ଓପିଜିସିକୁ ପୁଣି ଘରୋଇ କମ୍ପାନୀକୁ ବିକ୍ରି ପାଇଁ ପ୍ରୟାସ

ଝାରସୁଗୁଡ଼ା ଅଫିସ,୩ା୯: ବିଦ୍ୟୁତ୍‌ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ପାଓ୍ବାର ଜେନେରେଶନ୍‌ କର୍ପୋରେଶନ (ଓପିଜିସି) ଗଠନ ହୋଇଥିଲା। ଏହା ଅଧୀନରେ ରାଜ୍ୟରେ ୬ଗୋଟି କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ (ମିନି ମାଇକ୍ରୋ ହାଇଡ୍ରୋ ପାଓ୍ବାର) ଓ ଗୋଟିଏ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏଥିମଧ୍ୟରେ କେତେକ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଅଚଳ ହୋଇ ବନ୍ଦ ହୋଇଯାଇଥିବାବେଳେ ଆଉ କେତେକ ଋଗ୍‌ଣ ଅବସ୍ଥାରେ ଚାଲିଛି। ଫଳରେ ଏହିସବୁ ପ୍ରକଳ୍ପରୁ ବିଦ୍ୟୁତ ଉପତ୍ାଦନ ବାଧାପ୍ରାପ୍ତ ହୋଇଛି। ଏ ନେଇ ସରକାରଙ୍କ ବ୍ୟାପକ କ୍ଷତି ହେବାରେ ଲାଗିଛି।
ଅନ୍ୟପକ୍ଷେ ନିଗମର ଏକମାତ୍ର ତାପଜ ବିଦ୍ୟୁତ୍‌ କେନ୍ଦ୍ର ଝାରସୁଗୁଡ଼ା ଜିଲାର ବନହରପାଲିଠାରେ ଗଢିଉଠିଛି। ଏଠାରେ ସର୍ବପ୍ରଥମେ ୨୧୦ମେଗାଓ୍ବାଟ୍‌ ବିଶିଷ୍ଟ ୨ୟୁନିଟ୍‌ ୧୯୮୪ରେ ସ୍ଥାପିତ ହୋଇଥିଲା। ଏହା କାର୍ଯ୍ୟକ୍ଷମ ହେବା ପରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟ ସରକାର ଏହାର ୪୯ପ୍ରତିଶତ ଅଂଶଧନକୁ ବହୁଦେଶୀୟ ଏଇଏସ୍‌ କମ୍ପାନୀକୁ ୬୦୩କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ। ରାଜ୍ୟ ସରକାରଙ୍କ ହାତରେ ୫୧ପ୍ରତିଶତ ଅଂଶଧନ ରହିଥିବାବେଳେ ବହୁଦେଶୀୟ ଏଇଏସ୍‌ ହାତରେ ୪୯ପ୍ରତିଶତ ରହିଥିଲା। ଏହି ନିଗମ ଭାଗୀଦାରିରେ ଚାଲିଥିବାବେଳେ କମ୍‌ ଅଂଶଧନ ଥିବା ଏଇଏସ୍‌ ହାତରେ ପରିଚାଳନା କ୍ଷମତା ଅଧିକ ରହିଥିବାରୁ ଘରୋଇ କମ୍ପାନୀର ମନମାନି ଚାଲିଥିଲା। ଅନେକ ସମୟରେ ଏହା ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ରହୁ ନ ଥିଲା। ଇତିମଧ୍ୟରେ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ସମ୍ପ୍ରସାରଣ ହୋଇ ୧୧ହଜାର କୋଟି ଟଙ୍କା ବ୍ୟୟରେ ୬୨୦ମେଗାଓ୍ବାଟ୍‌ ବିଶିଷ୍ଟ ୩ୟ ଓ ୪ର୍ଥ ୟୁନିଟ୍‌ ସ୍ଥାପନ ହୋଇଥିଲା। ଏହି ୟୁନିଟ୍‌ ଦ୍ୱୟ ନିର୍ମାଣବେଳେ ନିଗମ କର୍ତ୍ତୃପକ୍ଷ ଏହାର ତଦାରଖ ଠିକ୍‌ରେ କରି ନ ଥିବାରୁ ଏଥିରେ କେତେକ ତ୍ରୁଟି ଦେଖାଦେଇଥିଲା। ତ୍ରୁଟି ସୁଧାରିବା ପାଇଁ ପୁଣି ମୋଟା ଅଙ୍କର ଅର୍ଥ ଆବଶ୍ୟକ ରହିଥିବାବେଳେ ଏଇଏସ୍‌ ଏଥିରେ ମନୋନିବେଶ ନ କରି ୨୦୨୧ ଡିସେମ୍ବର ୨୦ରେ ନିଗମରୁ ତା’ର ୪୯ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିନେଇଥିଲା। ଏଇଏସ୍‌ କମ୍ପାନୀ ତାର ଅଂଶଧନକୁ ଆଉ ଏକ ଘରୋଇ କମ୍ପାନୀକୁ ଟେକିଦେବା ପାଇଁ ବସିଥିବାବେଳେ ଏଥିରେ ସରକାର ହସ୍ତକ୍ଷେପ କରି ନିଜ ଅଧୀନରେ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏ ନେଇ ଓଏଚ୍‌ପିସିରୁ ୧୦୫୦କୋଟି ଟଙ୍କା ଆଣି ଏହାର ଅଂଶଧନକୁ କ୍ରୟ କରିଥିଲେ। ଏବେ ଏହି ନିଗମ ସରକାରଙ୍କ ଶତପ୍ରତିଶତ ଅଂଶଧନରେ ଚାଲିଥିବାବେଳେ ଏହା ଏବେ ଲାଭରେ ଚାଲିଛି। ଏଭଳି ସ୍ଥିତିରେ ଏହାକୁ ପୁଣି ଘରୋଇ କମ୍ପାନୀକୁ ଟେକିଦେବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ କୁଆଡେ ଶନିବାର ଓପିଜିସିର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ପରିଦର୍ଶନ କରିବେ ବୋଲି ସରକାରୀ କାର୍ଯ୍ୟସୂଚୀରୁ ଜଣାପଡିଛି। ଓପିଜିସି ଗଠନବେଳେ ପ୍ରଥମେ ସ୍ଥାୟୀ କ୍ୟାଡର ଭାବେ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ହୋଇଥିଲେ। ସେତେବେଳେ ଏହି ନଗମ ପରିଚାଳନା ପାଇଁ ୫ଶହରୁ ଊର୍ଦ୍ଧ୍ୱ ମେନ୍‌ପାଓ୍ବାର ନିଯୁକ୍ତି ହୋଇଥିଲେ। ଏବେ ଧୀରେ ଧୀରେ ଓପିଜିସି ସ୍ଥାୟୀ କ୍ୟାଡରମାନେ ଅବସର ନେଲାପରେ ଏହିସବୁ ସ୍ଥାନରେ ସ୍ଥାୟୀ କ୍ୟାଡର ନିଯୁକ୍ତି ଦିଆ ନ ଯାଇ ଏମ୍‌ବିଏସ୍‌ କ୍ୟାଡରଙ୍କ ହାତରେ ନିଗମର ଗୁରୁତ୍ୱପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଦିଆଯାଉଛି। ମେନ୍‌ ପାଓ୍ବାର ଅଭାବରୁ ଜଣଙ୍କୁ ଏକାଧିକ ଦାୟିତ୍ୱ ଦିଆଯାଇଛି। ଫଳରେ କାମ ଠିକ୍‌ରେ ହୋଇପାରୁନାହିଁ। ଏଇଏସ୍‌ କମ୍ପାନୀ ନିଗମରୁ ଓହରିଗଲା ପରେ ଓପଜିସିର ପେରିଫେରି ଉନ୍ନୟନ କାମରେ ଅଗ୍ରଗତି ହୋଇପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଓପିଜିସି ସ୍ଥାୟୀ କ୍ୟାଡର, ମାର୍କେଟ ବେଶ୍‌ ସାଲାରି (ଏମ୍‌ବିଏସ୍‌), ରିସର୍ଚ୍ଚ ଶେୟାରିଂ, ଟ୍ରାଇ କନ୍‌ସଲ୍‌ଟିଂ ଆଦି ରହିଛି। ଏଥିରେ ସମାନ କାମକୁ ସମାନ ଦରମା ଦିଆ ନ ଯାଇ ଓପିଜିସି ସ୍ଥାୟୀ କ୍ୟାଡରଙ୍କଠାରୁ ସେମାନଙ୍କୁ ଅଧିକ ଦରମା ଦିଆଯାଉଛି। ଏହାକୁ ନେଇ ଓପିଜିସି ସ୍ଥାୟୀ କ୍ୟାଡରମାନେ ଅଭିଯୋଗ କରିଆସୁଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯେତେବେଳେ ଶକ୍ତି ସଚିବ ରହିଥିଲେ ସେତେବେଳେ ସେ ଓପିଜିସିରେ ଏମ୍‌ବିଏସ୍‌ କ୍ୟାଡର ଲାଗୁ କରିଥିଲେ। ଏହି କ୍ୟାଡର ଲାଗୁହେବା ଫଳରେ ନିଗମ ଏଥିରେ ଅଧିକ ଦରମା ଦେଇ କ୍ଷତିଗ୍ରସ୍ତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri