ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ ୭ ବର୍ଷ ଜେଲ

ଭୁବନେଶ୍ୱର,୨୪।୧୨(ସୂର୍ଯ୍ୟକାନ୍ତ ବେହେରା)ଶତାଧିକ ନିବେଶକଙ୍କଠାରୁ ଦେଢ କୋଟି ଟଙ୍କା ଡିଜିଟାଲ ପୋଞ୍ଜି ସ୍କାମ ମାମଲାର ବାଲେଶ୍ୱର ଓପିଆଇଡି କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ବିଚାରପତି ଏମ୍‌ଏସ୍‌ ଡିଜିଟାଲ ରିଭୋଲ୍ୟୁଶନ ଟେକ୍ନୋଲୋଜିସ ଲିମିଟେଡ’ ସଂସ୍ଥାର ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୩.୩୩ଲକ୍ଷ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ଓଡ଼ିଶାରେ ଅନ୍‌ଲାଇନ୍‌ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇବାରେ ଏହା ପ୍ରଥମ ମାମଲା ବୋଲି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାକୁ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ପରିଚାଳନା କରିଥିଲେ।
ପ୍ରକାଶ ଯେ, ଡିଜିଟାଲ ମାର୍କେଟିଂ ଆଳରେ ଅଭିଯୁକ୍ତ ପ୍ରିନ୍ସ ଏମ୍‌ଏସ୍‌ ଡିଜିଟାଲ ରିଭୋଲ୍ୟୁଶନ ଟେକ୍ନୋଲୋଜିସ ଲିମିଟେଡ’ ନାମରେ ଏକ କମ୍ପାନୀ ଖୋଲି କର୍ମଚାରୀ ନିୟୋଜିତ କରିଥିଲେ। ଲୋକଙ୍କ ବିଶ୍ୱାସ ଭାଜନ ପାଇଁ ସେ ୟୁଟ୍ୟୁବ, ହ୍ବାଟ୍ସଆପ୍‌, ଆମାଜନ, ଇମେଲ୍‌, ଅନ୍‌ଲାଇନ ଡିଜିଟାଲ ଗେମିଂ, ଡିଜିଟାଲ ପେମେଣ୍ଟ ଓ ନେଟ୍‌ଫ୍ଲିକ୍ସ ଆଦିର ବିକଳ୍ପ ଭାରତୀୟ ଆପ୍‌ ଯଥା ଶପ୍‌ସବ୍‌କୁଛ୍‌, ମାଇଁପେ’, ମାଇଁଟ୍ୟୁବ ୱାର୍ଲଡ, ଭିଡିସ୍କୋପ୍‌, ଚିଠି ଏବଂ ଗୋଗେମ-୧୧ ଆଦି ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଓଡିଶା ସମେତ ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟରେ ବୁଲି ଅଧିକରୁ ଅଧିକ ଲୋକଙ୍କୁ କମ୍ପାନୀ ସହ ଯୋଡୁଥିଲେ। ଘରେ ବସି ରୋଜଗାର କରିବା ସହ ଦେଶର ସମ୍ମାନ ବୃଦ୍ଧି କରିବାକୁ ପ୍ରୋତ୍ସାହିତ କରୁଥିଲେ। ଏପରି କି ଏଥିଯୋଗୁ ପରୋକ୍ଷରେ ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଡିଜିଟାଲ କ୍ଷେତ୍ରରେ କ୍ରାନ୍ତି ଆଣିବାକୁ କମ୍ପାନୀର ଲକ୍ଷ୍ୟ ରହିଥିବା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ୨୦୨୦ ମାର୍ଚ୍ଚରେ ପ୍ରିନ୍ସ ଓଡ଼ିଶା ଆସି ବିଭିନ୍ନ ଜିଲାରେ ବୈଠକ କରିଥିଲେ। ୧୫ ହଜାର ଲେଖାଏ ଦେଇ କମ୍ପାନୀରେ ଆଇଡି ଖୋଲି ନାମ ପଞ୍ଜୀକରଣ କରିବା ପରେ ପ୍ରତି ମାସରେ ୨୬୦୦ ଟଙ୍କା ମିଳିବ ବୋଲି ସେ କହିଥିଲେ। ଏହାକୁ ବିଶ୍ୱାସ କରି ଶତାଧିକ ଲୋକ କମ୍ପାନୀ ସହ ଯୋଡ଼ି ହୋଇଥିଲେ। ଲୋକମାନଙ୍କ ଠାରୁ କମ୍ପାନୀ ଦେଢ଼ କୋଟିରୁ ଅଧିକ ଟଙ୍କା ନେଇଥିଲା। ୨ରୁ ୩ ମାସ ଟଙ୍କା ଆସିବା ପରେ ତାହା ବନ୍ଦ ହୋଇଯାଇଥିଲା। ଠକେଇର ଶିକାର ହୋଇଥିବା କେତେଜଣ ଲୋକ ୨୦୨୧ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ଦ୍ଦେଶକ୍ରମେ ଇଓଡବ୍ଲ୍ୟୁ ପ୍ରାଥମିକ ତଦନ୍ତ କରି ୨୦୨୨ ମାର୍ଚ୍ଚ ୧୪ରେ ଏକ ମାମଲା(ନଂ.୫/୨୦୨୨) ରୁଜୁ କରିଥିଲା। ପରେ ତଦନ୍ତ କରି ଉକ୍ତ କମ୍ପାନୀର ନିର୍ଦ୍ଦେଶକ ପ୍ରିନ୍ସଙ୍କୁ ଉତ୍ତରପ୍ରଦେଶର ମଥୁରାରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri