ଓପିଜିସିକୁ ପୁଣି ଘରୋଇ କମ୍ପାନୀକୁ ବିକ୍ରି ପାଇଁ ପ୍ରୟାସ

ଝାରସୁଗୁଡ଼ା ଅଫିସ,୩ା୯: ବିଦ୍ୟୁତ୍‌ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ପାଓ୍ବାର ଜେନେରେଶନ୍‌ କର୍ପୋରେଶନ (ଓପିଜିସି) ଗଠନ ହୋଇଥିଲା। ଏହା ଅଧୀନରେ ରାଜ୍ୟରେ ୬ଗୋଟି କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ (ମିନି ମାଇକ୍ରୋ ହାଇଡ୍ରୋ ପାଓ୍ବାର) ଓ ଗୋଟିଏ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏଥିମଧ୍ୟରେ କେତେକ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଅଚଳ ହୋଇ ବନ୍ଦ ହୋଇଯାଇଥିବାବେଳେ ଆଉ କେତେକ ଋଗ୍‌ଣ ଅବସ୍ଥାରେ ଚାଲିଛି। ଫଳରେ ଏହିସବୁ ପ୍ରକଳ୍ପରୁ ବିଦ୍ୟୁତ ଉପତ୍ାଦନ ବାଧାପ୍ରାପ୍ତ ହୋଇଛି। ଏ ନେଇ ସରକାରଙ୍କ ବ୍ୟାପକ କ୍ଷତି ହେବାରେ ଲାଗିଛି।
ଅନ୍ୟପକ୍ଷେ ନିଗମର ଏକମାତ୍ର ତାପଜ ବିଦ୍ୟୁତ୍‌ କେନ୍ଦ୍ର ଝାରସୁଗୁଡ଼ା ଜିଲାର ବନହରପାଲିଠାରେ ଗଢିଉଠିଛି। ଏଠାରେ ସର୍ବପ୍ରଥମେ ୨୧୦ମେଗାଓ୍ବାଟ୍‌ ବିଶିଷ୍ଟ ୨ୟୁନିଟ୍‌ ୧୯୮୪ରେ ସ୍ଥାପିତ ହୋଇଥିଲା। ଏହା କାର୍ଯ୍ୟକ୍ଷମ ହେବା ପରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟ ସରକାର ଏହାର ୪୯ପ୍ରତିଶତ ଅଂଶଧନକୁ ବହୁଦେଶୀୟ ଏଇଏସ୍‌ କମ୍ପାନୀକୁ ୬୦୩କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ। ରାଜ୍ୟ ସରକାରଙ୍କ ହାତରେ ୫୧ପ୍ରତିଶତ ଅଂଶଧନ ରହିଥିବାବେଳେ ବହୁଦେଶୀୟ ଏଇଏସ୍‌ ହାତରେ ୪୯ପ୍ରତିଶତ ରହିଥିଲା। ଏହି ନିଗମ ଭାଗୀଦାରିରେ ଚାଲିଥିବାବେଳେ କମ୍‌ ଅଂଶଧନ ଥିବା ଏଇଏସ୍‌ ହାତରେ ପରିଚାଳନା କ୍ଷମତା ଅଧିକ ରହିଥିବାରୁ ଘରୋଇ କମ୍ପାନୀର ମନମାନି ଚାଲିଥିଲା। ଅନେକ ସମୟରେ ଏହା ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ରହୁ ନ ଥିଲା। ଇତିମଧ୍ୟରେ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ସମ୍ପ୍ରସାରଣ ହୋଇ ୧୧ହଜାର କୋଟି ଟଙ୍କା ବ୍ୟୟରେ ୬୨୦ମେଗାଓ୍ବାଟ୍‌ ବିଶିଷ୍ଟ ୩ୟ ଓ ୪ର୍ଥ ୟୁନିଟ୍‌ ସ୍ଥାପନ ହୋଇଥିଲା। ଏହି ୟୁନିଟ୍‌ ଦ୍ୱୟ ନିର୍ମାଣବେଳେ ନିଗମ କର୍ତ୍ତୃପକ୍ଷ ଏହାର ତଦାରଖ ଠିକ୍‌ରେ କରି ନ ଥିବାରୁ ଏଥିରେ କେତେକ ତ୍ରୁଟି ଦେଖାଦେଇଥିଲା। ତ୍ରୁଟି ସୁଧାରିବା ପାଇଁ ପୁଣି ମୋଟା ଅଙ୍କର ଅର୍ଥ ଆବଶ୍ୟକ ରହିଥିବାବେଳେ ଏଇଏସ୍‌ ଏଥିରେ ମନୋନିବେଶ ନ କରି ୨୦୨୧ ଡିସେମ୍ବର ୨୦ରେ ନିଗମରୁ ତା’ର ୪୯ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିନେଇଥିଲା। ଏଇଏସ୍‌ କମ୍ପାନୀ ତାର ଅଂଶଧନକୁ ଆଉ ଏକ ଘରୋଇ କମ୍ପାନୀକୁ ଟେକିଦେବା ପାଇଁ ବସିଥିବାବେଳେ ଏଥିରେ ସରକାର ହସ୍ତକ୍ଷେପ କରି ନିଜ ଅଧୀନରେ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏ ନେଇ ଓଏଚ୍‌ପିସିରୁ ୧୦୫୦କୋଟି ଟଙ୍କା ଆଣି ଏହାର ଅଂଶଧନକୁ କ୍ରୟ କରିଥିଲେ। ଏବେ ଏହି ନିଗମ ସରକାରଙ୍କ ଶତପ୍ରତିଶତ ଅଂଶଧନରେ ଚାଲିଥିବାବେଳେ ଏହା ଏବେ ଲାଭରେ ଚାଲିଛି। ଏଭଳି ସ୍ଥିତିରେ ଏହାକୁ ପୁଣି ଘରୋଇ କମ୍ପାନୀକୁ ଟେକିଦେବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ କୁଆଡେ ଶନିବାର ଓପିଜିସିର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ପରିଦର୍ଶନ କରିବେ ବୋଲି ସରକାରୀ କାର୍ଯ୍ୟସୂଚୀରୁ ଜଣାପଡିଛି। ଓପିଜିସି ଗଠନବେଳେ ପ୍ରଥମେ ସ୍ଥାୟୀ କ୍ୟାଡର ଭାବେ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ହୋଇଥିଲେ। ସେତେବେଳେ ଏହି ନଗମ ପରିଚାଳନା ପାଇଁ ୫ଶହରୁ ଊର୍ଦ୍ଧ୍ୱ ମେନ୍‌ପାଓ୍ବାର ନିଯୁକ୍ତି ହୋଇଥିଲେ। ଏବେ ଧୀରେ ଧୀରେ ଓପିଜିସି ସ୍ଥାୟୀ କ୍ୟାଡରମାନେ ଅବସର ନେଲାପରେ ଏହିସବୁ ସ୍ଥାନରେ ସ୍ଥାୟୀ କ୍ୟାଡର ନିଯୁକ୍ତି ଦିଆ ନ ଯାଇ ଏମ୍‌ବିଏସ୍‌ କ୍ୟାଡରଙ୍କ ହାତରେ ନିଗମର ଗୁରୁତ୍ୱପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଦିଆଯାଉଛି। ମେନ୍‌ ପାଓ୍ବାର ଅଭାବରୁ ଜଣଙ୍କୁ ଏକାଧିକ ଦାୟିତ୍ୱ ଦିଆଯାଇଛି। ଫଳରେ କାମ ଠିକ୍‌ରେ ହୋଇପାରୁନାହିଁ। ଏଇଏସ୍‌ କମ୍ପାନୀ ନିଗମରୁ ଓହରିଗଲା ପରେ ଓପଜିସିର ପେରିଫେରି ଉନ୍ନୟନ କାମରେ ଅଗ୍ରଗତି ହୋଇପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଓପିଜିସି ସ୍ଥାୟୀ କ୍ୟାଡର, ମାର୍କେଟ ବେଶ୍‌ ସାଲାରି (ଏମ୍‌ବିଏସ୍‌), ରିସର୍ଚ୍ଚ ଶେୟାରିଂ, ଟ୍ରାଇ କନ୍‌ସଲ୍‌ଟିଂ ଆଦି ରହିଛି। ଏଥିରେ ସମାନ କାମକୁ ସମାନ ଦରମା ଦିଆ ନ ଯାଇ ଓପିଜିସି ସ୍ଥାୟୀ କ୍ୟାଡରଙ୍କଠାରୁ ସେମାନଙ୍କୁ ଅଧିକ ଦରମା ଦିଆଯାଉଛି। ଏହାକୁ ନେଇ ଓପିଜିସି ସ୍ଥାୟୀ କ୍ୟାଡରମାନେ ଅଭିଯୋଗ କରିଆସୁଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯେତେବେଳେ ଶକ୍ତି ସଚିବ ରହିଥିଲେ ସେତେବେଳେ ସେ ଓପିଜିସିରେ ଏମ୍‌ବିଏସ୍‌ କ୍ୟାଡର ଲାଗୁ କରିଥିଲେ। ଏହି କ୍ୟାଡର ଲାଗୁହେବା ଫଳରେ ନିଗମ ଏଥିରେ ଅଧିକ ଦରମା ଦେଇ କ୍ଷତିଗ୍ରସ୍ତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri