ନିର୍ବାଚନ ଚିନ୍ତା

Dillip Cherian

କୋଭିଡ୍‌ ସଙ୍କଟ ମୁକାବିଲାରେ ଉତ୍ତରପ୍ରଦେଶ ସରକାରଙ୍କ ବିଫଳତାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ। ଲୋକଙ୍କ ମାନସିକତାକୁ ଅନୁଭବ କରି ଭାଜପା ଏବଂ କେନ୍ଦ୍ରରେ କ୍ଷମତାଶୀନ ମୋଦି ସରକାର ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନରେ ଦଳର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଛା ବଛା ଅଳ୍ପ କେତେ ଜଣ ବାବୁଙ୍କ ସମର୍ଥନରେ ସରକାର ଚଳାଇବା ଉପରେ ଯେଉଁ ଧାରଣା ରହିଛି ତା’ ଉପରେ ବହୁତ କିଛି ଚିନ୍ତା କରିବାକୁ ପଡିଛି। ପିଏମ୍‌ଓର ବରିଷ୍ଠ ଅଧିକାରୀ ଅରବିନ୍ଦ କୁମାର ଶର୍ମା ସେଠାକୁ ଯାଇଛନ୍ତି। ସ୍ବେଚ୍ଛାକୃତ ଅବସର ନେବା ପରେ ଶର୍ମା ଯେତେବେଳେ ଲକ୍ଷ୍ନୌରେ ବିମାନରୁ ଅବତରଣ କଲେ, ସେତେବେଳେ ସେ ଗୁଜରାଟ କ୍ୟାଡର୍‌ର ବାବୁ ନ ଥିଲେ; ସେ ଥିଲେ କେବଳ ଉତ୍ତରପ୍ରଦେଶରେ ଭାଜପାର ଆଉ ଜଣେ ଉପ-ସଭାପତି। ପାର୍ଟିର ରାଜ୍ୟ ଶାଖା ମଧ୍ୟରେ ଅସନ୍ତୋଷର କାରଣ ହୋଇଥିତ୍ବା ଯୋଗୀଙ୍କୁ ଲଗାମ ଦେବା ଲାଗି ତାଙ୍କୁ ପଠାଯାଇଥିବା ଜଣାପଡିଛି। ଯୋଗୀ ମଧ୍ୟ ତାଙ୍କ ଚାରିପାଖରେ ଥିବା ବିଶ୍ୱସ୍ତ ବାବୁମାନଙ୍କୁ ଏକାଠି କରିଛନ୍ତି। ଏହି ବାବୁମାନଙ୍କ ଟିମ୍‌ ଯୋଗୀଙ୍କ କୋଭିଡ୍‌ ପରିଚାଳନାକୁ ମାର୍ଗଦର୍ଶନ କରିଥିଲେ। କିନ୍ତୁ ସବୁବେଳେ କ୍ଷମତାଶାଳୀ ରହିଆସିଥିବା ୧୯୮୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ନବନୀତ୍‌ ଶେହଗାଲ ପୁଣି ଥରେ ଫାୟାର ଫାଇଟର ଭାବେ ଉଭା ହୋଇଛନ୍ତି। ସେ ଅତିରିକ୍ତ ମୁଖ୍ୟ ସଚିବ ଭାବେ ରାଜ୍ୟ ସୂଚନା ବିଭାଗରେ ଦାୟିତ୍ୱ ନେଇ କୋଭିଡ୍‌ ବିଫଳତା ବିରୋଧୀ ଯୁଦ୍ଧର ନେତୃତ୍ୱ ନେଉଛନ୍ତି। ଗତ ୬ ମାସ ମଧ୍ୟରେ ରାଜ୍ୟ ସରକାରରେ ତାଙ୍କର ପ୍ରଭାବଶାଳୀ ଉପସ୍ଥିତି ଉତ୍ତରପ୍ରଦେଶରେ ଅନ୍ୟ ବାବୁମାନଙ୍କୁ ବେଶି ଉତ୍ସାହିତ କରିପାରିନାହିଁ। ତଥାପି ଆଗକୁ ଯୋଗୀ ଏକାଠି କରିଥିତ୍ତ୍ବା ସଂଖ୍ୟାଧିକ ବାବୁଙ୍କ ଗୋଷ୍ଠୀର ଗୁରୁତ୍ୱ ରହିବ। ସେମାନେ ଶେଷ ପର୍ଯ୍ୟାୟରେ ଯେଭଳି କୋଭିଡ୍‌ ପରିଚାଳନା କରିଛନ୍ତି ସେଥିରୁ ସଂକ୍ଷେପରେ ସୂଚନା ମିଳୁଛି କି ତାହା ଆଗାମୀ ମାସଗୁଡିକରେ ନିର୍ଣ୍ଣାୟକ ହେବ।
ପ୍ରଶ୍ନ ଘେରରେ ନିଯୁକ୍ତି
ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ( ସିବିଡିଟି)ରେ ଏକ ସମୟରେ ବହୁ ସଂଖ୍ୟକ ନିଯୁକ୍ତିକୁ ନେଇ ଏହାକୁ ନିରୀକ୍ଷଣ କରୁଥିବା ବାବୁମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କିମାରିଛି। ସିବିଡିଟି ଅଧ୍ୟକ୍ଷ ପି.ସି.ମୁଡିଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହେବା ପରେ ଅର୍ଥମନ୍ତ୍ରୀ ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିତ୍କାରୀ ଜେ.ବି.ମହାପାତ୍ରଙ୍କୁ ଏହି ପଦବୀର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଆଡହକ ଅଧ୍ୟକ୍ଷ ଭାବେ ମହାପାତ୍ରଙ୍କ ସହ ସିବିଡିଟିର ଏବେ ତିନିଜଣ ୧୯୮୫ ବ୍ୟାଚ୍‌ର ବୋର୍ଡ ମେମ୍ବର ବା ସଦସ୍ୟ ରହିଛନ୍ତି। ଅନ୍ୟ ଦୁଇଜଣ ହେଲେ,ଅନୁ ଜେ. ସିଂ ଏବଂ ଅନୁଜ ଷଡଙ୍ଗୀ। ସୂତ୍ରରୁ ପ୍ରକାଶ ଯେ,ସିବିଡିଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମହାପାତ୍ରଙ୍କୁ କାହଁିକି ନିଯୁକ୍ତ କରାଗଲା, ପ୍ରାୟ ତିନି ମାସ ପରେ ଅବସର ନେବାକୁ ଥିତ୍ବା ସବୁଠୁ ବରିଷ୍ଠ ବୋର୍ଡ ମେମ୍ବର କେ. ଏମ୍‌. ପ୍ରସାଦଙ୍କ ଦାବିକୁ ସରକାର କାହିଁକି ଅଣଦେଖା କଲେ, ଏସବୁ ପ୍ରଶ୍ନ୍‌କୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରସାଦଙ୍କୁ ବି ସହଜରେ ଅନ୍ତରୀଣ ଅଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ଦିଆଯାଇପାରିଥାଆନ୍ତା। ଆଡହକ ପଦବୀ ସହ ମହାପାତ୍ର ୨୦୧୯ରୁ ଇନ୍‌ଭେଷ୍ଟିଗେଶନର ନିୟମିତ ସଦସ୍ୟ ରହିଛନ୍ତି। ଇନଭେଷ୍ଟିଗେଶନର ସଦସ୍ୟ ପଦ ଏବେ ସିବିଡିଟିର ଶୀର୍ଷ ପଦବୀର ନେତୃତ୍ୱ ନେବା ଭଳି ଜଣାପଡୁଛି। ଏଥିରୁ ଜଣାପଡୁଛି ଯେ, ଏବକାର ସିଇସି ସୁଶୀଲ ଚନ୍ଦ୍ରା ସିବିଡିଟି ଅଧ୍ୟକ୍ଷ ଭାବେ ପଦୋନ୍ନତି ପାଇବା ପୂର୍ବରୁ ଏହି ସମାନ ପଦରେ ରହିଥିତ୍ଲେ।
୩ ନୂଆ ସଦସ୍ୟଙ୍କ ମଧ୍ୟରୁ ଏସ.କେ.ଗୁପ୍ତାଙ୍କ କାର୍ଯ୍ୟକାଳ ଜୁଲାଇରେ ପୂରଣ ହେଉଥିତ୍ବାବେଳେ କେ.ଏମ୍‌.ପ୍ରସାଦଙ୍କ ଭଳି ଅନୁ ସିଂ ଚଳିତ ବର୍ଷ ଅଗଷ୍ଟରେ ଅବସର ଗ୍ରହଣ କରିବେ। ତେବେ ସରକାର ବୋର୍ଡରେ ନୂୂଆ ସଦସ୍ୟ ନିଯୁକ୍ତି କରିବେ ନା ଏବକାର ମେମ୍ବରଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରିବେ, ତାହାକୁ ନେଇ ପ୍ରଶ୍ନ ଉଠୁଛି।
ରାଜନୈତିକ ଝଗଡ଼ାରେ ଡିଜିପି
ହରିୟାଣାର ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ମନୋଜ ଯାଦବ ବ୍ୟକ୍ତିଗତ କାରଣ ଯୋଗୁ ଇଣ୍ଟେଲିଜେନ୍ସ ବ୍ୟୁରୋ( ଆଇବି)କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହଁିଛନ୍ତି। ତାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣକୁ ନେଇ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ଗୃହମନ୍ତ୍ରୀ ଅନିଲ ଭିଜ୍‌ଙ୍କ ମଧ୍ୟରେ ବାକ୍‌ଯୁଦ୍ଧର ଅବସାନ ଘଟାଇବାକୁ ସେ ଏଭଳି କରିଛନ୍ତି। ୟୁପିଏସ୍‌ସିର ଏକ କମିଟି ସୁପାରିଶ କ୍ରମେ ରାଜ୍ୟ ପୋଲିସ ମୁଖ୍ୟ ଭାବେ ନିଯୁକ୍ତି ପାଇଁ ଯାଦବଙ୍କୁ ହରିୟାଣା ପଠାଯାଇଥିଲା। ଆଇବିରେ ୧୫ ବର୍ଷ କାର୍ଯ୍ୟ କରିବା ପରେ ସେ ତାଙ୍କ ରାଜ୍ୟ କ୍ୟାଡର୍‌କୁ ଫେରିଥିଲେ। ୧୯୮୮ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀ ଏବେ ଯୁଗ୍ମ ସଚିବ(ସ୍ବରାଷ୍ଟ) ରାଜୀବ ଅରୋରାଙ୍କୁ ଆଇବିକୁ ଫେରାଇ ନେଇ ପୁରୁଣା ଯୁଗ୍ମ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରିବା ଲାଗି ସୁଯୋଗ ଦେବା ପାଇଁ ସ୍ପଷ୍ଟ ଭାବେ ଲେଖିଛନ୍ତି। ଏଭଳି ପଦକ୍ଷେପ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ, ଯାଦବ ତାଙ୍କ ବସ୍‌ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଭିଜ୍‌ଙ୍କ ସହ ଆଗକୁ ବଢି ସଫଳ ହେବାରେ ଅକ୍ଷମ ବୋଲି ଏସମ୍ପର୍କରେ ଅବଗତ ଥିବା ବ୍ୟକ୍ତିମାନେ ବିଶ୍ୱାସ କରୁଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରୁ ଯେତେବେଳେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଡିଜିପି ଭାବେ ଯାଦବଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ସମ୍ପ୍ରସାରଣ କରିଥିଲେ ସେତେବେଳେ ଗୃହମନ୍ତ୍ରୀ ଏହାକୁ ବିରୋଧ କରିଥିତ୍ଲେ। କିନ୍ତୁ ଖଟ୍ଟର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ ଓ ତାହା କାର୍ଯ୍ୟକାରୀ ହୋଇଥିଲା। ଖଟ୍ଟର ଏବଂ ତାଙ୍କ ଗୃହମନ୍ତ୍ରୀ ଭିଜ୍‌ ଅନେକ ମାମଲାରେ ମୁହଁାମୁହିଁ ହେଉଛନ୍ତି। ଯଦି ପ୍ରତ୍ୟାବର୍ତ୍ତନ ପାଇଁ ଯାଦବଙ୍କ ଅନୁରୋଧ ଗ୍ରହଣ କରାଯାଏ,ତେବେ ରାଜନୈତିକ ଝଗଡ଼ା ମଧ୍ୟରେ ଯାଦବଙ୍କୁ ମୂଲ୍ୟ ଦେବାକୁ ପଡିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri