Posted inଜାତୀୟ

ଇ-ଫାର୍ମାସି ନିୟମ : ବନ୍ଦ ହେବ ଏସବୁ ଔଷଧ ଦୋକାନ, ସରକାର ଆଣିବେ ନୂଆ ଆଇନ…

ନୂଆଦିଲ୍ଲୀ,୧୫।୩ : ଯଦି ଆପଣ ଅନଲାଇନରେ ଔଷଧ କିଣୁଛନ୍ତି କିମ୍ବା ବିକ୍ରୟ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। ଅନଲାଇନରେ ଔଷଧ ବିକ୍ରୟ କରୁଥିବା ସମସ୍ତ ଔଷଧ ଦୋକାନ ପାଇଁ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହା ଦ୍ୱାରା ଦେଶରେ ଅନଲାଇନରେ କାର୍ଯ୍ୟ କରୁଥିବା ସମସ୍ତ ଦୋକାନକୁ ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଅନଲାଇନ ମେଡିସିନ ଦୋକାନ ବନ୍ଦ ହେବା ପଛରେ ସରକାର ଏହାର ମୁଖ୍ୟ କାରଣ ଦର୍ଶାଇଛନ୍ତି ଯେ ଔଷଧ ଅର୍ଡର କରୁଥିବା ବ୍ୟକ୍ତିଙ୍କ ତଥ୍ୟ ଗଚ୍ଛିତ ହେଉଛି। ଯାହାକୁ ମଧ୍ୟ ଅପବ୍ୟବହାର କରାଯିବାର ଆଶଙ୍କା ରହିଛି। ସେଥିପାଇଁ ସରକାର ୨୦ ରୁ ଅଧିକ ଇ-ଫାର୍ମାସି କମ୍ପାନୀକୁ ମଧ୍ୟ ନୋଟିସ ପଠାଇଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଅନଲାଇନରେ ଔଷଧ ବିକ୍ରୟ କରୁଥିବା କମ୍ପାନୀଗୁଡିକ ବିରୋଧରେ ବିଲ ଅନେକ ମନ୍ତ୍ରଣାଳୟରେ ଦାଖଲ କରାଯାଇଛି। ଯାହାଦ୍ୱାରା ଶୀଘ୍ର ଏହା ଉପରେ ଏକ ନୂତନ ନିୟମ ଲାଗୁ ହୋଇପାରିବ। ଇ-ଫାର୍ମାସି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ନୂତନ ନିୟମ ଉପରେ ଆଲୋଚନା ଚାଲିଛି। ମନ୍ତ୍ରୀ ମାନେ ଏହା ଉପରେ ନିଜର ମତ ଦେଇଛନ୍ତି ଏବଂ କହିଛନ୍ତି ଯେ ଇ-ଫାର୍ମାସିରେ ସବୁଠାରୁ ବଡ ବିପଦ ହେଉଛି ବ୍ୟକ୍ତିଗତ ସୂଚନା। ଯାହାକୁ ମଧ୍ୟ ଅପବ୍ୟବହାର କରାଯାଉଛି। ସେଥିପାଇଁ ଡିଜିଟାଲ ଦ୍ୱାରା ପରିଚାଳିତ ଔଷଧ ଦୋକାନ ବନ୍ଦ ହେବା ଜରୁରୀ ।

ଆଲୋଚନା ସମୟରେ ଏହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ବ୍ୟକ୍ତିଙ୍କର ବ୍ୟକ୍ତିଗତ ସୂଚନା ଅନଲାଇନ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକରୁ ଗଚ୍ଛିତ ହେଉଛି। ଏଥି ସହିତ ଗ୍ରାହକଙ୍କଠାରୁ ବେଆଇନ ଭାବେ ଟଙ୍କା ମଧ୍ୟ ସଂଗ୍ରହ କରାଯାଉଛି। କେବଳ ଏତିକି ନୁହେଁ, ଡାକ୍ତରଙ୍କ ପ୍ରେସକ୍ରିପଶନ ବିନା କିଣାଯାଇଥିବା ଔଷଧ ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହେଉଛି। ଏହାର ଖରାପ ପ୍ରଭାବ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଦେଖିବାକୁ ମିଳିଛି। ଏକ ସର୍ବେକ୍ଷଣ ଅନୁଯାୟୀ, ଗର୍ଭପାତ ପାଇଁ ଅନଲାଇନ ଔଷଧ ମହିଳାମାନଙ୍କୁ ଅଳ୍ପ ବୟସରେ ବାକରଣ ସମସ୍ୟାରେ ପୀଡିତ କରୁଛି।

ନ୍ୟୁ ଡ୍ରଗ ମେଡିକାଲ ଡିଭାଇସ ଏବଂ କସମେଟିକ୍ସ ବିଲ ୨୦୨୩ ଆଣିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ସହିତ ପୁରୁଣା ବିଲ ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଏନେଇ ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। କିନ୍ତୁ ବିଲ ବିଷୟରେ ଆଲୋଚନା ଚାଲିଛି। ଏହା କୁହାଯାଉଛି ଯେ ଖୁବ ଶୀଘ୍ର ସରକାରୀ ଏସମ୍ପର୍କିତ ସର୍କୁଲାର ମଧ୍ୟ ଜାରି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?