Posted inଜାତୀୟ

ଏମ୍‌ସିଡି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ୪ରେ ଭୋଟିଂ, ୭ରେ ଫଳାଫଳ

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀରେ ମ୍ୟୁନିସିପାଲଟି କର୍ପୋରେସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଦିଲ୍ଲୀର ନିର୍ବାଚନ କମିଶନର ବିଜୟ ଦେବ ଶୁକ୍ରବାର ଅପରାହ୍ନ ୪ଟାରେ ଏକ ଖବରଦାତା ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀରେ ଡିସେମ୍ବର ୪ରେ ମତଦାନ ଓ ଡିସେମ୍ବର ୭ରେ ଫଳାଫଳ ଆସିବ। ତେବେ ଏହାପୂର୍ବରୁ ଅର୍ଥାତ୍‌ ନଭେମ୍ବର ୭ରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ନଭେମ୍ବର ୧୪ରେ ଶେଷ ହେବ। ସେହିପରି ନଭେମ୍ବର ୧୬ରେ ନାମାଙ୍କନ ଯାଞ୍ଚ ଏବଂ ନଭେମ୍ବର ୧୯ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିବ। ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆଚରଣ ସଂହିତା ଲାଗୁ ହୋଇଛି। ନିର୍ବାଚନ ପ୍ରଚାର ପାଇଁ ହୋର୍ଡିଂ ଓ ବ୍ୟାନରକୁ ହଟାଇଦିଆଯିବ। ସୂଚନାଯୋଗ୍ୟ, ଦିଲ୍ଲୀରେ ବିଧାନସଭାର ୭୦ଟି ଆସନ ରହିଛି। କିନ୍ତୁ ୨ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ମୋଟ ୬୮ଟି ଆସନରେ ନିର୍ବାଚନ ହେବ, ଯେଉଁଥିରେ ୨୫୦ଟି ଓ୍ବାର୍ଡ ରହିଛି। ସୂଚନା ମୁତାବକ, ୨୦୧୧ ଜନଗଣନା ଅନୁଯାୟୀ ୨୫୦ୱାର୍ଡରେ ୪୨ଟି ଆସନ ଏସ୍‌ସି ପାଇଁ ସଂରକ୍ଷିତ ଥିବା ବେଳେ ୨୧ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ମହିଳାମାନଙ୍କ ପାଇଁ ୧୦୪ଟି ଆସନ ପୃଥକ ଭାବେ ସଂରକ୍ଷିତ ରଖାଯାଇଛି। ସମୁଦାୟ ୧୩୬୬୫ଟି ମତଦାନ କେନ୍ଦ୍ର ରହିବ। ଏଥିସହ ନିର୍ବାଚନରେ ଇଭିଏମ୍‌ ବ୍ୟବହାର କରାଯିବ। ପ୍ରତ୍ୟେକ ବିଧାନସଭାରେ ୬୮ପର୍ଯ୍ୟବେକ୍ଷକ ରହିବେ। ସବୁ ସ୍ଥାନରେ ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନର ବିଜୟ ଦେବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

”ନେହେରୁଙ୍କ ଭୁଲ୍ ପାଇଁ ସୃଷ୍ଟି ହୋଇଛି ପିଓକେ, ଅନ୍ୟଥା ଆଜି ଭାରତରେ ରହିଥାନ୍ତା: ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୬।୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କଂଗ୍ରେସ ଉପରେ ବଡ଼ ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ ନେହେରୁଙ୍କ ଭୁଲ ଯୋଗୁଁ ପିଓକେ ସୃଷ୍ଟି...

ଜମ୍ମୁ କଶ୍ମୀର ସଂରକ୍ଷଣ ଏବଂ ପୁନର୍ଗଠନ ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ,୬।୧୨: ଜମ୍ମୁ କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୩ ଲୋକସଭାରେ ପାରିତ ହୋଇଛି। ଜୁଲାଇ ୨୬, ୨୦୨୩ ରେ...

ମାନସିକ ଚାପରେ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ନିର୍ମମ ହତ୍ୟା ପରେ ଆତ୍ମହତ୍ୟା କଲେ ଡାକ୍ତର

ନୂଆଦିଲ୍ଲୀ, ୬।୧୨: ଉତ୍ତରପ୍ରଦେଶର ରାଏ ବରେଲିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଡାକ୍ତର ମାନସିକ ଚାପରେ ଆସି ନିଜର ସ୍ତ୍ରୀ ଏବଂ ଦୁଇ...

ହାଇକୋର୍ଟରେ ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ, ଅଧାରେ ବନ୍ଦ ହେଲା ବିଚାର…

ବେଙ୍ଗାଲୁରୁ,୬।୧୨ : ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ ଚାଲିବା ଖେଳାଯିବା କାରଣରୁ କର୍ନାଟକ ହାଇକୋର୍ଟ ଏହି ସୁବିଧାକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି।...

କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀଙ୍କ ସମେତ ଅନ୍ୟ ୩ ଭାରତୀୟ…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ଫୋର୍ବସ ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି। ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି...

ପ୍ରଣବ ମୁଖାର୍ଜୀ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ, ମନା କରିଥିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଉଦାହରଣ। ତାଙ୍କ ରାଜନୈତିକ ଜୀବନ କାହାଣୀ ସହ ବଳିଷ୍ଠ ବ୍ୟକ୍ତିତ୍ୱ ଉପରେ ଏକ ବହି...

୧୦ ଭାଜପା ଏମପି ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୬।୧୨ : ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ତିନୋଟି ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପରେ ବର୍ତ୍ତମାନ ୧୦ ଜଣ...

ଦେଶରେ ବଢୁଛି ପ୍ରତିଶୋଧ ହତ୍ୟା: ଏନସିଆରବି ରିପୋର୍ଟ…

ନୂଆଦିଲ୍ଲୀ,୬।୧୨ : ଏନସିଆରବି (ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ଭାରତରେ ହୋଇଥିବା ଅପରାଧ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri