Posted inଖେଳ

ଧୋନୀଙ୍କୁ ଜନ୍ମଦିନ ଉପହାରରେ ହେଲିକପ୍ଟର ଦେବେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଗାମୀ ଜୁଲାଇ ୭ରେ ୩୯ ବର୍ଷରେ ପଦାର୍ପଣ କରିବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମଧ୍ୟ ତାଙ୍କୁ ବଡ ଉପହାର ଦେବାର ଯୋଜନା କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି ତଥା ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳୁଥିବା ଡ୍ବେନ୍‌ ବ୍ରାଭୋ ତାଙ୍କ ଜନ୍ମଦିନରେ ତାଙ୍କୁ ‘ହେଲିକପ୍ଟର’ ଉପହାର ଦେବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଏହା ଅସଲି ନୁହେଁ, ବ୍ରାଭୋଙ୍କ ଗୀତର ଏକ ଟ୍ରାକ୍‌। ଏହି ହେଲିକପ୍ଟର ଗୀତଟି ଧୋନୀଙ୍କ ଜନ୍ମଦିନରେ ସେ ରିଲିଜ୍‌ କରିବାର ଯୋଜନା ରଖିଛନ୍ତି। ବ୍ରାଭୋ ଏବଂ ମାହି ଭଲ ବନ୍ଧୁ। ଏହାସହ ଧୋନୀଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ମାନନ୍ତି ବ୍ରାଭୋ। ସେ ପୂର୍ବରୁ ଅନେକ ଗୀତରେ କଣ୍ଠଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କ୍ଷମା ମାଗିଲେ ବେନ୍‌ ଷ୍ଟୋକ୍ସ, ଜାଣନ୍ତୁ କାହିଁକି

ଲର୍ଡସ, ୧୫।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର...

ଏହି କ୍ରିକେଟରଙ୍କ ସ୍ତ୍ରୀମାନେ ପାଲଟିଛନ୍ତି କରୋନା ଯୋଦ୍ଧା, ବଞ୍ଚାଉଛନ୍ତି ଜୀବନ

ସାରା ବିଶ୍ୱ ଏବେ କରୋନା ସହ ଲଢୁଛି। ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ତ୍ରାଣକର୍ତ୍ତା ସାଜିଛନ୍ତି...

ଏସିଆନ ଚାମ୍ପିୟନଶିପ୍‌ ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-ଦୋହାଠାରେ ଏପ୍ରିଲ ୨୧ରୁ ଆରମ୍ଭ ହେବାକୁଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ବୁଧବାର ଚୂଡ଼ାନ୍ତ ୪୩ ଜଣିଆ ଦଳ ଘୋଷଣା କରାଯାଇଛି।  ଏଥିରେ...

ଋତୁପର୍ଣ୍ଣା ଚାମ୍ପିୟନ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ପ୍ରତିଭା ସମ୍ପନ୍ନ ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା କ୍ୟାରିୟରରେ ଆଉ ଏକ ଟାଇଟଲ ହାସଲ କରିଛନ୍ତି। ଗୋଆରେ ଅନୁଷ୍ଠିତ ୟୋନେକ୍ସ...

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌...

ହ୍ୟାରୀ କେନଙ୍କ ହ୍ୟାଟ୍ରିକ: ଇଂଲଣ୍ଡର ବୃହତ୍‌ ବିଜୟ

ଲଣ୍ଡନ,୮।୯- ୟୁରୋକପ୍‌ କ୍ୱାଲିଫାଇଙ୍ଗ୍‌ରେ ଇଂଲଣ୍ଡ ଗ୍ରୁପ୍‌ ଏ’ରେ ଶନିବାର ଅପେକ୍ଷାକୃତ ଦୁର୍ବଳ ବୁଲଗେରିଆକୁ ୪-୦ ଗୋଲରେ ଅତି ସହଜରେ ପରାସ୍ତ କରିଛି। ଆରମ୍ଭରୁ ସମ୍ପୂର୍ଣ୍ଣ ରୂପେ...

‘ଭାରତ ମାତା କୀ ଜୟ’ ନାରା ଦେଲେ ନ୍ୟୁଜିଲାଣ୍ଡ ପ୍ରଶଂସକ

ହାମିଲଟନ,୩୧।୧: ହାମିଲଟନର ଶେଡନ ପାର୍କରେ ଟିମ ଇଣ୍ଡିଆ ସୁପର୍‌ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତି ଇତିହାସ...

ସିରିଜ ପୂର୍ବରୁ କୋହଲିଙ୍କୁ ଭେଟିଲେ ଅନୁଷ୍କା

ନୂଆଦିଲ୍ଲୀ, ୧।୮- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଖେଳିବା ଲାଗି ଭାରତୀୟ କ୍ରିକେଟ୍‌ ଦଳ ବର୍ତ୍ତମାନ ଆମେରିକା ଗସ୍ତରେ ଯାଇଛି। ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *