Posted inଖେଳ

ପୁଣି ନିରାଶ କଲେ ଦୂତି

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଦୂତୀ ଆଜି ୨୦୦ ମିଟର ଦୌଡରେ ହାରି ଯାଇଛନ୍ତି। ୨୦୦ମିଟରରେ ହିଟ-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି। ପୂର୍ବରୁ ୧୦୦ ମିଟର ଦୌଡରେ ସେ ନିରାଶ କରିଥିଲେ। ୨୦୦ ମିଟର ଅତିକ୍ରମ କରିବା ପାଇଁ ଦୂତି ୨୩.୮୫ ସେକେଣ୍ଡ ସମୟ ନେଇଥିଲେ, ଯାହା ତାଙ୍କର ନିଜର ଶ୍ରେଷ୍ଠ ଟାଇମିଂଠାରୁ ଅଧିକ ଥିଲା। ୨୦୦ ମିଟରରେ ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ୨୩.୦୦ ସେକେଣ୍ଡ ରହିଛି। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ସ ଗେମ୍ସରେ ସେ ଏହି ଟାଇମିଂ ହାସଲ କରିଥିଲେ।
ଏହା ପୂର୍ବରୁ ଦୂତି ଜୁଲାଇ ୩୦ ତାରିଖରେ ୧୦୦ ମିଟର୍‌ ଦୌଡ ହିଟ-୫ରେ ସପ୍ତମ ସ୍ଥାନରେ ଓ ମୋଟ ଉପରେ ୪୫ତମ ସ୍ଥାନରେ ରହିଥିଲେ। ୧୦୦ ମିଟରରେ ମଧ୍ୟ ସେ ନିଜ ରେକର୍ଡ ଠାରୁ ଖରାପ ପ୍ରଦର୍ଶନ କରିଥିଲେ। ୧୦୦ ମିଟରରେ ଦୂତିଙ୍କ ନିଜସ୍ବ ରେକର୍ଡ ୧୧.୧୭ ସେକେଣ୍ଡ ରହିଛି, ଯାହା ଏକ ଜାତୀୟ ରେକର୍ଡ ମଧ୍ୟ। କିନ୍ତୁ ଅଲିମ୍ପିକ୍ସରେ ସେ ଏହି ଦୂରତା ଅତିକ୍ରମ କରିବାକୁ ୧୧.୫୪ ସେକେଣ୍ଡ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ସୂର୍ଯ୍ୟକୁମାର

ମୁମ୍ବାଇ,୯।୫: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ ସମସ୍ୟା ଯୋଗୁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଗତ ୬ ତାରିଖରେ ଗୁଜରାଟ ଟାଇଟାନ୍ସ ବିପକ୍ଷ...

ପୁରୁଷଙ୍କ ସମକକ୍ଷ ପାଉଣା ଦାବି ଉଚିତ୍‌ ନୁହଁ: ମାନ୍ଧନା

ମୁମ୍ବାଇ,୨୩।୧(ପି.ଟି.)- ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ଦିଆଯିବା ଉପରେ ମତ ରଖିଛନ୍ତି ତାରକା ମହିଳା କ୍ରିକେଟର ସ୍ମୃତି ମାନ୍ଧନା। ପୁରୁଷ ଓ ମହିଳା...

ପର୍ତ୍ତୁଗାଲ-ଫ୍ରାନ୍ସ ମ୍ୟାଚ୍‌ ଡ୍ର: ରୋନାଲ୍ଡୋ ରେକର୍ଡ ସମକକ୍ଷ

ବୁଦାପେଷ୍ଟ,୨୫।୬: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ରାଉଣ୍ଡ ଅଫ୍‌ ୧୬ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇଛି। ଶନିବାରଠାରୁ ନକ୍‌ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍‌ ଏଫ୍‌’ରେ ପର୍ତ୍ତୁଗାଲ ଓ...

ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୭।୯(ପିଟି)- ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡି’କକ୍‌ଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଦଳ ଶନିବାର ଭାରତରେ ପହଞ୍ଚିଛି। ଭାରତ ଫେରି ମୁଁ ଉତ୍ସାହିତ ଅଛି। ପୁଣି କ୍ରିକେଟ...

ମୀରାବାଈ ଚାନୁଙ୍କ ବିଶ୍ୱ ରେକର୍ଡ

ତାସ୍‌କେଣ୍ଟ, ୧୮ା୪ (ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନ ମୀରାବାଈ ଚାନୁ ଭାରୋତ୍ତୋଳନକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନଶିପ୍‌ରେ ସେ କ୍ଲିନ ଆଣ୍ଡ୍‌...

ସିନ୍ଧୁ ସୁଇସ୍‌ ଓପନ ଫାଇନାଲରେ

ବାସେଲ, ୭ା୩ (ପି.ଟି.)-ଅଲିମ୍ପିକ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ ସୁଇସ୍‌ ଓପନ୍‌ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର...

ଆର୍‌ସିବିର ବ୍ୟାଟିଂ ବିପର୍ଯ୍ୟୟ, ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୬୯…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ଟସ ଜିତି ପ୍ରଥମେ...

ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି। ଗତବର୍ଷ ଜୁନ୍‌ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଅଲିମ୍ପିକ୍‌...

Advertisement
Archives

Model This Week