ନୂଆଦିଲ୍ଲୀ,୨।୭: ସ୍ବର୍ଗତ ବଲିଉଡ ଅଭିନେତା ଇରଫାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଏହି ଅଭିନେତାଙ୍କ ରିଲିଜ ହୋଇ ନ ଥିବା ଫିଲ୍ମ ‘ଦୁବାଇ ରିଟର୍ନ’ ଆସନ୍ତା ଶନିବାର ୟୁଟ୍ୟୁବରେ ରିଲିଜ ହେବ। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ତାଙ୍କ ପୁଅ ବବଲି ଖାନ। ବବଲି ଇନ୍ଷ୍ଟାଗ୍ରାମରେ ପୋଷ୍ଟର ଶେୟାର କରି ଫିଲ୍ମର ରିଲିଜ ସମ୍ପର୍କରେ ସୂଚନା ଦେଇଛନ୍ତି।
ତେବେ ଦୁବାଇ ରିଟର୍ନ ୨୦୦୫ର ଫିଲ୍ମ। ଏହାର ମୁଖ୍ୟ ଭୂମିକାରେ ଥିବା ଇରଫାନ ଏକ ଗ୍ୟାଙ୍ଗଷ୍ଟର। ଆଦିତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମରେ ଇରଫାନଙ୍କ ବ୍ୟତୀତ ବିଜୟ ମୌର୍ଯ୍ୟା, ରଜାକ ଖାନ ଓ ଦିବ୍ୟା ଦତ୍ତା ପ୍ରମୁଖ ଭୁମିକାରେ ଅଛନ୍ତି।