ପାନୀୟଜଳ ପ୍ରକଳ୍ପ ଅଚଳ, ପାଣି ପାଇଁ ଲୋକେ ହଟହଟା

ଭେଡେନ,୧୨।୫(ହୃଷିକେଶ ଖମାରୀ):ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଞ୍ଜୁର କରି ଖର୍ଚ୍ଚ କରୁଛନ୍ତି । ମାତ୍ର ବିଭାଗୀୟ ସ୍ତରରେ ଅବହେଳା ଯୋଗୁ ବିଭିନ୍ନ ସମୟରେ ଏହାର ସୁଫଳ ଲୋକଙ୍କ ପାଖକୁ ଅପହଞ୍ଚ ହୋଇପଡୁଛି । ବରଗଡ଼ ଜିଲା ଭେଡେନ ବ୍ଲକ ଦେଶ ଭଟଲି ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମରେ ବର୍ତ୍ତମାନ ଏଭଳି ସ୍ଥିତି ଉପୁଜିଛି । ଉକ୍ତ ଗ୍ରାମକୁ ଯାଇଥିବା ପାନୀୟ ଜଳ ପ୍ରକଳ୍ପର ପାଇପ ଅଧବାଟେ ଫାଟିଯାଇଛି । ଏକ କଲଭର୍ଟ ନିର୍ମାଣ କରିବା ସମୟରେ ସେଭଳି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ସେଥିପାଇଁ ଗତ ଏକ ସପ୍ତାହ ହେଲା ଗ୍ରାମକୁ ପାନୀୟଜଳ ପହଞ୍ଚିପାରୁନାହିଁ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ଦେଖାଯାଇଛି । ପ୍ରଚଣ୍ଡ ଖରାତାତିରେ ଦୀର୍ଘ ଅଧ କିଲୋମିଟର ଦୂରରେ ରହିଥିବା ଭଟଲି ଗ୍ରାମକୁ ଚାଲିଚାଲି ପାନୀୟଜଳ ଆଣିବା ପାଇଁ ଗ୍ରାମର ମହିଳା, ପୁରୁଷ ଯାଉଛନ୍ତି ।

ଉକ୍ତ ଗ୍ରାମର ଜନସଂଖ୍ୟା ୮୦୦ରୁ ଉର୍ଦ୍ଧ୍ୱ ହେବ । ୧୦୦ ପରିବାରକୁ ନେଇ ଗଠିତ ଏହି ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ରଟିଏ ରହିଛି । ଦୀର୍ଘ ଦିନ ହେଲା ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଦ୍ଧ୍‌ଯାଇଛି । ଯେଉଁ ଗୋଟିଏ ନଳକୂପ ଅଛି, ତାହା ବି ଅଚଳ ହୋଇ ପଡ଼ିଛି । ଫଳରେ ପାନୀୟଜଳ ଯୋଗାଣ ପ୍ରକଳ୍ପର ପାଇପକୁ ମରାମତି କରି ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ତୋଷବନ୍ତ ସାହୁଙ୍କୁ ପଚରା ଯିବାରୁ ଠିକାଦାର କଲଭର୍ଟ ନିର୍ମାଣ ସମୟରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ ଫଟାଇ ଦେଇ ଆଉ ମରାମତି ଦିଗ ପ୍ରତି ଧ୍ୟାନ ଦେଉ ନାହାନ୍ତି । କେଉଁ ଠିକାଦାର କେଉଁ ସମୟରେ କେଉଁ ଅନୁଦାନରୁ ବାମ ଆରମ୍ଭ କରୁଛନ୍ତି, ସେ ଜାଣି ନ ଥିବା କହିଥିଲେ । ତଥାପି ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଇ ଗ୍ରାମକୁ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ ସାହୁ କହିଥିଲେ।

ଏ ବିଷୟରେ ଗ୍ରାମର ପ୍ରଶାନ୍ତ ପାଣ୍ଡେ କହିଛନ୍ତି, ଠିକାଦାର ଗାଁ ରାସ୍ତା ଉପରେ କଲଭର୍ଟ ନିର୍ମାଣ ଆରମ୍ଭ କରୁଥିବା ସମୟରେ ଜେସିବିରେ ପାଇପ ଫଟାଇ ଦେଇଥିବା ଏବଂ ମରାମତି କରାଯାଇ ନ ଥିବା ଯୋଗୁ ପାଇପ ଜଳ ଯୋଗାଣ ଚନ୍ଦ ହୋଇଯାଇଛି। ଠିକାଦାରଙ୍କୁ ମରାମତି କରିବା ପାଇଁ କହିଲେ ମଧ୍ୟ କାହାରି କଥାକୁ କର୍ଣ୍ଣପାତ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଫଳରେ ଅଧ କିଲୋମିଟର ଦୂରକୁ ପାନୀୟ ଜଳ ଆଣିବା ପାଇଁ ଯିବାକୁ ପଡୁଛି ବୋଲି କହିବା ସହିତ ଗ୍ରାମକୁ ତୁରନ୍ତ ପାନୀୟଜଳ ଯୋଗାଣ ନ କଲେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ସେ ଚେତାବନୀ ଦେଇଛନ୍ତି।

ଆଉଜଣେ ଗ୍ରାମବାସୀ ଯୋଗେଶର ଭୋଇ କହିଛନ୍ତି, ଗ୍ରାମରେ ପାନୀୟ ଜଳ ସମସ୍ୟା ନିତି ଦିନିଆ ସମସ୍ୟା ପାଳଟି ଯାଇଛି । ଖୋଳା କୂଅ,ଝାଇଁ ଯୋରର ଦୂଷିତ ଜଳକୁ ପାନୀୟ ଜଳ ଭାବରେ ବ୍ୟବହାର କରିବାକୁ ବାଧ୍ୟ ହେଉଛୁ। ସେହିପରି ଗ୍ରାମବାସୀ ମୋତିଲାଲ ଝାଙ୍କର ଗ୍ରାମର କହିଛନ୍ତି, ଠିକାଦାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ ଫଟାଇ ଦେଇ ମରାମତି କରୁ ନାହାନ୍ତି । ପିଇବା ପାଣି ପାଇଁ ଗ୍ରାମବାସୀଙ୍କୁ ବହୁ ହଟହଟା ହେବାକୁ ପଡୁଛି । ଫାଟି ଯାଇଥିବା ଅଂଶ ତୁରନ୍ତ ମରାମତି କରିବାକୁ ସେ ଦାବି କରିଛନ୍ତି। ଯଦି ମରାମତିରେ କରା ନ ଯାଏ ଆଗାମୀ ଦିନରେ ପିଇବା ପାଣି ପାଇଁ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ମୋତିଲାଲ କହିଛନ୍ତି । ଗ୍ରାମର ତ୍ରିଲୋଚନ ଝାଙ୍କର କହିଛନ୍ତି, ବିଶୁଦ୍ଧ ପାନୀୟ ଜଳ ଗ୍ରାମବାସୀ ପାଇବା ଦିବାସ୍ବପ୍ନ ହୋଇଯାଇଛି। ଏବେ ଠାରୁ ଆମ ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଗଲାଣି । ଆଗକୁ ପିଇବ ପାଣି ସମସ୍ୟା ଆହୁରି ବଢ଼ିଯିବ । ବିଶୁଦ୍ଧ ପାନୀୟ ଜଳ ନ ପାଇଲେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଦ୍ଲକ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ସୁବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। ଏ ବିଷୟରେ ଆରଡ଼ବ୍ଲୁସଏସ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଯିବାରୁ କଲଭଟ ନିର୍ମାଣ କାମ କେଉଁ ଠିକାଦାର କରୁଛି ତାହା ତଦନ୍ତ କରି ତୁରନ୍ତ ପାଇପ ମରାମତି କରି ଗାଁକୁ ପାନୀୟ ଜଳ ଯୋଗାଣ ସୁବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ପାନୀୟ ଜଳ ଯୋଗାଣ ଦାବିରେ ଗ୍ରାମବାସୀ ମଙ୍ଗଳବାର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପାନୀୟଜଳ ଯୋଗାଣ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?