୧୮ରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ: ଏବେ ନୂଆ ଆବେଦନ ମନା

ଭୁବନେଶ୍ୱର ୧୧।୯(ବ୍ୟୁରୋ): ମାର୍ଚ୍ଚ ୨୫ରୁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ନିଂ ଲାଇସେନ୍ସ (ଏଲ୍‌ଏଲ୍‌) ପୁନର୍ବାର ଆରମ୍ଭ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୧୮ରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍କିଲ୍‌ ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଏହି ଟେଷ୍ଟ ଲାଗି ଅନଲାଇନ ସ୍ଲଟ ବୁକିଂ ସେବା ୧୪ ତାରିଖ ଦିନ ୧୧ଟା ପରଠାରୁ କରାଯାଇପାରିବ। ମାତ୍ର ନୂଆ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ନିଂ ଲାଇସେନ୍ସ ଆବେଦନ ସେବା ବନ୍ଦ ରହିବ ବୋଲି କୁହାଯାଇଛି।
ଏସ୍‌ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଯେଉଁମାନଙ୍କର ଲର୍ନିଂ ଲାଇସେନ୍ସ ଅବଧି ମାର୍ଚ୍ଚ ୧୮ରୁ ଡିସେମ୍ବର ୩୧ ମଧ୍ୟରେ ସମାପ୍ତ ହେଉଛି, ତାହା ଡିସେମ୍ବର ୩୧ ତାରିଖ ଯାଏ ବୈଧ ରହିବ। ମାର୍ଚ୍ଚ ୧୮ ତାରିଖ ପରଠାରୁ ଡିଏଲ୍‌ ଓ ଏଲ୍‌ଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ରଦ୍ଦ କରାଯାଇଥିଲା। ତେବେ ଏଥିପାଇଁ ଯେଉଁମାନେ ଫି ଦେଇଥିଲେ ତାହା ବୈଧ ରହିଛି। ଡିଏଲ ସ୍କିଲ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ପ୍ରକ୍ରିୟା ୧୪ ତାରିଖ ପୂର୍ବାହ୍ନ ୧୧ଟା ପରଠାରୁ କରାଯାଇପାରିବ। ଏହାପରେ ପ୍ରତ୍ୟେକ ଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟେଷ୍ଟ ସ୍ଲଟ୍‌ ବୁକିଂ କରିହେବ। ଯେଉଁମାନେ ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିଲେ ସେମାନେ ହିଁ କେବଳ ଡିଏଲ୍‌ ସ୍କିଲ୍‌ ଟେଷ୍ଟ କରିପାରିବେ। ଡିଏଲ୍‌ ନବୀକରଣ ସହ ପୁନଃ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ହେବ ଖୋ ଖୋ ଷ୍ଟାଡିୟମ

ଭୁବନେଶ୍ୱର, ୮।୯(କ୍ରୀଡ଼ା ପ୍ରତିନିଧି): କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଏଠାରେ ଏବେ ହକି, ଆଥ୍‌ଲେଟିକ୍ସ, ଫୁଟ୍‌ବଲ, ଟେନିସ୍‌...

ବାଲେଶ୍ୱର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍‌ମ୍ୟାପ୍‌: ୫୦କୋଟି ବ୍ୟୟରେ ହେବ ଅନ୍ତଃରାଷ୍ଟ୍ରୀୟ ମାଛ ମାର୍କେଟ୍‌

ବାଲେଶ୍ୱର ଅଫିସ, ୨୪।୮-ବାଲେଶ୍ୱର ଜିଲାବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେତେକ କୁଟୀରଶିଳ୍ପ, ମାଛଚାଷ, ସହରର ଉନ୍ନତୀକରଣ,...

ଅନୁଗୋଳରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଜିଲା ଗସ୍ତ କରି ୧୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୧୩ କୋଟି...

ବିଦ୍ୟୁତ୍‌ ତାର ଛିଡ଼ି ମା’ଝି’ର ମୁ୍‌ର୍‌ତୁ ଘଟନା: ପରିବାରକେ ମିଲ୍‌ଲା ୫ ଲାଖ୍‌ କ୍ଷତିପୂରନ

  ନୂଆପଡା ଅଫିସ/ସିନାପାଲି/ବରଗାଁ,୪ା୧(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ସିନାପାଲି ଥାନା ଅଧୀନ ମଖାପଦର ଗଁାରେ ୧୧ କେଭି ବିଦ୍ୟୁତ୍‌ ତାର ଛିଡ଼ି ଗୁଟେ ପରିବାରର ମା’ଝି’ର ମୁର୍‌ତୁ...

ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୬

ଭୁବନେଶ୍ୱର,୭ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ହ୍ରାସ ପାଇଛି କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗୁନି। ସୋମବାର ଆଉ ୨୦ ଜଣଙ୍କ ଜୀବନ ନେଇଛି କରୋନା।...

ଇଂରାଜୀରେ ଓରିଶା ବଦଳରେ ଓଡ଼ିଶା ହାଇକୋର୍ଟ ନାଁ ଦେବାକୁ ଦାବି

ଭୁବନେଶ୍ୱର,୯ା୨(ବ୍ୟୁରୋ): ରାଜ୍ୟସଭାର ଶୂନ୍ୟକାଳରେ ହାଇକୋର୍ଟ ନାମ ପରିବର୍ତ୍ତନ ପ୍ରସଙ୍ଗ ନେଇ ଦାବି ଉପସ୍ଥାପନ କରାଯାଇଛି। ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଏନେଇ ଦାବି କରିଛନ୍ତି। ଇଂରାଜୀରେ...

୫୦୦ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ପ୍ରଶିକ୍ଷଣ 

ଭୁବନେଶ୍ୱର, ୪।୪(ବ୍ୟୁରୋ): ସମ୍ପ୍ରତି କୋଭିଡ୍‌-୧୯ ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଯେକୌଣସି ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା ପାଇଁ...

କାର୍ଯ୍ୟକ୍ଷମ ହେଉନି କ୍ଲଷ୍ଟର ସାଲୋ ପଏଣ୍ଟ

ବନ୍ତ,୨୭।୨(ଡି.ଏନ.ଏ.)  ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଥିବା କ୍ଲଷ୍ଟର ସାଲୋ ପଏଣ୍ଟ କାର୍ଯ୍ୟକ୍ଷମ ହେଉନାହିଁ। ଫଳରେ ୨୫ ହେକ୍ଟର ଜମିରେ...

Advertisement
Archives

Model This Week