Posted inଖେଳ

ବିକାଶ, ବ୍ୟାଡ୍‌ମିଣ୍ଟନରୁ ରୌପ୍ୟ

ବର୍ମିଂହାମ୍‌, ୩ା୮(ପି.ଟି.): ଭାରତର ହେଭିଓ୍ବେଟ୍‌ ଲିଫ୍ଟର ବିକାଶ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଆଉ ଏକ ପଦକ ଆଣିଦେଇଛନ୍ତି। ମଙ୍ଗଳବାର ପୁରୁଷ ୯୬କେଜି ଶ୍ରେଣୀରେ ସେ ରୌପ୍ୟ ପଦକ ଲାଭ କରିଛନ୍ତି। ସେହିପରି ବ୍ୟାଡ୍‌ମିଣ୍ଟନ୍‌ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଛି।
ପୁରୁଖା ଭାରୋତ୍ତୋଳକ ବିକାଶ ସମୁଦାୟ ୩୪୬କେଜି ଉତ୍ତୋଳନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ତିନୋଟି ସଂସ୍କରଣରେ ସେ ତିନୋଟି ପଦକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଠାକୁରଙ୍କର ଏହା ଥିଲା ଦ୍ୱିତୀୟ ରୌପ୍ୟ। ୨୦୧୪ ଗ୍ଲାସ୍‌ଗୋ ସଂସ୍କରଣରେ ସେ ଦ୍ୱିତୀୟ ହୋଇଥିଲେ। ଗୋଲ୍ଡ କୋଷ୍ଟରେ ସେ ଏକ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ସାମୋଆର ଡନ୍‌ ଓପେଲୋଗେ ୩୮୧କେଜି (୧୭୧ କେଜି+ ୨୧୦କେଜି) ଓଜନ ଉଠାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଓପେଲୋଗେ ହେଉଛନ୍ତି ୨୦୧୮ ସଂସ୍କରଣର ରୌପ୍ୟ ବିଜେତା। ଫିଜିର ଟାନିଲା ଟୁଇସୁଭା ରେନିବୋଗି ମୋଟ ପ୍ରଚେଷ୍ଟା ୩୪୩କେଜି (୧୫୫କେଜି+୧୮୮କେଜି) ସହ ବ୍ରୋଞ୍ଜ ପଦକ ପାଇଥିଲେ। ୫ଥର ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ ପଦକ ବିଜେତା ଠାକୁରଙ୍କର ତିନୋଟି କ୍ଲିନ୍‌ ଲିଫ୍ଟ ୧୪୯କେଜି, ୧୫୩ କେଜି ଓ ୧୫୫କେଜି ରହିଥିଲା। ସ୍ନାଚ ରାଉଣ୍ଡ ପରେ ସେ ମିଳିତ ତୃତୀୟ ସ୍ଥାନରେ ରହିଥିଲେ। କ୍ଲିନ ଓ ଜର୍କ ବିଭାଗରେ ଠାକୁର ପ୍ରଥମେ ୧୮୭ କେଜି ସହଜରେ ଲିଫ୍ଟ କରିଥିଲେ। ଦ୍ୱିତୀୟ ପ୍ରଚେଷ୍ଟାରେ ସେ ୧୯୧କେଜି ଉଠାଇଥିଲେ। ଏଥିପାଇଁ ତାଙ୍କୁ ଅତିରିକ୍ତ ଉଦ୍ୟମ କରିବାକୁ ପଡ଼ିଥିଲା। ତାଙ୍କର ରୌପ୍ୟ ପଦକ ପକ୍କା ହୋଇଯାଇଥିଲା। ପରେ ତାଙ୍କ ତୃତୀୟ ପ୍ରଚେଷ୍ଟାରେ ସେ ୧୯୮କେଜି ଓଜନ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ, ଯାହାକୁ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠଠାରୁ ଗୋଟିଏ କିଲୋଗ୍ରାମ ଅଧିକ ଥିଲା। କିନ୍ତୁ କହିବାକୁ ଗଲେ ଏହି ଇଭେଣ୍ଟ ଓପେଲୋଗେଙ୍କର ଥିଲା। ସେ ସ୍ନାଚ, କ୍ଲିନ ଆଣ୍ଡ୍‌ ଜର୍କ ଏବଂ ଟୋଟାଲ ଲିଫ୍ଟରେ ଗେମ୍ସ ରେକର୍ଡ କରିଥିଲେ।
ବ୍ୟାଡ୍‌ମିଣ୍ଟନ ମିକ୍ସଡ ଇଭେଣ୍ଟରୁ ରୌପ୍ୟ
ବ୍ୟାଡ୍‌ମିଣ୍ଟନ ମିକ୍ସଡ ଇଭେଣ୍ଟର ସ୍ବର୍ଣ୍ଣ ପଦକ ଲଢ଼େଇରେ ଭାରତ ୧-୩ରେ ମାଲେସିଆଠାରୁ ହାରି ଯାଇଛି। ଫଳରେ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମହିଳା ସିଙ୍ଗଲ୍ସରେ ଭାରତର କେବଳ ପି.ଭି. ସିନ୍ଧୁ ବିଜୟୀ ହୋଇଥିବାବେଳେ ପୁରୁଷ ଡବଲ୍ସ, ପୁରୁଷ ସିଙ୍ଗଲ୍ସ ଓ ମହିଳା ଡବଲ୍ସରେ ମାଲେସିଆ ବିଜୟ ହାସଲ କରିଥିଲା।
ମୁରଲୀ ଶ୍ରୀଶଙ୍କର, ୟାହିୟା ଫାଇନାଲରେ
ଜାତୀୟ ରେକର୍ଡଧାରୀ ମୁରଲୀ ଶ୍ରୀଶଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ଲଙ୍ଗ ଜମ୍ପ କ୍ୱାଲିଫିକେଶନ ରାଉଣ୍ଡରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ମହମ୍ମଦ ଆନିସ ୟାହିୟା ୮ମ ଶ୍ରେଷ୍ଠ ଭାବେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୩ ବର୍ଷୀୟ ଶ୍ରୀଶଙ୍କର ଜଣେ ସ୍ବର୍ଣ୍ଣ ପଦକ ଦାବିଦାର। ସେ ୮ ମିଟର କ୍ୱାଲିଫିକେଶନ ଅଙ୍କ ହାସଲ କରି ଯୋଗ୍ୟତା ହାସଲ କରିବାରେ ଏକମାତ୍ର ଆଥଲେଟ। ଗ୍ରୁପ୍‌ ଏ’ ଓପନିଂ ରାଉଣ୍ଡରେ ସେ ୮.୦୫ ମିଟର ଜମ୍ପ କରିଥିଲେ। ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ଇଉଜିନ୍‌ଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ୭ମ ସ୍ଥାନ ଅଧିକାର କରିଥିବା ଶ୍ରୀଶଙ୍କରଙ୍କ ସିଜନର ବ୍ୟକ୍ତିଗତ ଶ୍ରେଷ୍ଠ ୮.୩୬ ମିଟର ରହିଛି। ଯେଉଁମାନେ ସ୍ବାଭାବିକ କ୍ୱାଲିଫିକେଶନ ଅଙ୍କ ୮ମିଟର ଅବା ଶ୍ରେଷ୍ଠ ୧୨ ପ୍ରଦର୍ଶନକାରୀଙ୍କ ମଧ୍ୟରେ ରହିଲେ ସେମାନେ ଅଗଷ୍ଟ ୪ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ସୁଇମିଂ: ପେଜ୍‌, ରାଓ୍ବତ ୧୫୦୦ ମିଟର ଫାଇନାଲରେ
ଭାରତୀୟ ସୁଇମର ଆଡ୍‌ଭେଟ୍‌ ପେଜ୍‌ ଓ କୁଶାଗ୍ରା ରାଓ୍ବତ ପୁରୁଷ ୧୫୦୦ ମିଟର ଫ୍ରିଷ୍ଟାଇଲ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଙ୍ଗଳବାର ଉଭୟେ ସେମାନଙ୍କ ହିିଟ୍‌ରେ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ଏହି ଦୁଇ ଭାରତୀୟ ସୁଇମରଙ୍କ ମଧ୍ୟରେ ପେଜ୍‌ଙ୍କ ଟାଇମିଂ ଭଲ ରହିଥିଲା। ହିଟ୍‌-୧ରେ ତାଙ୍କ ଟାଇମିଂ ୧୫:୩୯.୨୫ ସେକେଣ୍ଡ ରହିଥିଲା। ହିଟ୍‌-୨ରେ ରାଓ୍ବତଙ୍କ ଟାଇମିଂ ୧୫:୪୭.୭୭ ସେକେଣ୍ଡ ରହିଥିଲା। ଦୁଇଟି ହିଟ୍‌ରୁ ଶ୍ରେଷ୍ଠ ୮ଜଣ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୂର୍ବରୁ ଶ୍ରୀହରି ନଟରାଜ ଶ୍ରେଷ୍ଠ ଭାରତୀୟ ଟାଇମିଂ ସହ ହିଟ୍‌ ନମ୍ବର-୨ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ମଧ୍ୟ ପୁରୁଷ ୨୦୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନରୁ ବଞ୍ଚତ୍ତ ହୋଇଥିଲେ। ନଟରାଜଙ୍କ ଟାଇମିଂ ୨:୦୦.୮୪ ସେକେଣ୍ଡ ରହିଥିଲା। ତେବେ ଇଭେଣ୍ଟର ସେ ପ୍ରଥମ ରିଜର୍ଭ ସୁଇମର ହୋଇଛନ୍ତି। ଏହା ପୂର୍ବରୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୯ ଫିନା ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ଦେଖିବାକୁ ମିଳିଥିଲା। ସେତେବେଳେ ତାଙ୍କ ଟାଇମିଂ ୨:୦୧.୭୦ ସେକେଣ୍ଡ ରହିଥିଲା। ସନ୍ତରଣରେ ଜାତୀୟ ରେକର୍ଡ ଟାଇମିଂ କେବଳ ନ୍ୟାଶନାଲ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ରେ ହାସଲ କରାଯାଇପାରିଥାଏ। ଫଳତଃ ଅନ୍ୟ ମିଟ୍‌ଗୁଡ଼ିକରେ ଶ୍ରେଷ୍ଠ ଭାରତୀୟ ଟାଇମ୍‌ ବୋଲି କୁହାଯାଇଥାଏ। ଇଂଲଣ୍ଡର ଲ୍ୟୁକ ଗ୍ରୀନ୍‌ ବ୍ୟାଙ୍କ୍‌ ୧:୫୬. ୩୩ ସେକେଣ୍ଡ ଟାଇମିଂରେ ହିଟ୍‌ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକାର ପିଟର କୋଜି (୧:୫୮.୦୮ସେକେଣ୍ଡ) ଦ୍ୱିତୀୟ ସ୍ଥାନରେ ରହିଥିଲେ। ତିନୋଟି ହିଟ୍‌ର ଶ୍ରେଷ୍ଠ ୮ ସନ୍ତରଣକାରୀ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ଭାରତୀୟ ସୁଇମର ଓଭରାଲ ୯ମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ପ୍ରଥମ ରିଜର୍ଭ ରଖାଯାଇଛି। କୌଣସି କାରଣରୁ ଜଣେ ଫାଇନାଲରୁ ଓହରି ଗଲେ ତାଙ୍କୁ ରେସ୍‌ରେ ଭାଗନେବା ଲାଗି ସୁଯୋଗ ମିଳିବ।
ଶଟ୍‌ପୁଟ୍‌ରେ ମନ୍‌ପ୍ରୀତ
ଶଟପୁଟର ମନପ୍ରୀତ କୌର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାଲିଫିକେଶନ ଅଙ୍କ ୧୮ ମିଟର ହାସଲ ନ କରି ଯେଉଁ ୯ଜଣ ମହିଳା ଫାଇନାଲକୁ ଉନ୍ନୀତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ସେ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?