ଖରସ୍ରୋତାର ଦୁର୍ବଳ ନଦୀବନ୍ଧ ହାଣି ଗୋଡ଼ା ନିର୍ମାଣ

ଯାଜପୁର ସଦର,୨୨।୩(ଡି.ଏନ.ଏ.): ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତର କଳସପୁର ବାଲିଘାଟକୁ ସଂଯୋଗ କରୁଥିବା ରାସ୍ତା ଖରସ୍ରୋତା ନଦୀବନ୍ଧକୁ ଲାଗିଛି। ତେଣୁ ଉକ୍ତ ଘାଟରୁ ବାଲି ପରିବହନ ପାଇଁ ଖରସ୍ରୋତାର ଦୁର୍ବଳ ନଦୀବନ୍ଧକୁ ହାଣି ଗୋଡ଼ା ନିର୍ମାଣ କରାଯାଇଛି। ଫଳରେ ଖରସ୍ରୋତା ନଦୀବନ୍ଧ ସୁରକ୍ଷାକୁ ନେଇ ମାଧପୁର, କଳସପୁର ଓ ଭୁବନପୁର ଆଦି ଗ୍ରାମର ଜନସାଧାରଣଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଛି। ଉକ୍ତ ନଦୀବନ୍ଧର ସୁରକ୍ଷା ପ୍ରତି ଧ୍ୟାନ ଦିଆ ନ ଯାଇ ବନ୍ଧକୁ ହାଣି ବାଲି ବୋଝେଇ ଟ୍ରକ, ହାଇୱା ଓଭର ଲୋଡ କରି ଯାତାୟାତ କରୁଛି। ଦୁର୍ବଳ ନଦୀବନ୍ଧକୁ କାଟି ଗୋଡ଼ା କିଏ କରୁଛି ତାହା ଜଳସମ୍ପଦ ବିଭାଗ ଜାଣି ନ ଥିବା କହୁଛି। ୨୦ନଂ. ଜାତୀୟ ରାଜପଥର ରାଜଘାଟଠାରୁ ତନ୍ତିଘାଇ ପର୍ଯ୍ୟନ୍ତ ଏହି ଖରସ୍ରୋତା ନଦୀବନ୍ଧ ଯାଇଛି। ବନ୍ଧ କଡ଼ରେ ମାଧପୁର, କଳସପୁର, ଭୁବନପୁର, ହାସୀନପୁର ଆଦି ଗ୍ରାମ ଅବସ୍ଥିତ। ବିଗତ ବର୍ଷରେ ଅନେକ ଥର ବନ୍ଧଭାଙ୍ଗି ବହୁ ଧନଜୀବନ ନଷ୍ଟ କରିଥିବା ନଜର ରହିଛି। ଅନେକ ସ୍ଥାନରେ ଘୋଳିଆ ପଡ଼ିବାର ମଧ୍ୟ ଦେଖାଦେଇଛି। ମାତ୍ର ଦୁର୍ବଳ ନଦୀବନ୍ଧ ଉପରେ କଳସପୁର ବାଲିଘାଟରୁ ଭାରିଯାନ ଚଳାଚଳ ଯୋଗୁ ବନ୍ଧର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ଦୁର୍ବଳ ନଦୀବନ୍ଧକୁ ହାଣି ଗୋଡ଼ା କରିବା ଦ୍ୱାରା ନଦୀରେ ପାଣି ହେଲେ ଘାଇ ସୃଷ୍ଟି ହେବା ସମ୍ଭାବନା ରହିଛି। ଜଳ ସମ୍ପଦ ଅଗୋଚରରେ ନଦୀବନ୍ଧ କାଟି ଗୋଡ଼ା ନିର୍ମାଣ କାହା ନିର୍ଦ୍ଦେଶରେ ହୋଇଛି ବୋଲି ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହାଛଡ଼ା ଓଭର ଲୋଡ୍‌ ବାଲିଗାଡ଼ି ଚଳାଚଳ କରୁଥିବାରୁ ଅନ୍ୟ ୨ ଚକିଆ, ୩ ଚକିଆ, ୪ ଚକିଆ ଗାଡ଼ି ଏହି ବନ୍ଧରେ ଯିବାଆସିବା ସମ୍ଭବ ହେଉନାହଁି। ବାଲିମାଫିଆ ନିଜ ଇଚ୍ଛାରେ ଗାଡ଼ି ଚଳାଉଛନ୍ତି। ବାଲିଘାଟ ନିକଟରେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଫଳରେ ଅଭିଭାବକ ପିଲାଙ୍କୁ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ଛାଡ଼ିବାକୁ ଭୟ କରୁଛନ୍ତି। ବାଲି ବୋଝେଇ ଗାଡ଼ି ଚଳାଚଳ ଯୋଗୁ ବିଦ୍ୟାଳୟରେ ପାଠପଢ଼ା ବ୍ୟାଘାତ ହେଉଛି। ବିଦ୍ୟାଳୟ ଛାତ୍ରୀଛାତ୍ର ଖେଳଛୁଟିରେ ପଡ଼ିଆ କିମ୍ବା ରାସ୍ତାକୁ ମଧ୍ୟ ଆସିପାରୁନାହାନ୍ତି। ଏଭଳି ପରସ୍ଥିତିରେ ଜିଲା ପ୍ରଶାସନ କିପରି କଳସପୁର ବାଲିଘାଟ ନିଲାମ କଲା ତାହା ବଡ଼ ପ୍ରଶ୍ନବାଚୀ ହୋଇଛି। ନଦୀରେ ସାମାନ୍ୟ ବନ୍ୟା ଆସିଲେ ଗୋଡ଼ା ହୋଇଥିବା ସ୍ଥାନରେ ନିଶ୍ଚୟ ଘାଇ ହେବ ଜାଣି ମଧ୍ୟ ମାଫିଆ ନିର୍ଭୟରେ ବାଲି ପରିବହନ କରୁଛନ୍ତି। ତେଣୁ ଏ ଦିଗରେ ଜଳ ସମ୍ପଦ ବିଭାଗ ଓ ତହସିଲ ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri