Posted inଜାତୀୟ

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା ପାଇଁ ସଂଘର୍ଷ କରୁଥିବା ଲୋକଙ୍କର ଆୟ ହ୍ରାସ ପାଉଛି। ‘ଆଡେଲଫି ଗ୍ଲୋବାଲ’ ସଂସ୍ଥା ଦ୍ୱାରା ପ୍ରକାଶିତ ଗବେଷଣା ରିପୋର୍ଟ ଅନୁସାରେ ଭାରତ, ବାଂଲାଦେଶ, ଇଣ୍ଡୋନେସିଆ ଏବଂ ନାଇଜେରିଆ ଭଳି ଦେଶରେ କୃଷି ଓ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଅତ୍ୟଧିକ ଗରମ ଯୋଗୁ ବର୍ଷକୁ ପ୍ରାୟ ୨୦ ଦିନ କିମ୍ବା ତା’ଠାରୁ ଅଧିକ କାର୍ଯ୍ୟଦିବସ ହରାଉଛନ୍ତି। ଏହି ପରିସ୍ଥିତି ସେମାନଙ୍କର ପରିବାରର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସାଜିଛି। ରିପୋର୍ଟରେ ଦର୍ଶାଯାଇଛି, ଜଳବାୟୁ ପରିବର୍ତ୍ତନ ଗରିବ ଶ୍ରମିକମାନଙ୍କ ଉପରେ ଦ୍ୱିମୁଖୀ ପ୍ରଭାବ ପକାଉଛି। ପ୍ରଥମତଃ, ପ୍ରଚଣ୍ଡ ଗରମ ଯୋଗୁ ଶ୍ରମିକମାନେ କାର୍ଯ୍ୟ କରିବାର ଗତି ଧୀର କରିବାକୁ ବାଧ୍ୟ ହେଉଛନ୍ତି କିମ୍ବା କାମ ବନ୍ଦ ରଖୁଛନ୍ତି। ଅଂଶୁଘାତ କିମ୍ବା ଗରମଜନିତ ଅସୁସ୍ଥତାରୁ ସୁସ୍ଥହେବା ପାଇଁ ସେମାନଙ୍କୁ ସପ୍ତାହ ସପ୍ତାହ ସମୟ ଲାଗୁଛି। ବିଶେଷକରି ଅସଂଗଠିତ କ୍ଷେତ୍ରର ଦିନମଜୁରିଆ, ଯେଉଁମାନଙ୍କର କୌଣସି ଦରମା ସହ ଛୁଟି କିମ୍ବା ସ୍ବାସ୍ଥ୍ୟ ବୀମା ସୁବିଧା ନାହିଁ, ସେମାନଙ୍କ ଆୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି। ଦ୍ୱିତୀୟତଃ, ଏହି ଅସୁସ୍ଥତା କାରଣରୁ ଶ୍ରମିକମାନଙ୍କୁ ନିଜ ପକେଟରୁ ମେଡିକାଲ ଖର୍ଚ୍ଚ ବହନ କରିବାକୁ ପଡ଼ୁଛି, ଯାହା ସେମାନଙ୍କୁ ଦାରିଦ୍ର୍ୟ ସୀମାରେଖା ତଳକୁ ଠେଲିଦେଉଛି।
ଭାରତ, ବାଂଲାଦେଶ, ବ୍ରାଜିଲ, ଫ୍ରାନ୍ସ, ଇଟାଲୀ, ଇଣ୍ଡୋନେସିଆ, ନାଇଜେରିଆ ଏବଂ ଦକ୍ଷିଣ ଆଫ୍ରିକା ଭଳି ୮ଟି ଭିନ୍ନ ଅର୍ଥନୀତି ଆଧାରିତ ଦେଶକୁ ନେଇ ଏହି ଅନୁଧ୍ୟାନ କରାଯାଇଥିଲା। ବ୍ରାଜିଲ, ଫ୍ରାନ୍ସ ଏବଂ ଇଟାଲୀ ଭଳି ଧନୀ ଦେଶଗୁଡ଼ିକରେ କାର୍ଯ୍ୟଦିବସ ନଷ୍ଟର ହାର ସାମାନ୍ୟ କମ୍‌ ଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହଜନିତ ମୃତ୍ୟୁ ହେତୁ ବାର୍ଷିକ ଜିଡିପି ପ୍ରାୟ ୨୫ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ହ୍ରାସ ପାଉଛି। ରିପୋର୍ଟ ଅନୁଯାୟୀ ଭାରତ, ବାଂଲାଦେଶ ଏବଂ ନାଇଜେରିଆ ଭଳି ବିକାଶଶୀଳ ଦେଶରେ ଦୁର୍ବଳ ସାମାଜିକ ସୁରକ୍ଷା ବ୍ୟବସ୍ଥା ଯୋଗୁ ଏହି ସଙ୍କଟ ଭୟଙ୍କର ରୂପ ଧାରଣ କରିଛି। କୋଇଲା, ତେଲ ଏବଂ ଗ୍ୟାସ୍‌ ଭଳି ଜୀବାଶ୍ମ ଇନ୍ଧନର ବ୍ୟବହାର ଯୋଗୁ ବିଶ୍ୱର ତାପମାତ୍ରା କ୍ରମାଗତ ଭାବେ ବଢୁଥିବାରୁ ଆଗାମୀ ଦିନରେ ଏହି ଆର୍ଥିକ ତଥା ସ୍ବାସ୍ଥ୍ୟ ସଙ୍କଟ ଆହୁରି ଗମ୍ଭୀର ହେବ ବୋଲି ବୈଜ୍ଞାନିକ ଓ ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?