କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ ହୋଇପଡ଼ିଛି। ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସର ଏକ ବିଶେଷ ‘ଫ୍ୟାକ୍ଟ ଫାଇଣ୍ଡିଂ’ ଟିମ୍ କୋଟିଆ ଗସ୍ତ କରି ସ୍ଥାନୀୟ ସ୍ଥିତି ଅନୁଧ୍ୟାନ କରିବା ସହ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶକୁ ତୀବ୍ର ବିରୋଧ କରିଛନ୍ତି।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଲାଗିରହିଥିବା ବର୍ଷା ଓ ପବନ ଯୋଗୁ ବାହାରେ ସଭା ହୋଇ ନ ପାରି, ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଓ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ MP ସପ୍ତଗିରି ଉଲକା ଯୋଗଦେଇ କୋଟିଆରେ ଦୀର୍ଘ ମାସ ହେବ ରାଜସ୍ୱ ନିରୀକ୍ଷକ (RI) ପଦବୀ ଖାଲି ପଡ଼ିଥିବାରୁ ଜିଲା ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠାଇ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଓଡ଼ିଶାର ଶାସକ ଦଳର MPମାନେ ଭୟରେ ସଂସଦରେ ମୁହଁ ଖୋଲୁ ନ ଥିବାରୁ କୋଟିଆ ଓ ପୋଲାଭରମ୍ ବିବାଦର ସମାଧାନ ହୋଇପାରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ।

ପିସିସି ସଭାପତି ଭକ୍ତ ଚରଣ ଦାସ ଆନ୍ଧ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, “କୋଟିଆରେ ନିର୍ବାଚନ କରି ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ଥିବା ଭାଇଚାରା ନଷ୍ଟ ନକରୁ। ଏହି ମାଟି ଆମର, ଏହା କାହାର ନିଜସ୍ୱ ସମ୍ପତ୍ତି ନୁହେଁ। କୋଟିଆର ଖଣି ସମ୍ପଦକୁ ହାତେଇବା ପାଇଁ ଆନ୍ଧ୍ର ଯେଉଁ ଷଡ଼ଯନ୍ତ୍ର କରୁଛି, ତାହାକୁ ଆମେ କଦାପି ସଫଳ ହେବାକୁ ଦେବୁ ନାହିଁ।”

ବୈଠକ ପରେ କଂଗ୍ରେସ ପ୍ରତିନିଧି ଦଳ ନେରିଡିବାଲସା ଗ୍ରାମକୁ ଯାଉଥିବା ବାଟରେ, ଉପରସେମ୍ବି ଗ୍ରାମ ନିକଟରେ ମୁତୟନ ଥିବା ଆନ୍ଧ୍ର ପୋଲିସ୍‌କୁ ଦେଖି ଉତ୍ତେଜନା ପ୍ରକାଶ ପାଇଥିଲା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋପାନ୍ୱିତ ହୋଇ ଆନ୍ଧ୍ର ପୋଲିସ୍‌କୁ ତାଗିଦ୍ କରି କହିଥିଲେ, “ଏହା ତୁମମାନଙ୍କ ପୈତୃକ ସମ୍ପତ୍ତି ନୁହେଁ, ତୁରନ୍ତ ଏହି ସ୍ଥାନ ଛାଡ଼ି ଚାଲିଯାଅ।” ଏହାସହ କଂଗ୍ରେସ କର୍ମୀମାନେ ରାସ୍ତାରେ ଆନ୍ଧ୍ର ପୋଲିସ୍ ଲଗାଇଥିବା ଟ୍ରାଫିକ୍ ବୋର୍ଡଗୁଡ଼ିକୁ ଫିଙ୍ଗିଦେବା ସହ ‘ଆନ୍ଧ୍ର ଗୋ ବ୍ୟାକ୍’ ସ୍ଲୋଗାନ ଦେଇଥିଲେ।

କୋଟିଆରେ ଆନ୍ଧ୍ର ପୋଲିସ୍‌କୁ କଂଗ୍ରେସର ବିରୋଧ ପରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଓଡ଼ିଶା ପୋଲିସ୍ ସତର୍କତା ଗ୍ରହଣ କରିଥିଲା। ପୋଲିସ୍ କଂଗ୍ରେସ ଟିମ୍‌କୁ ସେହି ରାସ୍ତାରେ ଫେରିବାକୁ ଅନୁମତି ନଦେଇ, ବ୍ରିଟିଶ ରାସ୍ତା ଦେଇ ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମାକୁ ଫେରିବା ପାଇଁ ପରାମର୍ଶ ଦେଇଥିଲା।

ଏହି ଗସ୍ତରେ ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡାମ୍, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାନ୍ତା, ରାୟଗଡ଼ା ବିଧାୟକ ଆପଲ୍ ସ୍ୱାମୀ, ଗୁଣୁପୁର ବିଧାୟକ ସତ୍ୟଜିତ୍ ଗୋମାଙ୍ଗ, ବିଷମ କଟକ ବିଧାୟକ ନୀଳମାଧବ ହିକକା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜିଲା କଂଗ୍ରେସ ସଭାପତି ରୂପକ ତୁରୁକ୍‌ଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅର୍ଣ୍ଣବ’ ସତର୍କତା: ଗୁଡ଼ାରି ‘ମା’ ଗୃହ’ରେ ୧୯ ଗର୍ଭବତୀ, ପ୍ରଶାସନର ‘ଜିରୋ କାଜୁଆଲଟି’…

ଗୁଡ଼ାରି, ୨୭।୧୦(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦ: ମେଣ୍ଢିପାଲି ସ୍କୁଲରେ ତାଲା, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ଗ୍ରାମବାସୀ

ଦେବଗଡ଼, ୨୭।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଥିବା ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ। ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ନଦେବା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?