Posted inଜାତୀୟ

ଚାକିରି-ଉନ୍ନତ ଜୀବନ-ଟଙ୍କା ପାଇଁ ୩.୭ ଲକ୍ଷ ଭାରତୀୟ ୨୦୨୨ରେ ଛାଡ଼ିଛନ୍ତି ଦେଶ: ରିପୋର୍ଟ..

ନୂଆଦିଲ୍ଲୀ,୧୫।୩ : ଆମ ଦେଶରେ ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସୁଥିଲେ। ହ୍ୟୁଏନ ଶାଙ୍ଗ ସପ୍ତମ ଶତାବ୍ଦୀରେ ଚାଇନାରୁ, ଏକାଦଶ ଶତାବ୍ଦୀରେ ଆଲବେରୁନି ସେହିପରି ଚତୁର୍ଦ୍ଦଶ ଶତାବ୍ଦୀରେ ଇବାନ ବତ୍ତୁତା ଭାରତ ଆସିଥିଲେ। ଆମ ଦେଶର ଐତିହ୍ୟ ଏପରି ହୋଇଥିଲା ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସୁଥିଲେ। କିନ୍ତୁ ସମୟର ଚକରେ ସବୁ ଓଲଟପାଲଟ ହୋଇଯାଇଛି। ବର୍ତ୍ତମାନ ଏହା ଦେଖାଯାଉଛି, ଲକ୍ଷ ଲକ୍ଷ ଭାରତୀୟ ଦେଶ ଛାଡି ବିଦେଶକୁ ଯାଉଛନ୍ତି।

ମାର୍ଚ୍ଚ ୧୪ ରେ ଲୋକସଭାରେ ଉପସ୍ଥାପିତ ହୋଇଥିବା ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ୨୦୨୨ ମସିହାରେ ଇମିଗ୍ରେଶନ ଆକ୍ଟ, ୧୯୮୩ ଅନୁଯାୟୀ ୩,୭୩,୪୩୪ ଭାରତୀୟଙ୍କୁ ଇମିଗ୍ରେଶନ କ୍ଲିୟରାନ୍ସ ଦିଆଯାଇଥିଲା। ସେଥିମଧ୍ୟରୁ ୧୦,୬୫୪ ଜଣ ପଞ୍ଜାବର।

ଇମିଗ୍ରେଶନ ଆକ୍ଟ, ୧୯୮୩ ଭାରତର ନାଗରିକମାନଙ୍କୁ ବିଦେଶରେ ନିଯୁକ୍ତି ପାଇଁ ସୁଯୋଗ ପ୍ରଦାନ କରେ। ଏହି ନିୟମ ଅନୁଯାୟୀ ୧୮ ଟି ଦେଶରେ ନିଯୁକ୍ତି ପାଇଁ ଭାରତୀୟମାନଙ୍କୁ ଇମିଗ୍ରେଶନ କ୍ଲିୟରାନ୍ସ ପ୍ରଦାନ କରାଯାଇଛି। ଏହି ଦେଶଗୁଡ଼ିକ ହେଉଛି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସୌଦି ଆରବ, ଇଣ୍ଡୋନେସିଆ କାତାର, ଓମାନ, କୁଏତ, ବାହାରିନ, ମାଲେସିଆ, ଲିବିୟା, ଜୋର୍ଡାନ, ୟେମେନ, ସୁଦାନ, ଦକ୍ଷିଣ ସୁଦାନ, ଆଫଗାନିସ୍ତାନ, ଇଣ୍ଡୋନେସିଆ, ସିରିଆ, ଲେବାନନ ଏବଂ ଥାଇଲାଣ୍ଡ ପ୍ରଭୃତି।

ନିତ୍ୟାନନ୍ଦ ରାୟ ଶିରୋମଣି ଅକାଲୀ ଦଳ ଏମ୍‌ପି ହରସିମରନ କୌର ବାଦଲଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ୨୦୦୧-୨୦୧୧ମସିହା ମଧ୍ୟରେ ପଞ୍ଜାବ ରାଜ୍ୟରେ ବିଦେଶ ଯିବା ଜନସଂଖ୍ୟାର ଦଶମିକ ଅଭିବୃଦ୍ଧି ହାର ୧୩.୯ ପ୍ରତିଶତ ରହିଛି।

ମିଳିତ ଜାତିସଂଘର ରିପୋର୍ଟ ଏହି ଭାରତ ଛାଡିବା ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ ସୁଦ୍ଧା ୧.୮ କୋଟି ଭାରତୀୟ ବିଦେଶରେ ରହୁଥିଲେ। ଏଠାରେ ଧ୍ୟାନ ଦେବା କଥା ହେଉଛି ଦୁନିଆରେ ୩.୨ କୋଟି ଲୋକ ଅଛନ୍ତି ଯେଉଁମାନେ ଭାରତ ସହ ଜଡିତ। ସେମାନଙ୍କମଧ୍ୟରୁ ୧.୮ କୋଟି ଭାରତର ନାଗରିକ। ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଦେଶରେ ରହୁଥିବା ଭାରତୀୟ ଜନସଂଖ୍ୟା କେତେକ ଦେଶର ମୋଟ ଜନସଂଖ୍ୟାଠାରୁ ମଧ୍ୟ ଅଧିକ।

ମିଳିତ ଜାତିସଂଘର ଅଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗର ଜନସଂଖ୍ୟା ବିଭାଗ ଦ୍ୱାରା ଅନ୍ତର୍ଜାତୀୟ ସ୍ଥାନାନ୍ତରଣ ୨୦୨୦ ହାଇଲାଇଟ ଅନୁଯାୟୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଆମେରିକା ଏବଂ ସୌଦି ଆରବ ହେଉଛି ତିନୋଟି ଦେଶ ଯେଉଁଠାକୁ ଭାରତୀୟମାନେ ଅଧିକ ସ୍ଥାନାନ୍ତର ହେଉଛନ୍ତି। ଏହା ବ୍ୟତୀତ କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡରେ ମଧ୍ୟ ଭାରତୀୟମାନେ ଅଧିକ ସଂଖ୍ୟାରେ ବସବାସ କରୁଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ଛାଡିବାର ମୁଖ୍ୟ କାରଣ ହେଉଛି ରୋଜଗାର, ଉନ୍ନତ ଜୀବନ ଏବଂ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?