୬ ଜିଲାରେ ନୂଆ ଏସ୍‌ପି

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୮ ଜଣଙ୍କ ବଦଳି ଓ ନୂଆ ଦାୟିତ୍ୱ ନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେଶନରେ ଥିବା ୧୯୯୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ୍‌. ଦେବଦତ୍ତ ସିଂଙ୍କୁ ଓଡ଼ିଶା ଫେରାଇ ଅଣାଯାଇ ପୋଲିସ ମୁଖ୍ୟାଳୟରେ ଆଇଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ୬ଜିଲା ନୂଆ ଏସ୍‌ପି ପାଇଛି। ଜଗତ୍‌ସିଂହପୁର ଏସ୍‌ପି ଥିବା ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପ୍ରକାଶ ଆର୍‌ଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଥିବାବେଳେ ଏସ୍‌ଓଜି କମାଣ୍ଡାଣ୍ଟ୍‌ ଥିବା ୨୦୦୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅଖିଳେଶ୍ୱର ସିଂଙ୍କୁ ଜଗତ୍‌ସିଂହପୁର ଏସ୍‌ପି ଦାୟିତ୍ୱ ମିଳିଛି। ମୟୂରଭଞ୍ଜ ଏସ୍‌ପି ଥିବା ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପି.ଏସ୍‌. ପରଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍‌ପି ଓ ନୂଆପଡା ଏସ୍‌ପି ଥିବା ୨୦୧୫ ବ୍ୟାଚ୍‌ର ରାହୁଲ ଜୈନଙ୍କୁ ବଦଳି କରାଯାଇ ବରଗଡ଼ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ପୋଲିସ ମୁଖ୍ୟାଳୟରେ ଏଆଇଜି ଭାବେ କାର୍ଯ୍ୟରତ ୨୦୧୫ ବ୍ୟାଚ୍‌ର ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡା ଏସ୍‌ପି, ମାଲକାନଗିରି ଏସ୍‌ପି ଥିବା ୨୦୧୬ ବ୍ୟାଚ୍‌ର କେ.ଆର୍‌.ଦ୍ୟାନଦେଓଙ୍କୁ ମୟୂରଭଞ୍ଜ ଏସ୍‌ପି ଓ ନବରଙ୍ଗପୁର ଏସ୍‌ପି ଥିବା ୨୦୧୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପି.ଏସ୍‌. ମୀନାଙ୍କୁ ମାଲକାନଗିରି ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri