Posted inଜାତୀୟ

ମା’ଙ୍କ ପୁସ୍ତକ ଉନ୍ମୋଚନ ବେଳେ ରାହୁଲ ଭାବବିହ୍ବଳ

ନୂଆଦିଲ୍ଲୀ,୧୭ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଲିଖିତ ଜୀବନୀ ପୁସ୍ତକ ‘ବିଲଙ୍ଗିଙ୍ଗ୍‌: ଏ ଜର୍ନି ଅଫ୍‌ ଲଭ୍‌’ର ଆନୁଷ୍ଠାନିକ ଉନ୍ମୋଚନ ସୋମବାର ନୂଆଦିଲ୍ଲୀରେ ହୋଇଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏକମାତ୍ର ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଥମ ଧାଡ଼ିରେ ରାହୁଲ ଓ ଖାର୍ଗେଙ୍କ ପାଖରେ ବସିଥିବା ଦେଖାଯାଇଥିଲା। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ପ୍ରଥମ ଧାଡ଼ିରେ ସୋନିଆଙ୍କ ପାଖ ଆସନରେ ବସିଥିବାବେଳେ କଂଗ୍ରେସ ଓ ସହଯୋଗୀ ଦଳ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିବା ଦେଖାଯାଇଥିଲା। ତେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା କ୍ୟାପଟେନ୍‌ ଅମିରିନ୍ଦର ସିଂ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି।
ପୁସ୍ତକ ଉନ୍ମୋଚନ ଅବସରରେ ମା’ ସୋନିଆଙ୍କ ବିଷୟରେ କହିବା ସମୟରେ ରାହୁଲ ଭାବବିହ୍ବଳ ହୋଇଯାଇଥିଲେ। ବହୁବର୍ଷ ଧରି ମା’ ସାମ୍ନା କରିଥିବା ବ୍ୟକ୍ତିଗତ ଦୁଃଖଦ ଘଟଣା, ତାଙ୍କର ସାହସ ଓ ଧୈର୍ଯ୍ୟକୁ ରାହୁଲ ମନେ ପକାଇଥିଲେ। ସୋନିଆ ତାଙ୍କ ଜୀବନରେ ବହୁ କଠିନ ସ୍ଥିତି ଦେଇ ଗତି କରିଥିଲେ ମଧ୍ୟ କେବେ ତାଙ୍କ ମନୋବଳ ଭାଙ୍ଗିବାକୁ ଦେଇ ନ ଥିଲେ। ସେ କେବେ ଭୟଭୀତ ହେବା ବା ପଛଘୁଞ୍ଚା ଦେବା ଦେଖିନାହାନ୍ତି ବୋଲି ରାହୁଲ କହିଛନ୍ତି। ସୋନିଆ ୪ ଥର କ୍ୟାନ୍‌ସରରୁ ସୁସ୍ଥ ହୋଇଛନ୍ତି। ସେ ନିଜର ସ୍ବାସ୍ଥ୍ୟ ସମସ୍ୟାର ଗମ୍ଭୀରତାକୁ କମ୍‌ ଦେଖାଉଥିଲେ। ସୋନିଆ ଯେଭଳି ଭାବେ ତାଙ୍କ ଜୀବନର ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିଛନ୍ତି, ବାପା ରାଜୀବ ଗାନ୍ଧୀ ଗର୍ବିତ ହୋଇଥାନ୍ତେ ବୋଲି ରାହୁଲ ବିଶ୍ୱାସ କରୁଥିବା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନା, ରୁପା ମୂଲ୍ୟରେ ଲଗାତର ହ୍ରାସ

ନୂଆଦିଲ୍ଲୀ,୧୭ା୧୧: ଗତ କିଛିଦିନ ଧରି ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇ ଆସିଥିଲା ବେଳେ ସୋମବାର ଉଭୟ ଧାତୁ ମୂଲ୍ୟରେ ପୁଣି ହ୍ରାସ ଘଟିଛି। ଗତ…

ନ୍ୟୁଜିଲାଣ୍ଡକୁ ୪୪୦ ଭୋଲ୍ଟର ଝଟ୍‌କା: ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୧୧: ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା ଲାଗିଛି। ନଭେମ୍ବର ୧୫ରେ ଖେଳାଯାଇଥିବା ପଞ୍ଚମ ଦିନିକିଆ ମ୍ୟାଚ୍‌ରେ ଆହତ ହୋଇଥିବା…

ଜୀବନ୍ତ ଫେରି ନ ପାରେ: ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ,୧୭ା୧୧(ପି.ଟି.): ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ପ୍ରଧାନ ବିଚାରପତି ଏବଂ ଅନ୍ୟ ମୁଖ୍ୟ ବିଚାରପତିମାନଙ୍କୁ ଏକ ଖୋଲା ଚିଠି ଲେଖି ତାଙ୍କ…

ଆଜି ଭୀଷଣ ବାତ୍ୟା: ୨୦ରେ ସ୍ଥଳଭାଗ ଛୁଇଁବ, ଏହି ଦିନଠାରୁ ବଢିବ ବର୍ଷା

ଭୁବନେଶ୍ୱର, ୧୭ା୧୧(ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ସହ ୧୭ ତାରିଖ ସା ସୁଦ୍ଧା…

ଏଆଇ ଯୋଗାଣ ଶୃଙ୍ଖଳ ସୁରକ୍ଷା ଘୋଷଣାନାମାରେ ଭାରତର ସ୍ବାକ୍ଷର

ଓ୍ବାଶିଂଟନ,୧୭ା୧୧(ପି.ଟି.): ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚାଇନା ସହ ବଢ଼ୁଥିବା ପ୍ରତିଦ୍ୱନ୍ଦ୍ୱିତାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ବନ୍ଧୀୟ ସାମଗ୍ରୀ ଓ ବ୍ୟବସ୍ଥାର ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ…

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ମାତ୍ର ୯୦ଟି ଅଭିଯୋଗରେ ସୀମିତ, ପ୍ରଚାର ଅଭାବ ନା ସମାଧାନ ଉପରୁ ତୁଟିଲାଣି ଭରସା

ଥୁଆମୂଳ ରାମପୁର, ୧୬।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ତଥା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ବୈଠକ ସଭା ଗୃହ ଠାରେ ସୋମବାର…

ଅମିତାଭ, ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ, ଦିଆଗଲା ଏଭଳି ଚେତାବନୀ

ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍‌ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍‌ର ୨ ସଦସ୍ୟ…

ଶିକ୍ଷକ ନିଯୁକ୍ତି ଦାବି: ସମାଧାନ ନ ହେଲେ ସ୍କୁଲରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ଗୁଡାରି, ୧୬।୧୧ (ପ୍ରମୋଦ କୁମାର ପତି): ଗୋଟିଏ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?