ନିର୍ବାଚନ ଖର୍ଚ୍ଚ ପରିଚାଳନା ପ୍ରଶିକ୍ଷଣ

ଭଦ୍ରକ ଅଫିସ, ୫।୧ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ଭଦ୍ରକ ପଞ୍ଚାୟତ ସମିତି ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନ ଖର୍ଚ୍ଚ ପରିଚାଳନା ନେଇ ପର୍ଯ୍ୟବେକ୍ଷକଙ୍କୁ ନେଇ ପ୍ରଶିକ୍ଷଣ ମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲା ସଂସ୍କୃତି ଭବନରେ ଆୟୋଜିତ ଏହି ବୈଠକରେ ଭଦ୍ରକ ଜିଲା ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରମେଶ କୁମାର ପାତ୍ର ପ୍ରାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ସୀମା ସହ ତା’ର ପରିଚାଳନା ସମ୍ପର୍କରେ ବୁଝାଇଥିଲେ।
ଖର୍ଚ୍ଚ ହିସାବ ରଖିବା ପାଇଁ ଉପସ୍ଥିତ ସମସ୍ତ ପ୍ରାର୍ଥୀଙ୍କୁ ୫୪ ପୃଷ୍ଠାର ଏକ ରେଜିଷ୍ଟର ସହ ଖର୍ଚ୍ଚ ହିସାବ ବିବରଣୀ ସମ୍ବନ୍ଧୀୟ ଫର୍ମ ଯୋଗାଇ ଦିଆଯାଇଥିଲା। ପ୍ରାର୍ଥତ୍ପତ୍ର ଦାଖଲ ପାଇଁ ଆଫିଡେଭିଟ୍‌, ଅମାନତ ଜମା ଖର୍ଚ୍ଚଠାରୁ ଆରମ୍ଭ କରି ୯ ପ୍ରକାର ଖର୍ଚ୍ଚ ସମ୍ବନ୍ଧରେ ପର୍ଯ୍ୟବେକ୍ଷକ ବୁଝାଇଥିଲେ। କୋଭିଡ୍‌ କଟକଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କେବଳ ସଭା ସମିତି ବାବଦ ବ୍ୟୟ ବ୍ୟତୀତ ଅନ୍ୟ ସମସ୍ତ, ପୁସିଂକାର୍ଡ, ବିଜ୍ଞାପନ ଆଦି ମୁଦ୍ରଣ ଜନିତ, ବ୍ୟାନର ହୋଡିଂ ଆଦି ଇସ୍ତାହାର ଜନିତ, ପ୍ରଚାର ପାଇଁ ବ୍ୟବହୃତ ଗାଡ଼ିର ଭଡ଼ା ଓ ଇନ୍ଧନ ବାବଦ, ପ୍ରଚାର କାର୍ଯ୍ୟ ପାଇଁ ଖାଦ୍ୟପେୟ ବାବଦ ଖର୍ଚ୍ଚ ହିସାବକୁ ରେଜିଷ୍ଟରରେ କିଭଳି ଉଲ୍ଲେଖ କରାଯିବ ଦର୍ଶାଇଥିଲେ। ପ୍ରଚାରରେ ବ୍ୟବହୃତ ହେବାକୁ ଥିବା ଡାକବାଜି ଯନ୍ତ୍ର ପାଇଁ ଉପଜିଲାପାଳଙ୍କଠାରୁ ଲିଖିତ ଅନୁମତିପତ୍ର ଆଣିବା, ଯାନବାହନ କାଗଜପତ୍ରର ନକଲ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିବା ଆଦି ବିଷୟରେ ମଧ୍ୟ କୁହାଯାଇଥିଲା। ନିର୍ବାଚନୀ ଖର୍ଚ୍ଚ ଓ ପ୍ରଚାର କାର୍ଯ୍ୟରେ ବ୍ୟବହୃତ ଗାଡ଼ି ସଂଖ୍ୟା ଉଦ୍ଦିଷ୍ଟ ସୀମା ଭିତରେ ରହିବାକୁ ପର୍ଯ୍ୟବେକ୍ଷକ ସମସ୍ତ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri