ଇୟର ଫୋନ୍‌ ବଧିର କରିବ

ବର୍ତ୍ତମାନ ସମୟର ଜୀବନଶୈଳୀକୁ ଦେଖିଲେ ଯାହା ଜଣାପଡ଼ୁଛି, ଅନେକଙ୍କର ଶ୍ରବଣ ଶକ୍ତି କମିବାର ପ୍ରମୁଖ କାରଣ ହେଉଛି ଇୟର ଫୋନର ମାତ୍ରାଧିକ ବ୍ୟବହାର। ମୋବାଇଲରେ କଥା ଓ ମନୋରଞ୍ଜନ ଲାଗି ଅତି କର୍କଶ ଶବ୍ଦର ପରିବେଶିତ ସଙ୍ଗୀତ ବିଶେଷକରି ଡିଜେର ପ୍ରଚଣ୍ଡ ଶବ୍ଦ କାନକୁ ବଧିରା କରିଦେବା ପାଇଁ ଯଥେଷ୍ଟ। ଆଜିର ସମୟରେ କେବଳ ଯୁବପିଢ଼ି ନୁହନ୍ତି, ଅଧିକାଂଶ ମୋବାଇଲରେ ନିଜକୁ ବ୍ୟସ୍ତ ରଖୁଥିବାବେଳେ ହେଡ୍‌ଫୋନ ଓ ଇୟର ଫୋନ ଘଣ୍ଟା ଘଣ୍ଟା ଧରି ସେମାନଙ୍କ କାନରେ ରହୁଛି, ଯାହା ଶୁଣିବା ଶକ୍ତିକୁ ଉଦ୍‌ବେଗଜନକ ଭାବେ ହ୍ରାସ କରିବାର କାରଣ ତ ସାଜିଛି। ଏହାର ଅନ୍ୟ ପ୍ରମୁଖ ପାରିପାର୍ଶ୍ୱିକ କାରଣ ମଧ୍ୟ ରହିଛି। ପାଠପଢ଼ା ହେଉ ବା ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟ। ହେଡ୍‌ଫୋନ ଦିନକୁଦିନ କେତେ ଯେ ଘାତକ ହେଉଛି ତାହା କଳ୍ପନାର ବାହାରେ। ଏକ ପ୍ରମୁଖ ସ୍ବାସ୍ଥ୍ୟଭିତ୍ତିକ ପତ୍ରିକାର ରିପୋର୍ଟ ଅନୁଯାୟୀ, ଭାରତରେ ସାଢ଼େ ଛଅ କୋଟିରୁ ଊର୍ଦ୍ଧ୍ୱ ଓ ପୃଥିବୀରେ ଦେଢ଼ଶହ କୋଟିରୁ ଊର୍ଦ୍ଧ୍ୱ ଲୋକ ନିଜର ଶ୍ରବଣ ଶକ୍ତି ହରାଇବାକୁ ଯାଉଛନ୍ତି। ଆଗାମୀ ୨୦୫୦ବେଳକୁ ପୃଥିବୀରେ ୨୫୦ କୋଟି କିମ୍ବା ପ୍ରତି ୧୦ଜଣଙ୍କ ଭିତରୁ ଜଣେ ନିଜ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ରହିଛି।
ସାଧାରଣତଃ ବଧିର ହେବାର ତ ଅନେକ କାରଣ ରହିଛି। ସେଗୁଡ଼ିକ ବଂଶାନୁକ୍ରମିକ ହୋଇପାରେ, ପ୍ରଦୂଷଣର କାରଣ ହୋଇପାରେ ଆଉ ରୋଗଜନିତ କାରଣ ମଧ୍ୟ ହୋଇପାରେ। କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଆମ ଦେଶରେ ୨୭,୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କର କାନ ସମସ୍ୟା ରହିଛି। ପ୍ରାଥମିକ ସମୟରୁ ସଚେତନ ରହିଲେ ଓ ପରୀକ୍ଷାନିରୀକ୍ଷା ସଠିକ ସମୟରେ ହୋଇପାରିଲେ ଏବଂ ପ୍ରାରମ୍ଭରୁ ସମସ୍ୟାକୁ ଅଣଦେଖା ନ କରି ଗୁରୁତ୍ୱ ଦେଲେ ଏହା ଆରୋଗ୍ୟସାଧ୍ୟ ନିଶ୍ଚିତ। ପ୍ରାଥମିକ ଚିକିତ୍ସାରେ କର୍ଣ୍ଣ, ଶ୍ରବଣ ଶକ୍ତି ପରୀକ୍ଷା ଓ ଯତ୍ନ ଦ୍ୱାରା ଶ୍ରବଣ ଶକ୍ତି ସମସ୍ୟା ନିର୍ଣ୍ଣୟ କରିବା ଲୋକମାନଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହା ସାଧାରଣ କଥା ଶ୍ରବଣ ଶକ୍ତି ହ୍ରାସ ପାଇବାର ପ୍ରମୁଖ କାରଣ ହେଉଛି ଶବ୍ଦ ପ୍ରଦୂଷଣ। ସେହିପରି ଯୁବପିଢ଼ି ସର୍ବଦା ଇୟର ଫୋନ୍‌କୁ କାନରେ ଗେଞ୍ଜି ଘଣ୍ଟା ଘଣ୍ଟା ଧରି ବ୍ୟବହାର କରୁଥିବାରୁ ଏହା କେବଳ ଯେ କାନରେ ସଂକ୍ରମଣ ବଢ଼ାଇବ ତାହା ନୁହେଁ, ବରଂ ଆଗାମୀ ଦିନରେ ଖୁବ୍‌ କମ୍‌ ବର୍ଷ ବୟସରୁ ଜଣଙ୍କର ଶ୍ରବଣ ଶକ୍ତିକୁ ନଷ୍ଟ କରିପାରେ। ସେହିପରି ଯେଉଁମାନଙ୍କର ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନଙ୍କର ଶ୍ରବଣ ଶକ୍ତି କମ୍‌ ହୋଇଯିବାର ଆଶଙ୍କା ବଢ଼ିଯାଏ। ଏହାସହ ଅନ୍ୟ ପ୍ରମୁଖ କାରଣ ମଧ୍ୟ ରହିଛି। ଶବ୍ଦ ପ୍ରଦୂଷଣ, ଅଟୋ ଟକ୍ସିକ ଡ୍ରଗ୍‌ସ ଓ ଅଟୋ ଟକ୍ସିକ କେମିକାଲ ବ୍ୟବହାର ଦ୍ୱାରା ବୃଦ୍ଧାବସ୍ଥାରେ ବଧିରତା ସମସ୍ୟା ବୃଦ୍ଧି ପାଉଛି। ଆଜିକାଲି ଜନ୍ମ ହେବା ପରେ ପରେ ଓ.ଏ.ଇ. ଟେଷ୍ଟ କରାଯାଉଛି। ଯଦି ଛୁଆଟିଏ କଥା କହିବାକୁ ଡେରି କରେ କିମ୍ବା ପଛରୁ ଡାକିଲେ ଶୁଣିପାରେ ନାହିଁ, ଆମେ ଜାଣିଯିବା ଯେ ତାକୁ ଶୁଭୁ ନାହିଁ। ସେଥିପାଇଁ ଆମେ ଯଥାଶୀଘ୍ର ତା’ର ପରୀକ୍ଷା କରିନେବା ଜରୁରୀ। ତେବେ କୋକଲିୟର ଇମପ୍ଲାଣ୍ଟଡିଭାଇସ୍‌ ଦ୍ୱାରା ଆମେ କିଛି ମାତ୍ରାରେ ଶ୍ରବଣ ଶକ୍ତି ଫେରି ପାଉଛେ। ଏହାର ଦାମ ୬.୫ ଲକ୍ଷରୁ ଆରମ୍ଭ ହେଉଛି।
କାନକୁ ନେଇ ଅନେକଙ୍କ ଭିତରେ ଆଦୌ ସଚେତନତା ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ଜଣଙ୍କର ଶ୍ରବଣ ଶକ୍ତି ହରାଇବାର କୌଣସି ବୟସ ନ ଥାଏ। ବୟସ୍କ ଲୋକମାନଙ୍କର ଯେ କେବଳ ଶ୍ରବଣଶକ୍ତି ହ୍ରାସ ହୋଇଥାଏ ଏହା ଭାବିବା ଆଦୌ ଠିକ୍‌ ନୁହେଁ। ସେହିପରି ଥରେ ଶ୍ରବଣ ଶକ୍ତି କମିଗଲେ ଏହା ଆଉ ଫେରିବାର ସମ୍ଭବ ହୋଇପାରିନଥାଏ। ଅନେକେ ହୁଏତ ଜାଣିନଥା’ନ୍ତି ପିଲାଟି ଜନ୍ମ ହେବାର ପ୍ରାଥମିକ ୪୮ଘଣ୍ଟା ଭିତରେ ତା’ର ଶ୍ରବଣ ଶକ୍ତି ପରୀକ୍ଷା କରିବା ଜରୁରୀ ହୋଇଥାଏ। ଅନ୍ୟ କେତେକଙ୍କ କ୍ଷେତ୍ରରେ ପିଲାଟି ମାଆର ଗର୍ଭରେ ଥିବା ସମୟରୁ ହିଁ ଏହି ସମସ୍ୟା ରହିଯାଇଥାଏ। ତେଣୁ ପରବର୍ତ୍ତୀ ତିନିମାସ ପରେ କାନ ପରୀକ୍ଷା କରିବା ପ୍ରୟୋଜନୀୟ ହୋଇଥାଏ। ନେଗେଟିଭ ବାହାରିଲେ ଅନ୍ୟ ଏକ ପରୀକ୍ଷା, ଯାହାକୁ ବେରା ଟେଷ୍ଟ କୁହାଯାଏ। ଏହି ପରୀକ୍ଷାଟି କରାଯାଏ। ପିଲାମାନଙ୍କଠାରେ ଭାଇରାଲ ଫିଭର ଦେଖାଦେଇଥାଏ। ତେବେ କେତେକ କ୍ଷେତ୍ରରେ ଭାଇରାଲ ଫିଭରର କାରଣ ପାଇଁ ଅନେକ ଶିଶୁ ଶ୍ରବଣ ଶକ୍ତି ହରାଇଥା’ନ୍ତି। ସେହିପରି ଏକ ବର୍ଷରୁ ପନ୍ଦର ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ସେମାନଙ୍କ କାନରେ ଯେ କୌଣସି କାରଣଜନିତ ସଂକ୍ରମଣ ରହିଲେ ଏହା ସେମାନଙ୍କ କର୍ଣ୍ଣ ଗହ୍ବରକୁ ପ୍ରଭାବିତ କରିଥାଏ ଓ ଏହା ବଧିରତା ସୃଷ୍ଟି କରେ। କାନରେ ହାଡ଼ ଖାଇ ଯାଇଥିଲେ କିମ୍ବା କୌଣସି ଦୁର୍ଘଟଣାଜନିତ କାରଣରୁ ପରଦା ଆଘାତ ପ୍ରାପ୍ତ ହୋଇ ଫାଟିଗଲେ ଜଣକୁ ଶୁଣାଯାଏ ନାହିଁ। ସେହିପରି ବୟସ ବଢ଼ିଲେ କାନ ସହ ସଂଲଗ୍ନ ହୋଇଥିବା ସ୍ନାୟୁଟି ଦୁର୍ବଳ ହୋଇ ନଷ୍ଟ ହେବା କାରଣରୁ ବଧିର ହେବାର ସମ୍ଭାବନା ରହିଥାଏ। ପିଲାଟି ମାତୃଗର୍ଭରେ ଥିବା ସମୟରେ ଆସନ୍ନପ୍ରସବା ମାଆଟି ରୁବେଲା, ମିଳିମିଳା କିମ୍ବା ସିଫଲିସ ଭଳି ରୋଗର ଶିକାର ହେଲେ ଏହା ପିଲାଟିର ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ତେଣୁ ଏ କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରୁ ଇଏନ୍‌ଟି ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ। ଠିକ୍‌ ସମୟରେ ଡାକ୍ତରୀ ପରାମର୍ଶ ସହ ସଚେତନ ରହିଲେ ଶ୍ରବଣଜନିତ ସମସ୍ୟା ପରବର୍ତ୍ତୀ ସମୟରେ ଘାତକ ସାବ୍ୟସ୍ତ ହୁଅନ୍ତା ନାହିଁ। ପ୍ରଥମରୁ ସମସ୍ୟାକୁ ଚିହ୍ନଟ କରି ବିଶେଷଜ୍ଞଙ୍କ ସହାୟତା ନେଲେ ଆଜିକାଲି ଉନ୍ନତ ଶ୍ରବଣ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିପାରିବ। ଶରୀରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଏହି ଅଙ୍ଗର ଯତ୍ନ ନେବା ଯେତିକି ଜରୁରୀ ଏ ନେଇ ଅନ୍ୟମାନଙ୍କ ଭିତରେ ସଚେତନତାକୁ ବ୍ୟାପକ କରିବା ମଧ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ। ତେବେ ସର୍ବପ୍ରଥମେ ଘଣ୍ଟା ଘଣ୍ଟା ଧରି ଇୟର ଫୋନ ଓ ହେଡ୍‌ ଫୋନଠାରୁ ଦୂରେଇବା ଅଭ୍ୟାସ ଆପଣାନ୍ତୁ। କାନ ଆପଣଙ୍କ ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ନିଜେ ଅନୁଭବ କରି ଏହାର ଯତ୍ନ ନିଅନ୍ତୁ, ନଚେତ୍‌ ବଧିରତା ଆପଣଙ୍କୁ ନିଶ୍ଚିତ ଗ୍ରାସ କରିବ।

ନାରାୟଣ ଚନ୍ଦ୍ର ବିଶ୍ୱାଳ
ବାକ୍‌ ଶ୍ରବଣ ବିଶେଷଜ୍ଞ,
‘ଧ୍ୱନୀ’ କାଠଗୋଲାରୋଡ଼,
ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri