ପ୍ରତିବାଦର ପ୍ରଭାବ

Dillip Cherian

ଚଳିତବର୍ଷ ପ୍ରାରମ୍ଭରେ ଭାରତ ସରକାରଙ୍କ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ ସର୍ଭିସ (ସିଏସ୍‌ଏସ୍‌) ଅନ୍ତର୍ଗତ କର୍ମଚାରୀମାନେ ପଦୋନ୍ନତିରେ ବିଳମ୍ବ ଓ କ୍ୟାରିୟର ସମ୍ପର୍କିତ ସମସ୍ୟାଗୁଡ଼ିକୁ ନେଇ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦର ପ୍ରଭାବ ଏବେ ଦେଖିବାକୁ ମିଳିଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସିଏସ୍‌ଏସ୍‌ର ଚତୁର୍ଥ କ୍ୟାଡର ପୁନର୍ଗଠନ କରିବା ପାଇଁ ଏକ କମିଟି ଗଠନ କରିଛି। ଏହି କମିଟି ସିଏସ୍‌ଏସ୍‌ ଅଧିକାରୀମାନଙ୍କ କ୍ୟାରିୟରର ବର୍ତ୍ତମାନ ତଥା ଭବିଷ୍ୟତ ପ୍ରଗତିକୁ ସମୀକ୍ଷା କରିବା ସହ ସେବାକୁ ସୁବ୍ୟବସ୍ଥିତ କରିବାକୁ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବ। ସୂତ୍ରରୁ ଜଣାପଡ଼ିଛି ଯେ, ୪ ସଦସ୍ୟ ବିଶିଷ୍ଟ ଏହି କମିଟିର ନେତୃତ୍ୱ ନେବେ ଡିଓପିଟିର ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଏବଂ ଅତିରିକ୍ତ ସଚିବ। ଏହାବ୍ୟତୀତ ଏଥିରେ ଡିଓପିଟି ଓ ବ୍ୟୟ ବିଭାଗରୁ ଜଣେ ଲେଖାଏ ଯୁଗ୍ମ ସଚିବ ରହିବେ। ଡିଓପିଟିର ଜଣେ ଉପ-ସଚିବ ଏହି କମିଟିରେ‘ସଦସ୍ୟ ସଚିବ’ ଭାବେ ରହିବେ। ଉକ୍ତ କମିଟି ସ୍ବୟଂଶାସିତ ସଂସ୍ଥାର ଏବଂ ବୈଧାନିକ ସଂଗଠନର ପଦବୀଗୁଡ଼ିକର କ୍ୟାଡରୀକରଣ ଏବଂ ଏଯାବତ କାର୍ଯ୍ୟକାରୀ ହୋଇ ନ ଥିବା ତୃତୀୟ ପୁନର୍ଗଠନ କମିଟିର ସୁପାରିସଗୁଡ଼ିକର ପ୍ରାସଙ୍ଗିକତା ସମ୍ପର୍କରେ ଅନୁଧ୍ୟାନ କରିବ। ପୁନଶ୍ଚ ଏବକାର ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଏହା ସମୀକ୍ଷା କରିବ। ଏହା ବ୍ୟତୀତ ସିଏସ୍‌ଏସ୍‌ ଏବଂ ସେଣ୍ଟ୍ରାଲ୍‌ ସେକ୍ରେଟାରିଏଟ୍‌ କ୍ଲରିକାଲ ସର୍ଭିସ(ସିଏସ୍‌ସିଏସ୍‌)ର କ୍ୟାଡର କଣ୍ଟ୍ରୋଲିଂ ଅଥରିଟି ଦ୍ୱାରା କମିଟିକୁ ଅବଗତ କରାଯାଇଥିବା ଯେକୌଣସି ସମସ୍ୟାକୁ ନିରୀକ୍ଷଣ କରିବାକୁ ଉକ୍ତ କମିଟିକୁ ଅଧିକାର ପ୍ରଦାନ କରାଯାଇଛି।
କେନ୍ଦ୍ର ନାରାଜ
କେରଳ ସରକାର, କେନ୍ଦ୍ର ଓ କେରଳ ରାଜ୍ୟପାଳ ଅରିଫ୍‌ ଅହମ୍ମଦ ଖାନ୍‌ଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ବହୁବାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଆସିଛି। ଏପରି କି ଅରିଫ୍‌ ଏବଂ ପିନାରାୟୀ ବିଜୟନ ସରକାର ବିଭିନ୍ନ ବିଷୟ ଉପରେ ବିବାଦୀୟ ସ୍ଥିତି ସୃଷ୍ଟି କରୁଛନ୍ତି। । ଏଥିପାଇଁ ରାଜ୍ୟ ସରକାରଙ୍କ ପାଇଁ କେନ୍ଦ୍ର ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଖୁବ୍‌ ନିକଟରେ ସାମ୍ନାକୁ ଆସିଥିବା ଅଧ୍ୟାୟକୁ ଦେଖିବା। ଏଥିରେ ଅଧିକ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ପଦବୀ ମଞ୍ଜରୀ ଲାଗି କେରଳର ଦାବିକୁ କେନ୍ଦ୍ର ଅଗ୍ରାହ୍ୟ କରିଦେଇଛି। ବର୍ତ୍ତମାନ କେରଳରେ ଡିଜିପି ର଼୍ୟାଙ୍କର ୪ ପଦବୀ ରହିଥିଲେ ମଧ୍ୟ ଆଉ ଦୁଇଟି ପାଇଁ କେନ୍ଦ୍ରର ସ୍ବୀକୃତି ଚାହଁୁଛି। ସୂତ୍ରରୁ ପ୍ରକାଶ ଯେ, ରାଜ୍ୟ ପୋଲିସର ମୁଖ୍ୟ ଭାବେ ଜଣେ ନିଯୁକ୍ତ ହେଲା ପରେ ତାଙ୍କୁ ଦୁଇବର୍ଷ ମଧ୍ୟରେ ପଦବୀରୁ ବାହାର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟକୁ ଲକ୍ଷ୍ୟକରି କେରଳ ସରକାର ଡିଜିପି ପଦବୀ ସଂଖ୍ୟା ବଢ଼ାଇବା ଲାଗି ଦାବି ଉଠାଇଛନ୍ତି। କେରଳ ରାଜ୍ୟ ପୋଲିସ ମୁଖ୍ୟ ଓ ଭିଜିଲାନ୍ସ ମୁଖ୍ୟ ହେଉଛନ୍ତି ଡିଜିପି ର଼୍ୟାଙ୍କର। ଜେଲ ଓ ଅଗ୍ନିସେବାର ମଧ୍ୟ ଡିଜିପିମାନେ ରହିଛନ୍ତି, ହେଲେ ସେମାନେ ଆଇପିଏସ୍‌ରୁ ଆସିନାହାନ୍ତି। ଏବେ କାର୍ଯ୍ୟରତ ପୋଲିସ ମୁଖ୍ୟ ଅନିଲ କାନ୍ତକୁ ଆସନ୍ତା ବର୍ଷ ଜୁୁନ ପର୍ଯ୍ୟନ୍ତ ପଦବୀରେ ରହିବା ଲାଗି ସ୍ଥିର ହେବା ପରେ ଏହା ବରିଷ୍ଠ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜିପି) ଆନନ୍ଦକୃଷ୍ଣଙ୍କ ପଦୋନ୍ନତିରେ ବିଳମ୍ବ କରିଥିଲା; ଯିଏ କି ୧୦ ମାସ ପୂର୍ବରୁ ଡିଜିପି ର଼୍ୟାଙ୍କରେ ନିଯୁକ୍ତି ଲାଗି ଯୋଗ୍ୟ ହୋଇଥିଲେ। ତାଙ୍କ ପରେ ପୋଲିସ ମୁଖ୍ୟାଳୟରେ ନିଯୁକ୍ତ କେ. ପଦ୍ମକୁମାର ଡିଜିପି ପଦବୀକୁ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଛନ୍ତି। ରାଜ୍ୟ ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ, ଆଇଏଏସ୍‌ କ୍ୟାଡର୍‌ର ୮ଟି ପଦବୀ ଅଛି ଯାହା ଡିଜିପି ସମାନ, ଏଣୁ ଡିଜିପି ପଦବୀ ବଢ଼ାଇବା ଦରକାର। ହେଲେ କେନ୍ଦ୍ର ଏହି ଯୁକ୍ତିରେ ରାଜି ହୋଇ ନାହିଁ।
ଯୋଗୀଙ୍କ ଟିମ୍‌
ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ( ଗୃହ) ଅଓ୍ବନିଶ ଅଓ୍ବସ୍ତିଙ୍କର ସାମୟିକ କ୍ଷତି ହେଲେ ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପାଖରେ ଏକାଧିକ ବିକଳ୍ପ ରହିଛି ବୋଲି ଦେଖାଇ ଦେଇଛନ୍ତି । ତାଙ୍କର ଅତ୍ୟନ୍ତ ପ୍ରିୟ ଅଧିକାରୀ ଅଓ୍ବସ୍ତିଙ୍କୁ ପରାମର୍ଶଦାତା ଭାବେ ଫେରାଇ ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ‘ଟିମ୍‌ ଯୋଗୀ ଏବେ ବି ସକ୍ରିୟ ଦାୟିତ୍ୱରେ ରହିଛନ୍ତି। ଯୋଗୀ ତାଙ୍କ ‘ଡବଲ୍‌ ଇଞ୍ଜିନ ସରକାର’ ଚଳାଇବାକୁ ଅଓ୍ବସ୍ତିଙ୍କ ସହିତ ଅଧା ଡଜନ ପ୍ରଶାସନିକ ବିଜ୍ଞମଣ୍ଡଳୀଙ୍କ ଉପରେ ନିର୍ଭର କରୁଛନ୍ତି। ଏହି ଅଧିକାରୀମାନଙ୍କ ମଧ୍ୟରେ ସବୁଠୁ ପ୍ରଭାବଶାଳୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଶଶୀ ପ୍ରକାଶ ଗୋୟଲ। ସେ ମୁଖ୍ୟମନ୍ତ୍ରୀ ଦପ୍ତର(ସିଏମ୍‌ଓ)ରେ ପହଞ୍ଚୁଥିବା ପ୍ରତ୍ୟେକ ଫାଇଲକୁ ଅନୁଧ୍ୟାନ କରୁଛନ୍ତି। ସିଏମ୍‌ଓରେ ଆଉ ଜଣେ ପ୍ରଭାବଶାଳୀ ଅଧିକାରୀ ହେଉଛନ୍ତି ପ୍ରମୁଖ ଶାସନ ସଚିବ ସଞ୍ଜୟ ପ୍ରସାଦ। ଏହାବାଦ୍‌ କେନ୍ଦ୍ରରୁ ଫେରିବା ପରେ ଦୁର୍ଗାଶଙ୍କର ମିଶ୍ର ଅଧିକ ଲାଭ ପାଇଛନ୍ତି। ତାଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ଅବସରର ମାତ୍ର ଦୁଇଦିନ ପୂର୍ବରୁ ତାଙ୍କ କାର୍ଯ୍ୟକାଳ ସମ୍ପ୍ରସାରିତ କରାଯାଇଛି। ଏହି ସମୟରେ ଯୋଗୀଙ୍କ ନମ୍ବର ଓ୍ବାନ୍‌ ପସନ୍ଦ କୁହାଯାଉଥିବା ଡି.ଏସ୍‌. ଚୌହାନ କାର୍ଯ୍ୟବାହକ ପୋଲିିସ ମହାନିର୍ଦ୍ଦେଶକ ( ଡିଜିପି) ଅଛନ୍ତି। ଚୌହାନ ମଧ୍ୟ ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶକ ଏବଂ ଭିଜିଲାନ୍ସର ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳୁଛନ୍ତିି। ସେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ଭାବେ ଆଇନ ଶୃଙ୍ଖଳା ସମ୍ପର୍କିତ ବିଷୟଗୁଡ଼ିକରେ ଯୋଗୀଙ୍କ ସହ ଆଲୋଚନା କରି ପରାମର୍ଶ ଦେଇଥାନ୍ତି। ଯୋଗୀଙ୍କ ଏହି ଟିମ୍‌ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣକାରୀ ଯୋଜନାର ଦେଖାରଖା କରିବା ସହ ଆଇନ ଶୃଙ୍ଖଳା ବଜାୟ ରଖି କ୍ଷମତାସମ୍ପନ୍ନ ପୋଲିସ ବି ସରକାରଙ୍କୁ ଚର୍ଚ୍ଚାରେ ରଖିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri