ବିଦ୍ୟୁତ୍‌ ବ୍ୟବହାର: ବିଚାରଣୀୟ ବିଷୟ

ମନୋଜ ପଟ୍ଟନାୟକ

ବିଦ୍ୟୁତ୍‌ ସେବା ଆମ ଗ୍ରାହକମାନଙ୍କୁ ଶେଷ କିଛି ସପ୍ତାହ ହେଲା ବହୁତ ବ୍ୟତିବ୍ୟସ୍ତ କରିଛି। ଏହି ବ୍ୟାଘାତ ହେତୁ ବିଭିନ୍ନ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁଦ୍ଧିଜୀବୀ କିଛି ମତବ୍ୟକ୍ତ କରିନାହାନ୍ତି ତଥାପି ଅନେକ ଖବର ସରବରାହ ସଂସ୍ଥାରେ ବିଭିନ୍ନ କଥା ପ୍ରକାଶ ପାଇଛି ଯଥା ଅଘୋଷିତ ବିଦ୍ୟୁତ୍‌ କାଟ, କମ୍ପାନୀର ଲାଭ ପାଇଁ ବିଦ୍ୟୁତ୍‌ କାଟ, ମନମାନୀ ଇତ୍ୟାତି ଇତ୍ୟାଦି। ବିଦ୍ୟୁତ୍‌ ବିତରଣ ସଂସ୍ଥା ମଧ୍ୟ ଏହାକୁ ଅନୁଭବ୦ କରିଛନ୍ତି। ଏହା ମୁଖ୍ୟତଃ ଆକସ୍ମିକ ଗ୍ରୀଷ୍ମପ୍ରବାହ ଏବଂ ତଦନୁସାରେ ଅତିମାତ୍ରାରେ ବିଦ୍ୟୁତ୍‌ ଆବଶ୍ୟକତା ଅନ୍ୟାନ୍ୟ କାରଣ ମଧ୍ୟରୁ ଏକ କାରଣ। ଏଠାରେ କୁହାଯାଇପାରେ ଯେ, ଏହା କେବଳ ପଶ୍ଚିମ ଓଡ଼ିଶା ବା ସାରା ଓଡ଼ିଶାରେ ଏଭଳି ବ୍ୟାଘାତ ଘଟିଛି ତାହା ନୁହେଁ ଏହି ପରିସ୍ଥିତି ସାରା ଭାରତବର୍ଷରେ ବିଗତ କିଛି ସପ୍ତାହ ହେବ ଅନୁଭୂତ ହୋଇଛି। ଆମେ ବିଦ୍ୟୁତ୍‌ ଆବଶ୍ୟକତା ମେଣ୍ଟାଇବା ପାଇଁ ଜଳ ବିଦ୍ୟୁତ୍‌ ଓ ତାପଜ ବିଦ୍ୟୁତ୍‌ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁ। ବିଦ୍ୟୁତ୍‌ ବିତରଣ ସଂସ୍ଥା ପାଖକୁ ଏହା ବିଭିନ୍ନ ମାଧ୍ୟମ ଦେଇ ଆସିଥାଏ। ବିତରଣ ଦାୟିତ୍ୱରେ ଥିବା ସଂସ୍ଥା କେବଳ ଗ୍ରାହକମାନଙ୍କୁ ନିଜର ଆବଶ୍ୟକତା ଅନୁସାରେ ବିଦ୍ୟୁତ୍‌ ବିତରଣ କରେ ଏବଂ ବିଦ୍ୟୁତ୍‌ ସରଞ୍ଜାମର ରକ୍ଷଣାବେକ୍ଷଣ କରେ। ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବିଦ୍ୟୁତ୍‌ ଆବଶ୍ୟକତା ଉପରେ ଯୋଜନା କରାଯାଇଥିଲା। ଗ୍ରୀଷ୍ମଋତୁରେ ଅତ୍ୟଧିକ ଆବଶ୍ୟକତାକୁ ମଧ୍ୟ ଧ୍ୟାନ ଦିଆଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ପାରଦ ଏତେ ମାତ୍ରାରେ ବଢ଼ିଗଲା ଏବଂ ସମୟ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ହେଲା ଯେ, ଅତି ଅଳ୍ପ ସମୟ ମଧ୍ୟରେ ଆବଶ୍ୟକତା ମେଣ୍ଟାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ଉତ୍ପାଦନ କ୍ଷେତ୍ରରେ କିଛି ତ୍ରୁଟି ପରିଲକ୍ଷିତ ହେଲା। ଏହି ପରିପ୍ରେକ୍ଷୀରେ କିଛି ଅସୁବିଧାର ସମ୍ମୁଖୀନ ଯଥା ଅନ୍ତର୍ଜାତୀୟ ପରିବହନ, କଞ୍ଚାମାଲର ଦରଦାମ ବୃଦ୍ଧି ଆଦି କାରଣକୁ ଏଡାଇ ଦିଆଯାଇ ନ ପାରେ।
ଯଦିଓ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଯୁଗୋପଯୋଗୀ ଯନ୍ତ୍ରପାତିର ବ୍ୟବସ୍ଥା ପ୍ରତ୍ୟେକ କ୍ଷେତ୍ର ଯଥା ବିଦ୍ୟୁତ୍‌ ଉତ୍ପାଦନ, ବିଦ୍ୟୁତ୍‌ ପରିବହନ ଏବଂ ବିଦ୍ୟୁତ୍‌ ବିତରଣରେ କରାଯାଇଛି କିନ୍ତୁ ପ୍ରତ୍ୟେକ ସରଞ୍ଜାମର ଏକ ନିର୍ଦ୍ଧାରିତ କ୍ଷମତା ରହିଛି । ଅତ୍ୟଧିକ ଚାପ ଫଳରେ ଅତି ବିଶିଷ୍ଟ କ୍ଷମତା ସମ୍ପନ୍ନ ଯନ୍ତ୍ରପାତି ମଧ୍ୟ ଅନେକ ସମୟରେ କାର୍ଯ୍ୟକ୍ଷମ ନ ହେବା ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ ପ୍ରକାଶ କରିବା ଆବଶ୍ୟକ ଯେ, ଆମ ଦେଶ ଏବଂ ପୂରା ଏସିଆ ମହାଦେଶ ବିଗତ ୨ ବର୍ଷ ଧରି କରୋନା ମହାମାରୀ ଯୋଗୁ ବନ୍ଦ ପଡିଥିଲା। ଏହାଦ୍ୱାରା ଜୀବନ ଯାତ୍ରା, କାର୍ଯ୍ୟାଳୟ, କଳକାରଖାନା ସମସ୍ତ ଗତି ଶୂନ୍ୟ ହୋଇଯାଇଥିବା କୁହାଗଲେ ଅତ୍ୟୁକ୍ତି ହେବ ନାହିଁ। ୨୦୨୨ ଜାନୁୟାରୀ ପରଠାରୁ ଧୀରେ ଧୀରେ ଏ ସବୁ କ୍ଷେତ୍ରରେ ଅର୍ଥନୈତିକ ବିକାଶ ପରିଲକ୍ଷିତ ହେବା ସହିତ ଗୋଟିଏ ସମୟରେ ପୂରା ଦେଶର ସମସ୍ତ କାର୍ଯ୍ୟାଳୟ, କଳକାରଖାନା ଖୋଲିବା ବିଦ୍ୟୁତ୍‌ ଆବଶ୍ୟକତାର ଚାହିଦା ବଢ଼ାଇବାର ଏକ କାରଣ।
ଇତିମଧ୍ୟରେ ଆମର ଦୃଷ୍ଟିଗୋଚର ହେଲା ଯେ, ବିତରଣ କମ୍ପାନୀ ବିଦ୍ୟୁତ୍‌ କାଟ୍‌ କରିବା ଦ୍ୱାରା ବ୍ୟବସାୟିକ ଲାଭ ଏବଂ ଉନ୍ନତି କରିଥାଏ। ଏହି ପରିପ୍ରେକ୍ଷୀରେ ଏହା ପ୍ରକାଶ କରିବା ଅତ୍ୟନ୍ତ ଆବଶ୍ୟକ ଯେ ବିତରଣ କମ୍ପାନୀର ବିଦ୍ୟୁତ୍‌ ଯେତେ ପର୍ଯ୍ୟନ୍ତ ଗ୍ରାହକମାନେ ବ୍ୟବହାର କରନ୍ତି ନାହିଁ ଏବଂ ତତ୍‌ଜନିତ ମିଟରରେ ୟୁନିଟ୍‌ର ଅଙ୍କ ଚଳେ ନାହିଁ। ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥାର ରାଜସ୍ବ ମଧ୍ୟ ଚଳେ ନାହିଁ। ତେଣୁ ଏହିପରି ମତ ବ୍ୟକ୍ତ କରି ଗ୍ରାହକଙ୍କୁ ବିଭ୍ରାନ୍ତି ସୃଷ୍ଟି କରିବା ଛଡା ଆଉ କିଛି ନୁହେଁ। ସରକାର, ଶକ୍ତିବିଭାଗ, ଗ୍ରୀଡ୍‌କୋ ଏବଂ ପ୍ରଶାସନ ଆଗରେ ଆବଶ୍ୟକତା ଏବଂ ତଦନୁସାରେ ଯୋଗାଣ କ୍ଷମତାର ଠିକ୍‌ ଆକଳନ କରିବା ପାଇଁ ବିଦ୍ୟୁତ୍‌ ଚୋରି ରୋକିବା, ଅନୈତିକ ପନ୍ଥାରେ ବିଦ୍ୟୁତ୍‌ ବ୍ୟବହାର କରିବା ଏକ ବିଚାରଣୀୟ ବିଷୟ। ଆଶା, ଏଥିପ୍ରତି ପ୍ରତ୍ୟେକ ଉପଭୋକ୍ତା ଏବଂ ସମାଜ ଆଗାମୀ ଦିନରେ ସଚେତନ ହେବେ। ନିକଟ ଭବିଷ୍ୟତରେ ଏହି ସମାଧାନର ପନ୍ଥା ନିରୂପଣ କରିବା ସକାଶେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଅଧିକାରୀ, ମୁଖ୍ୟ ଶାସନ ସଚିବ ଏବଂ ଗ୍ରୀଡ୍‌କୋର ମହାନିର୍ଦ୍ଦେଶକ ପ୍ରତ୍ୟେକ ସଂସ୍ଥା ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ଏବଂ ଏହାକୁ ସାମୟିକ ବୋଲି ବିବେଚନା କରିଛନ୍ତି। ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ପ୍ରତ୍ୟେକ ଦିନ ପରିସ୍ଥିତିର ମୁକାବିଲା ପାଇଁ ପନ୍ଥା ନିରୂପଣ କରାଯାଉଛି। ଏହା ନିଶ୍ଚିତ ରୂପରେ ସାମୟିକ।
ମୋ: ୯୮୬୧୭୬୬୬୮୮


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?