ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ ୭ ବର୍ଷ ଜେଲ

ଭୁବନେଶ୍ୱର,୨୪।୧୨(ସୂର୍ଯ୍ୟକାନ୍ତ ବେହେରା)ଶତାଧିକ ନିବେଶକଙ୍କଠାରୁ ଦେଢ କୋଟି ଟଙ୍କା ଡିଜିଟାଲ ପୋଞ୍ଜି ସ୍କାମ ମାମଲାର ବାଲେଶ୍ୱର ଓପିଆଇଡି କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ବିଚାରପତି ଏମ୍‌ଏସ୍‌ ଡିଜିଟାଲ ରିଭୋଲ୍ୟୁଶନ ଟେକ୍ନୋଲୋଜିସ ଲିମିଟେଡ’ ସଂସ୍ଥାର ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୩.୩୩ଲକ୍ଷ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ଓଡ଼ିଶାରେ ଅନ୍‌ଲାଇନ୍‌ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇବାରେ ଏହା ପ୍ରଥମ ମାମଲା ବୋଲି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାକୁ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ପରିଚାଳନା କରିଥିଲେ।
ପ୍ରକାଶ ଯେ, ଡିଜିଟାଲ ମାର୍କେଟିଂ ଆଳରେ ଅଭିଯୁକ୍ତ ପ୍ରିନ୍ସ ଏମ୍‌ଏସ୍‌ ଡିଜିଟାଲ ରିଭୋଲ୍ୟୁଶନ ଟେକ୍ନୋଲୋଜିସ ଲିମିଟେଡ’ ନାମରେ ଏକ କମ୍ପାନୀ ଖୋଲି କର୍ମଚାରୀ ନିୟୋଜିତ କରିଥିଲେ। ଲୋକଙ୍କ ବିଶ୍ୱାସ ଭାଜନ ପାଇଁ ସେ ୟୁଟ୍ୟୁବ, ହ୍ବାଟ୍ସଆପ୍‌, ଆମାଜନ, ଇମେଲ୍‌, ଅନ୍‌ଲାଇନ ଡିଜିଟାଲ ଗେମିଂ, ଡିଜିଟାଲ ପେମେଣ୍ଟ ଓ ନେଟ୍‌ଫ୍ଲିକ୍ସ ଆଦିର ବିକଳ୍ପ ଭାରତୀୟ ଆପ୍‌ ଯଥା ଶପ୍‌ସବ୍‌କୁଛ୍‌, ମାଇଁପେ’, ମାଇଁଟ୍ୟୁବ ୱାର୍ଲଡ, ଭିଡିସ୍କୋପ୍‌, ଚିଠି ଏବଂ ଗୋଗେମ-୧୧ ଆଦି ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଓଡିଶା ସମେତ ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟରେ ବୁଲି ଅଧିକରୁ ଅଧିକ ଲୋକଙ୍କୁ କମ୍ପାନୀ ସହ ଯୋଡୁଥିଲେ। ଘରେ ବସି ରୋଜଗାର କରିବା ସହ ଦେଶର ସମ୍ମାନ ବୃଦ୍ଧି କରିବାକୁ ପ୍ରୋତ୍ସାହିତ କରୁଥିଲେ। ଏପରି କି ଏଥିଯୋଗୁ ପରୋକ୍ଷରେ ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଡିଜିଟାଲ କ୍ଷେତ୍ରରେ କ୍ରାନ୍ତି ଆଣିବାକୁ କମ୍ପାନୀର ଲକ୍ଷ୍ୟ ରହିଥିବା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ୨୦୨୦ ମାର୍ଚ୍ଚରେ ପ୍ରିନ୍ସ ଓଡ଼ିଶା ଆସି ବିଭିନ୍ନ ଜିଲାରେ ବୈଠକ କରିଥିଲେ। ୧୫ ହଜାର ଲେଖାଏ ଦେଇ କମ୍ପାନୀରେ ଆଇଡି ଖୋଲି ନାମ ପଞ୍ଜୀକରଣ କରିବା ପରେ ପ୍ରତି ମାସରେ ୨୬୦୦ ଟଙ୍କା ମିଳିବ ବୋଲି ସେ କହିଥିଲେ। ଏହାକୁ ବିଶ୍ୱାସ କରି ଶତାଧିକ ଲୋକ କମ୍ପାନୀ ସହ ଯୋଡ଼ି ହୋଇଥିଲେ। ଲୋକମାନଙ୍କ ଠାରୁ କମ୍ପାନୀ ଦେଢ଼ କୋଟିରୁ ଅଧିକ ଟଙ୍କା ନେଇଥିଲା। ୨ରୁ ୩ ମାସ ଟଙ୍କା ଆସିବା ପରେ ତାହା ବନ୍ଦ ହୋଇଯାଇଥିଲା। ଠକେଇର ଶିକାର ହୋଇଥିବା କେତେଜଣ ଲୋକ ୨୦୨୧ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ଦ୍ଦେଶକ୍ରମେ ଇଓଡବ୍ଲ୍ୟୁ ପ୍ରାଥମିକ ତଦନ୍ତ କରି ୨୦୨୨ ମାର୍ଚ୍ଚ ୧୪ରେ ଏକ ମାମଲା(ନଂ.୫/୨୦୨୨) ରୁଜୁ କରିଥିଲା। ପରେ ତଦନ୍ତ କରି ଉକ୍ତ କମ୍ପାନୀର ନିର୍ଦ୍ଦେଶକ ପ୍ରିନ୍ସଙ୍କୁ ଉତ୍ତରପ୍ରଦେଶର ମଥୁରାରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri