Posted inଜାତୀୟ

ପଛୁଆବର୍ଗଙ୍କୁ ଠକିବା ପାଇଁ ପ୍ରୟାସ କରାଯାଉଛି: ଶ୍ରୀକାନ୍ତ

ଭୁବନେଶ୍ବର, ୨୨ା୩(ବ୍ୟୁରୋ): ରାଜ୍ୟ ସରକାର ପଛୁଆବର୍ଗଙ୍କ ସର୍ଭେ କରିବାକୁ ଯାଉଛନ୍ତି। ମାତ୍ର ଏହା ସେହି ବର୍ଗ ପାଇଁ ଉପହାସ ସଦୃଶ। ୨୩ ବର୍ଷ ଏହି ବର୍ଗକୁ ଠକିବା ପରେ ପୁଣି ଠକିବା ପାଇଁ ପ୍ରୟାସ କରାଯାଉଛି ବୋଲି ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।
ଏକ ଖବରଦାତା ସମ୍ମିଳନୀ ଜରିଆରେ ମଙ୍ଗଳବାର ଶ୍ରୀକାନ୍ତ କହିଛନ୍ତି, ରାଜ୍ୟ ସରକାରଙ୍କ ସର୍ଭେ କ’ଣ ଜାତିଭିତ୍ତିକ ଜନଗଣନା। ଏହାକୁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ପଛୁଆ ବର୍ଗଙ୍କ ସର୍ଭେ ନଁ।ରେ ରାଜ୍ୟ ସରକାର ସେହି ବର୍ଗ (ରାଜ୍ୟର ୫୪% ଲୋକଙ୍କୁ) ଠକୁଛନ୍ତି। ଜାତିଭିତ୍ତିକ ଜନଗଣନା ନ କରି ସର୍ଭେ ନଁ।ରେ ରାଜ୍ୟ ସରକାର ଓଡ଼ିଶାର ୫୪% ପଛୁଆ ବର୍ଗଙ୍କୁ ଠକିବାକୁ ଯାଉଛନ୍ତି। ରାଜ୍ୟରେ ୨୫ ବର୍ଷର ଶାସନ କାଳରେ ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର (ଶିକ୍ଷା ଓ ଚାକିରି) କ୍ଷେତ୍ରରୁ ବଞ୍ଚିତ ହୋଇଛନ୍ତି। ଏହାଦ୍ୱାର ରାଜ୍ୟର ଲକ୍ଷ ଲକ୍ଷ ପଛୁଆବର୍ଗର ଯୁବତୀଯୁବକମାନେ ଚାକିରି ଓ ଶିକ୍ଷାର ସୁଯୋଗ ହରାଉଛନ୍ତି। ରାଜ୍ୟରେ ମାତ୍ର ୬% ଲୋକଙ୍କ ହାତରେ ରାଜନୈତିକ କ୍ଷମତା, ପ୍ରଶାସନିକ କ୍ଷମତା ଠୁଳ ହୋଇଛି। ରାଜ୍ୟର ପ୍ରାୟ ୩୮.୫% ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗରୁ ବୈଷୟିକ ଶିକ୍ଷା ଓ ମେଡିକାଲ ଶିକ୍ଷାର ସଂଖ୍ୟା ଅନୁପାତରେ ସଂରକ୍ଷଣ ଦିଆଯାଉନାହିଁ। ଲୋକଙ୍କୁ ଭୁଅଁ। ବୁଲେଇ ଏହି ବର୍ଗ ପ୍ରତି ଦରଦ ଅଛି ବୋଲି କହି ୨୦୨୪ ପୂର୍ବରୁ ଭୋଟ୍‌ ନେବାକୁ ଆଉ ଏକ ଉଦ୍ୟମ କରାଯାଉଛି। ଏହି ବର୍ଗର ସାମ୍ବିଧାନିକ ହକ୍‌ ହାସଲ ପାଇଁ ‘ଅଧିକାର ଯାତ୍ରା’ ଆରମ୍ଭ କରାଯିବ। ରାଜ୍ୟର ସମସ୍ତ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନକୁ ଏହି ଅଭିିଯାନରେ ସାମିଲହେବା ପାଇଁ ନିବେଦନ କରୁଛୁ ବୋଲି ଶ୍ରୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri