କେସିଙ୍ଗା,୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ-କାଣ୍ଡେଲ ଗ୍ରାମ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ତାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦେହେରେନ ଜୋରର ନିକଟରେ ଥିବା ଆମ୍ବ ବଗିଚାରୁ ସଂଯୋଗ ହୋଇଥିବା ୭ଟି ବିଦ୍ୟୁତ ପୋଲରୁ ପ୍ରାୟ ୭ ଶହ ମିଟର ବିଦ୍ୟୁତ ତାର ରବିବାର ରାତିରେ ଚୋରି ହୋଇଛି ।
୩ଦିନ ଧରି ଲଗାତାର ବର୍ଷା ହେଉଥିବାରୁ ଗାଁଠୁ ଦୂରରେ ରହିଥିବା ବିଦ୍ୟୁତ ଖୁଣ୍ଟରୁ ଚୋରମାନେ ତାର କାଟି ନେଇଥିବା ସନ୍ଦେହ କରାଯାଉଛି । ପାଣି ପଞ୍ଚାୟତର ସଭାପତି ବୈଦ୍ୟରାଜ ସଦାନନ୍ଦ ପୁଟେଲ ଏହି ଖବର ଜାଣିଲା ପରେ ନିଜ ଚାଷ ଜମିକୁ ଦେଖିବାକୁ ଯାଇଥିଲେ । ଦେଖିବା ପରେ ୭ଟି ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୭୦୦ ମିଟର ବିଦ୍ୟୁତ ତାର ଚୋରି ହୋଇ ଥିବା ଜାଣି ପାରିଥିଲେ। ଏହି ପାଣି ପଞ୍ଚାୟତର ଏଲ ଆଇ ପଏଣ୍ଟ ରୁ ପ୍ରାୟ ୨୦୦ଜଣ ଚାଷୀ ଏହି ଏଲ ଆଇ ପଏଣ୍ଟ ଉପରେ ନିର୍ଭର କରି ଜମିରେ ଜଳସେଚନ କରିଥାନ୍ତି । କିନ୍ତୁ ସ୍ଵଳ୍ପ ବର୍ଷାରେ ଚାଷୀମାନେ ଏହି ଏଲ ଆଇ ପଏଣ୍ଟରୁ ପାଣି ଚଳାଇ ଚାଷୀମାନେ ଚାଷ କରି ଥାଆନ୍ତି।
ଏହା ଜାଣିଲା ପରେ ଚାଷୀମାନେ କେସିଙ୍ଗା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପାଣି ପଞ୍ଚାୟତର ସଭାପତି ବୈଦ୍ୟରାଜ-ସଦାନନ୍ଦ ପୁଟେଲଙ୍କୁ ପଚାରିବାରୁ ଆମେ ୨୦୦ଜଣ ଚାଷୀ ଏହି ଏଲ ଆଇ ପଏଣ୍ଟ ମୋଟର ଚଳାଇ ଚାଷ କରି ଆସୁଛୁ । ଏହାର ତଦନ୍ତ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛୁ ବୋଲି ପ୍ରକାଶ କରିଥିଲେ । ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ଜିତେନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାରୁ ଇଲେକ୍ଟ୍ରି ଜେଇଙ୍କୁ ଡକାଯାଇ ନିଷ୍ପତ୍ତି ହେବ ବୋଲି କହିଥିଲେ ।

