କୁଲଡ଼ିହା ଅଭୟାରଣ୍ୟରେ ହାତୀମଡ଼କ

ସଜନାଗଡ଼,୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଗତ ୩ମାସ ମଧ୍ୟରେ ୩ ମାଈହାତୀଙ୍କ ମୃତଦେହ ଉଦ୍ଧାର ପରେ ହାତୀମଡ଼କ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କ୍ରମାଗତ ଭାବେ ହାତୀ ମୃତ୍ୟୁ ଘଟଣା ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ଗୋଟିଏ ଦିନରେ ଦୁଇଟି ହାତୀ ମୃତ୍ୟୁ ବନବିଭାଗର ନିଦ ହଜାଇଛି।
କୁଲଡ଼ିହା ଅଭୟାରଣ୍ୟ ଅଧୀନ ପଞ୍ଚଲିଙ୍ଗେଶ୍ୱର ବିଟ୍‌ ତଥା ବାଉଁଶବଣିଆ ପଞ୍ଚାୟତ ଗୁହାଳିଆ ଓ ଜୁଣିଆ ଗାଁର ଦେବଗିରି ପାହାଡ଼ ଫଟାଚତୁରୀ ନିକଟରେ ଏକ ବିଶାଳ ହାତୀର ମୃତଦେହ ପଡ଼ିରହିଥିଲା। ରବିବାର କୁଲଡ଼ିହା ବନବିଭାଗ ଦ୍ୱାରା ମୃତଦେହ ଉଦ୍ଧାର କରାଯାଇ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ପୋଡ଼ି ଦିଆଯାଇଥିଲା। କିନ୍ତୁ ମୃତଦେହଠାରୁ ମାତ୍ର କିଛି ଦୂରରେ ରାତିରେ ପୁଣି ଏକ ହାତୀଛୁଆର ମୃତଦେହ ପଡ଼ିରହିଥିବା ବନବିଭାଗ ଜାଣିବାକୁ ପାଇଥିଲା। ବାଲେଶ୍ୱର ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ଏସିଏଫ୍‌ଓ ସୁଶାନ୍ତ ଜେନା, କୁଲଡ଼ିହା ରେଞ୍ଜର ଅନନ୍ତ ଜେନା, ପ୍ରାଣୀ ଚିକିତ୍ସାଧିକାରୀ ଡା. ପୀୟୁଷ ସୋରେନଙ୍କ ସମେତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶିମିଳିପାଳରୁ ସନ୍ଧାନୀ କୁକୁର ମାଧ୍ୟମରେ ରବିବାର ରାତି ଓ ସୋମବାର ଦିନରେ ଅଭୟାରଣ୍ୟ ପାଦଦେଶ ଗ୍ରାମଗୁଡିକରେ ପ୍ରାଥମିକ ତଦନ୍ତ କରାଯାଇଥିବା ଦେଖାଯାଇଛି। ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ବହୁ ସମୟରେ ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ରହୁଥିବାରୁ ସେମାନେ ହାତୀକୁ ମାରିଦେଇଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀ ୧୫ରେ ଏକ ବିରାଟକାୟ ହାତୀର ଗଳିତ ମୃତଦେହ ମିଳିଥିଲା। ଉକ୍ତ ହାତୀଟିର ମୃତ୍ୟୁର ୧୦ ଦିନ ପରେ ବନବିଭାଗ ଜାଣିବାକୁ ପାଇଥିଲା। ମୃତଦେହକୁ ତରବରିଆ ଭାବେ ବନବିଭାଗ ପୋଡ଼ି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱରାନ୍ବିତ ହେବ ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ

କଟକ ଅଫିସ,୨୬।୬: କଟକ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମେଡିକାଲ କ୍ୟାମ୍ପସ...

୨୧ରୁ ଏକାଦଶ, ୨୫ରୁ ୮ମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଓ ଗଣଶିକ୍ଷା ବିଭାଗ। ପିଲାମାନେ ଅଫଲାଇନ୍‌...

ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ଛୁଇଁଲା

ଭୁବନେଶ୍ୱର,୨।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ...

ଓଡ଼ିଶାକୁ ବଢ଼ୁଛି ବାତ୍ୟା ଭୟ: ପୁରୀ ନଚେତ ପାରାଦୀପଠାରେ ପିଟି ହେବା ନେଇ ଆଶଙ୍କା

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ବଢ଼ିବାରେ ଲାଗିଛି ବାତ୍ୟା ଭୟ। ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ବାତ୍ୟା ଉତ୍ତର ଓଡ଼ିଶା, ପାରାଦୀପ କିମ୍ବା ପୁରୀଠାରେ ପିଟି ହେବା ନେଇ ଆଶଙ୍କା...

ଆସୁଛି ଆଉ ଏକ ଲଘୁଚାପ, ବଢ଼ିବ ବର୍ଷା

ଭୁବନେଶ୍ୱର,୨୪ା୭(ଅନୁରାଧା ମହାରଣା): ସାରା ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଖରା, ଗୁଳୁଗୁଳି ଭିତରେ ତୁହାକୁ ତୁହା ବର୍ଷୁଛି। ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ...

ମାଷ୍ଟର ସେଫ ଇଣ୍ଡିଆ’ରେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର,୫।୧(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇ କିଚେନକୁ ସିଧାସଳଖ...

ଯାଞ୍ଚ କରିବ ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ ଅଫିସ,୨୯।୮: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭରେ ଥିବା କିଛି ସୂକ୍ଷ୍ମ ଫାଟକୁ ନେଇ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଫାଟ ୧୯୭୦-୭୫ ମସିହାଠାରୁ ଦେଖିବାକୁ...

କାଲି ପ୍ରକାଶ ପାଇବ ପିଜି ତୃତୀୟ ମେଧା ତାଲିକା

ଭୁବନେଶ୍ୱର, ୨୧।୮(ଅସମାପିକା ସାହୁ)- ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ମଙ୍ଗଳବାର ଅପରାହ୍ନ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା...

Advertisement
Archives

Model This Week