ହତାଶ କରୁଛନ୍ତି ହାତୀପଲ: ୧୫ ବର୍ଷରେ ବନ ବିଭାଗ ଦେଇଛି ମାତ୍ର ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ

ଛେଣ୍ଡିପଦା,୩।୮(ସ୍ବ.ପ୍ର.)- ଆଖି ଆଗରେ ଉଜୁଡ଼ିଯାଉଛି ନଡ଼ିଆ, ଆମ୍ବ ଓ କଦଳୀ ବଗିଚା। ଦଳା ଚକଟାରେ ନଷ୍ଟ ହୋଇଯାଉଛି ଧାନ, ମୁଗ, ପୋଟଳ, ବାଇଗଣ ଫସଲ। ବୋର୍‌ଓ୍ବେଲଠାରୁ ଘର, ଆସବାବପତ୍ର କିଛି ବି ବର୍ତ୍ତୁନି ହାତୀ ଉପଦ୍ରବରୁ। ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଥିବା ବେଳେ ଚାଷୀଙ୍କ କ୍ଷତ ଭରିପାରୁନି ବନ ବିଭାଗ। ଗତ ୧୫ ବର୍ଷ ଧରି ହାତୀପଲ ଏପରି ହତାଶ କରୁଥିବା ବେଳେ ମାତ୍ର ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଛି ଚାଷୀଙ୍କୁ। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ଓ ଜରପଡା ବନାଞ୍ଚଳର ଚାଷୀ।
୨୦୦୮ ମସିହାରୁ ଛେଣ୍ଡିପଦା ବନାଞ୍ଚଳର ବିଭିନ୍ନ ପଞ୍ଚାୟତରେ ହାତୀ ଉପଦ୍ରବ ଦେଖାଯାଉଛି। ଟିକରପଡ଼ା, ସମ୍ବଲପୁରର ବିଭିନ୍ନ ଜଙ୍ଗଲରୁ ଚାଲି ଆସୁଥିବା ହାତୀପଲ ଛେଣ୍ଡିପଦା ଓ ଜରପଡା ବନାଞ୍ଚଳ ସୀମାନ୍ତ କିସିଣ୍ଡା ଜଙ୍ଗଲରେ ରହୁଛନ୍ତି। ଆଉ କିଛି ହାତୀ ଛେଣ୍ଡିପଦା ଓ ନାକିଟିଦେଉଳ ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ରହି ଏଠାରେ ଉପଦ୍ରବ କରୁଛନ୍ତି। ସନ୍ଧ୍ୟାହେଲେ ଦଳ ଦଳ ହୋଇ ବିଭିନ୍ନ ଗ୍ରାମରେ ପଶି ଜମି, ବାଡ଼ି ବଗିଚାରେ ହୋଇଥିବା ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ଗତ ସପ୍ତାହରେ ହାତୀ ଉପଦ୍ରବ ଯୋଗୁ ଜରପଡା ବନାଞ୍ଚଳ ହଟିଆନାଳିର ଚାଷୀମାନେ ପ୍ରବଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀ ଲକ୍ଷ୍ମୀଧର ପ୍ରଧାନଙ୍କ ୬ ଏକର ଜମିରେ ହୋଇଥିବା କଦଳୀ ଫସଲ ହାତୀପଲ ନଷ୍ଟ କରିଦେଇଛନ୍ତି। ସେହିପରି ରମାକାନ୍ତ ପ୍ରଧାନ, ଡିଲେଶ୍ୱର ସାହୁଙ୍କ ୬ ହଜାର କଦଳୀଗଛ ଓ ୧୦୦ରୁ ଊଦ୍ଧର୍‌ବ ପୋଟଳ ଗଛ ଦଳି ଦେଇଛନ୍ତି। ବାଲିପଟ୍ଟା ଗ୍ରାମରେ ପଶି ଶିଶିର କୁମାର ଗଡ଼ନାୟକ, ଶରତ କୁମାର ଗଡ଼ନାୟକଙ୍କ ୫ ଏକରରେ ଲାଗିଥିବା କଦଳୀ ବଗିଚାକୁ ସମ୍ପୂର୍ଣ୍ଣ ଭାବେ ଉଜାଡ଼ି ଦେଇଛନ୍ତି। ଧାନ ଓ ପୋଟଳ ଚାଷକୁ କ୍ଷତି ପହଞ୍ଚାଇଛନ୍ତି। କିସିଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରାଙ୍କ ୨ ହଜାର କଦଳୀଗଛ, ଆମ୍ବ ଗଛ, ପୋଟଳ ଓ ମୁଗ ଫସଲ ନଷ୍ଟ କରିଛନ୍ତି। ଘର ସହ ଆସବାବପତ୍ର ଭାଙ୍ଗିରୁଜି ଦେଇଛନ୍ତି। ବିଶ୍ବନାଥ ମାଝିଙ୍କ ୮୦୦, ଈଶ୍ବର ପ୍ରଧାନଙ୍କ ୫୦୦ କଦଳୀ ଗଛ ନଷ୍ଟ କରିଥିବାବେଳେ ତାଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଗୌତମ ମାଝିଙ୍କ ପୋଟଳ ଫସଲକୁ ଦଳିଚକଟି ଦେଇଥିବାବେଳେ ବହୁ ସଂଖ୍ୟାରେ ନଡ଼ିଆ ଗଛ ଓ ବୋରୱ୍ବଲକୁ ଓପାଡି ଦେଇଛନ୍ତି। ବୁଲା ପ୍ରଧାନଙ୍କ ୧୦୦୦ କଦଳୀ ଗଛ, ବୋର ୱ୍ବେଲ, ହାଡି ପ୍ରଧାନଙ୍କ ୮୦୦ କଦଳୀ ଗଛ, ବିପିନ ସାହୁଙ୍କ ୭୦୦ କଦଳୀ ଗଛ ସହ କିଶୋରୀ ନାଏକ, ପଦ୍ମଲୋଚନ ପ୍ରଧାନଙ୍କ ଧାନ ତଳି ଓ ପାଇପ ଆଦି ନଷ୍ଟ କରିଦେଇଛି। କଣଲୋଇ, ନୂଆଗାଁ, ପାତ୍ରପଡା, ଜରିପାଳ, ଡଙ୍ଗାପାଳ, ଭାଲିଆସର ଆଦି ଗ୍ରାମରେ ମଧ୍ୟ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାବେଳେ ଅଞ୍ଚଳବାସୀଙ୍କ ସହ ଚାଷ କିପରି ସୁରକ୍ଷିତ ରହିବ ସେ ନେଇ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
ଶତପ୍ରତିଶତ କ୍ଷତିପୂରଣ ମିଳୁ
ହାତୀ ଉପଦ୍ରବ ଯୋଗୁ ଛେଣ୍ଡିପଦା ବନାଞ୍ଚଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି। ବନବିଭାଗ ଚାଷୀମାନଙ୍କ ହୋଇଥିବା କ୍ଷୟକ୍ଷତିର ଠିକ୍‌ ଆକଳନ କରି ଶତପ୍ରତିଶତ କ୍ଷତିପୂରଣ ଯୋଗାଇ ଦେଉ।
-ଜନ୍ମେଞ୍ଜୟ ମାଝି, କଣଲୋଇ ସରପଞ୍ଚ
ପାତରଅନ୍ତର କରାଯାଉଛି
ବନବିଭାଗ କ୍ଷୟକ୍ଷତି ପ୍ରଦାନରେ ପାତରଅନ୍ତର ସହିତ କମ୍‌ ଅର୍ଥ ପ୍ରଦାନ କରୁଛି। କ୍ଷୟକ୍ଷତିକୁ ରାଜସ୍ବ, କୃଷି ଓ ବନବିଭାଗ ଦ୍ବାରା ଆକଳନ କରାଯାଇ ପ୍ରକୃତ କ୍ଷତିପୂରଣ ପ୍ରଦାନ କରାଗଲେ ଚାଷୀ ଉପକୃତ ହୋଇପାରିବେ।
-ସୁଦୀପ୍ତ ପ୍ରଧାନ, ସରପଞ୍ଚ ଛେଣ୍ଡିପଦା
ଆନ୍ଦୋଳନ ମୁଣ୍ଡ ଟେକିବ
ଦୀର୍ଘଦିନ ଧରି ହାତୀପଲ ତାଣ୍ଡବ ରଚାଉଛନ୍ତି। ଫସଲ ନଷ୍ଟ ସହ ମଣିଷ ଜୀବନ ନେଉଛନ୍ତି। ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନରହନ୍ତା ଦନ୍ତା ସହ ତୁରନ୍ତ ହାତୀପଲକୁ ଏଠାରୁ ଘଉଡ଼ାଇ ଦିଆ ନ ଗଲେ ଆନ୍ଦୋଳନ ମୁଣ୍ଡ ଟେକିବ।
-ସହଦେବ ବେହେରା, ଚାଷୀ, କିସିଣ୍ଡା
ହାତୀସ୍କ୍ବାଡ୍‌ଙ୍କୁ ଆବଶ୍ୟକ ସାମଗ୍ରୀ ଦିଆଯାଉ
ହାତୀସ୍କ୍ବାଡ୍‌ଙ୍କୁ ଆବଶ୍ୟକ ବାଣ, ଲାଇଟ ଆଦି ଯୋଗାଯାଉ ନାହିଁ। ଜଙ୍ଗଲ ଗ୍ରାମରେ ଥିବା ଗ୍ରାମବାସୀଙ୍କୁ ଟର୍ଚ୍ଚ ଲାଇଟ ଦିଆଯିବା ସହିତ ବନବିଭାଗ ସଚେତନ କଲେ ହାତୀ ଉପଦ୍ରବରୁ ଚାଷୀମାନେ ରକ୍ଷା ପାଇପାରନ୍ତେ।
-ଆଶିଷ କୁମାର ପ୍ରଧାନ, ବ୍ଲକ ସଭାପତି, ବିଜୁ ଯୁବ ଜନତା ଦଳ
ଖାଦ୍ୟ ପାଇଁ ଚାରା ଲଗାଯାଉ
ବନ ବିଭାଗ ପ୍ରତ୍ୟକ ବର୍ଷ ଏକର ଏକର ଜାଗାରେ ଚାରା ରୋପଣ କରୁଛି। କିନ୍ତୁ ହାତୀ ବାସସ୍ଥଳୀ ଓ ଯାତାୟାତ, ଜଳାଶୟ ଚିହ୍ନଟ କରାଯାଇ ସେଠାରେ ପସନ୍ଦର ଚାରା ରୋପଣ କରାଯାଉ ନାହିଁ। ଏହା ହୋଇପାରିଲେ ହାତୀ ଗ୍ରାମାଭିମୁଖି ହେବା ହ୍ରାସହେବ।
-କାଶୀନାଥ ସାହୁ, ପୂର୍ବତନ ସମିତି ସଭ୍ୟ, ତେବୁଡ
ଆନ୍ତରିକତାର ଅଭାବ ରହିଛି
ଗ୍ରାମାଭିମୁଖୀ ହେଉଥିବା ହାତୀପଲଙ୍କୁ ରୋକିବାକୁ ବନ ବିଭାଗ ପକ୍ଷରୁ ସେପରି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଚାଷୀମାନେ ପ୍ରତିବର୍ଷ ଫସଲହାନିର ସମ୍ମୁଖୀନ ହେଉଛନ୍ତି। ପ୍ରତିକାର ସ୍ବରୂପ କେବଳ ଅଳ୍ପ କିଛି କ୍ଷତିପୂରଣ ଦେଇ ବିଭାଗ ଚୁପ୍‌ ବସିଯାଉଛି।
-ରାକେଶ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ, ବାଲିପଟା


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri