ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା ପାଇଁ ପ୍ରତ୍ୟେକ ଥାନାକୁ CUG (Closed User Group) ମୋବାଇଲ୍ ନମ୍ବର ଯୋଗାଇ ଦିଆଯାଇଛି। ତେବେ ଅଧିକାଂଶ ଥାନା ଅଧିକାରୀ ଏହି ନମ୍ବରକୁ ସାର୍ବଜନୀନ ନକରି ଲୁଚାଇ ରଖୁଥିବା ଅଭିଯୋଗ ହୋଇଛି। ଏହାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ପୋଲିସ୍ ସଦର ମହକୁମା (କଟକ) ପକ୍ଷରୁ ରାଜ୍ୟର ସମସ୍ତ ପୋଲିସ୍ ଜିଲ୍ଲାକୁ ତାଗିଦ୍ କରାଯିବା ସହ CUG ନମ୍ବର ସାର୍ବଜନୀନ କରିବାକୁ କଡ଼ା ପତ୍ର ଲେଖାଯାଇଛି (ପତ୍ର ସଂଖ୍ୟା: ୩୪୩୨୫/ ୨୧.୮.୨୦୨୬)।

ସାଧାରଣତଃ ଜରୁରୀ ପରିସ୍ଥିତିରେ ଲୋକେ ୧୧୨ (Emergency Response Support System) ନମ୍ବରକୁ କଲ୍ କରୁଛନ୍ତି। ମାତ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ନେଟୱର୍କ ଯୋଗୁଁ ଅନ୍ୟ ଜିଲାର କଣ୍ଟ୍ରୋଲ ରୁମ୍ ସହ କଲ୍ ଯୋଡ଼ି ହୋଇଯାଉଛି। ଉଦାହରଣ ସ୍ୱରୂପ, କଟକ ଜିଲ୍ଲା କିଶନନଗର ଅଞ୍ଚଳର ଲୋକେ ୧୧୨ କୁ କଲ୍ କଲେ ତାହା ଜଗତସିଂହପୁର କଣ୍ଟ୍ରୋଲ ରୁମ୍‌ରେ ଲାଗୁଛି, ଯାହାଦ୍ୱାରା ତୁରନ୍ତ ପୋଲିସ୍ ସହାୟତା ପାଇବାରେ ବିଳମ୍ବ ଘଟୁଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ଥାନାର CUG ନମ୍ବର ସିଧାସଳଖ ଯୋଗାଯୋଗ ପାଇଁ ସବୁଠାରୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ଅଭିଯୋଗ ଅନୁଯାୟୀ, ଗଣମାଧ୍ୟମ ପ୍ରତିନିଧି ଓ ରାଜନେତାମାନେ ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ନମ୍ବରରେ ଯୋଗାଯୋଗ କରି ସୂଚନା ସଂଗ୍ରହ କରୁଥିବା ବେଳେ ଅସହାୟ, ବରିଷ୍ଠ ନାଗରିକ ଓ ସାଧାରଣ ଲୋକେ ଥାନା ନମ୍ବର ନପାଇ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି କଟକ କମିଶନରେଟ୍ ପୋଲିସ୍ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କଟକ ସଦର, ମଧୁପାଟଣା, ଚାଉଳିଆଗଞ୍ଜ, ଜଗତପୁର, CRRI, କନ୍ଦରପୁର ଏବଂ କିଶନନଗର ଥାନାର CUG ନମ୍ବରଗୁଡ଼ିକ ଏବେ ବି ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି।

ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପୋଲିସ୍‌, ରେଳବାଇ ଓ ପ୍ରତିରକ୍ଷା ବିଭାଗରେ ଏହି CUG ସେବା ଜରୁରୀ ଯୋଗାଯୋଗ ପାଇଁ ନିୟୋଜିତ। ତେଣୁ ସଦର ମହକୁମାର ନିର୍ଦ୍ଦେଶ ପରେ ସମସ୍ତ ଥାନାର CUG ନମ୍ବର ସାର୍ବଜନୀନ ହେଲେ ସାଧାରଣ ଲୋକେ ଉପକୃତ ହୋଇପାରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩୦ ପରେ ଖୋଲିବ କଳିଙ୍ଗା ଘାଟି ରାସ୍ତା: ବାତ୍ୟା ଭୟ ମଧ୍ୟରେ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ପରଶିଲେ ଉପଜିଲାପାଳ

ଭଞ୍ଜନଗର, ୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା…

ମିଶନ ଶକ୍ତି ଓ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ମଧ୍ୟରେ MOU: କଳାହାଣ୍ଡିର ଏସଏଚଜି ମହିଳା ପାଇବେ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ

ଭବାନୀପାଟଣା, ୨୭/୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ ଓ ସାକ୍ଷର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

ବାତ୍ୟା ‘ଅର୍ଣ୍ଣବ’ ସତର୍କତା: ଗୁଡ଼ାରି ‘ମା’ ଗୃହ’ରେ ୧୯ ଗର୍ଭବତୀ, ପ୍ରଶାସନର ‘ଜିରୋ କାଜୁଆଲଟି’…

ଗୁଡ଼ାରି, ୨୭।୧୦(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ…

ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦ: ମେଣ୍ଢିପାଲି ସ୍କୁଲରେ ତାଲା, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ଗ୍ରାମବାସୀ

ଦେବଗଡ଼, ୨୭।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଥିବା ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ। ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ନଦେବା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?