀତ(ଜନଗଣ ମନ) ଏବଂ ରାଷ୍ଟ୍ରଗୀତ(ବନ୍ଦେ ମାତରମ)…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି: ଭାରତ-ବାଂଲାଦେଶ ସୀମାରେ ଲାଗିବ ତାରବାଡ଼

କୋଲକାତା,୧୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇ ଦେବାକୁ ଘୋଷଣା…

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଖାଆନ୍ତୁ କଖାରୁ ଫୁଲ

କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍‌…

ସୋମନାଥ ଅମୃତ ମହୋତ୍ସବରେ ଯୋଗଦେଲେ ମୋଦି, କଲେ ପୂଜାର୍ଚ୍ଚନା

ପ୍ରଭାସପାଟନା,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମନାଥ ମନ୍ଦିରରେ ଆୟୋଜିତ ‘ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରରେ ପୂଜା କରିଥିଲେ ଏବଂ ପ୍ରାର୍ଥନା କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri