ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ ହେଲା ପରେ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବିଭାଗୀୟ କର୍ମଚାରୀ ଖାଲ ସ୍ଥାନରେ ପଥର ଗୁଣ୍ଡ (ଡଷ୍ଟ) ପକାଇ ମରାମତି କରିଛନ୍ତି। ଘାଟିପଡାଠାରୁ ଠୋଙ୍ଗୋ ଗଁା ପର୍ଯ୍ୟନ୍ତ ପାଖାପାଖି ୧୫ କିଲୋମିଟର ରାସ୍ତାର ଗୋଟିଏ ପଟେ ପିଚୁ ଓ ଚିପ୍ସ ଉଠିଯାଇ ଶୋଚନୀୟ ହୋଇ ପଡିଛି। ଗର୍ତ୍ତ ହୋଇ ବର୍ଷା ପାଣି ଜମି ରହିବାରୁ ଗାଡି ଚାଳକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସେହିପରି କୋମନା ବ୍ଲକ ଭେଲା କେନ୍ଦୁମୁଣ୍ଡା ପୋଲ ନିକଟରେ ରାସ୍ତାରୁ ପିଚୁ ଉଠି ଗାତ ସୃଷ୍ଟି ହୋଇଥିବାରୁ ଯାତ୍ରୀମାନେ ସୁରକ୍ଷିତ ମଣୁନାହାନ୍ତି ା ଅନେକ ସମୟରେ ଚାରିଚକିଆ ଓ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି।
Dharitri – Odisha’s No.1 Odia Daily

