ବୁରୁଦେଇ ଗ୍ରାମବାସୀଙ୍କ ଭରସା ଚୁଆପାଣି

ନୂଆଗାଁ,୧୨ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ସେହି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ସଫଳ ହୋଇ ନ ଥିବାରୁ ଅଧିକାଂଶ ଗ୍ରାମବାସୀ ନଦୀରେ ଚୂଆ ଖୋଳି ପାନୀୟ ଜଳ ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି।

ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲୀ ପଞ୍ଚାୟତ ବୁରୁଦେଇ ଗ୍ରାମକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ । ଆଦିବାସୀ ବହୁଳ ଉକ୍ତ ଗ୍ରାମରେ ପ୍ରାୟ ୭୦ ପରିବାର ବସବାସ କରନ୍ତି । ସେମାନଙ୍କ ପାଇଁ ରହିଛି ଏକମାତ୍ର ନଳକୂପ । କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ନଳକୂପ ପାଣି ବ୍ୟବହାର ଅନୁପଯୋଗୀ। ସେଥିରୁ ନାଲି ରଙ୍ଗର ପାଣି ବାହାରୁଛି । ସେହି ପାଣିକୁ କିଛି ସମୟ ରଖିବା ପରେ ସେଥିରେ ତେଲ ଭଳି ଏକ ଆସ୍ତରଣ ସୃଷ୍ଟି ହେଉଛି। ନଳକୂପ ପାଣିରେ ଭାତ କଲେ ନାଲି ଦିଶୁଛି। ତେଣୁ ବୁରୁଦେଇ ଗ୍ରାମବାସୀ ଗାଁଠାରୁ ୫୦୦ମିଟର ଦୂରରେ ଥିବା ହାତୀଗଣ୍ଡ ନଦୀରେ ଚୂଆ ଖୋଳି ସେଥିରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ବର୍ଷସାରା ଏପରି ପରିସ୍ଥିତି ଲାଗି ରହିଛି । ଏପରି କି ଗ୍ରାମବାସୀ ଆଣ୍ଠୁଏ ପାଣିରେ ପଶି ନଦୀରୁ ପାନୀୟ ଜଳ ଆଣୁଛନ୍ତି । ଏ ସଂକ୍ରାନ୍ତରେ ଗ୍ରାମର ସନାତନ ପ୍ରଧାନ, ପବିତ୍ର ଜାନି, ମୋହନ ଜାନୀ ଓ କୁସ ଜାନୀ ପ୍ରମୁଖ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବା କହିଛନ୍ତି । ସେହିପରି କାପ୍ତାପଲି ପଞ୍ଚାୟତ କଣବାଙ୍କ ଗ୍ରାମରେ ପାଣିର ସମସ୍ୟା ରହିଥିବା କହିଛନ୍ତି ଉକ୍ତ ଗ୍ରାମର ମନ୍ଦର ପ୍ରଧାନ, ଗୋବିନ୍ଦ ଜାନୀ, ବିନୋଦ ଜାନୀ ଓ ସୁଶାନ୍ତ ଜାନି । ଅନ୍ୟପକ୍ଷେ ପ୍ରତି ଗାଁକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ଲକ ଓ ପଞ୍ଚାୟତସ୍ତରରେ ବାରମ୍ବାର ଆଲୋଚନା କରାଯାଉଛି । ଏପରିକି ବିଗତ ସମିତି ବୈଠକରେ ପାଣି ସମସ୍ୟାର ଦୂରୀକରଣ ପାଇଁ ଜନ ପ୍ରତିନିଧିମାନେ ବ୍ଲକ ପ୍ରଶାସନକୁ କହି ଆସୁଥିଲେ ମଧ୍ୟ ଅଦ୍ୟାବଧି ଅନେକ ଗ୍ରାମରେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ମେଗା ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଣି ସମସ୍ୟା ରହିବ ନାହିଁ ବୋଲି କହି ଲୋକଙ୍କୁ ଠକି ଚାଲିଛି ବ୍ଲକ ପ୍ରଶାସନ। ବୁରୁଦେଇ ଗ୍ରାମର ପାଣି ସମସ୍ୟା ବାବଦରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ସେ କୁହନ୍ତି, ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆମେ ଯଥା ସମ୍ଭବ ଚେଷ୍ଠା କରୁଛୁ । ସେଥିପାଇଁ ଜନ ପ୍ରତିନିଧିମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା

ପାଟକୁରା,୨୪ା୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ ଅଟାବୁହା ଗ୍ରାମର ଶିକ୍ଷୟିତ୍ରୀ ରଶ୍ମିତା ସେଠୀ (୪୨)ଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ପାଟକୁରା...

ଓଡ଼ିଶାରେ ମହିଳା ଅଧିକ ସଶକ୍ତ

ବ୍ରହ୍ମପୁର ଅଫିସ, ୮ା୩: ନାରୀ ଶିକ୍ଷା ଗବେଷଣା କେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ା ବିଶ୍ୱବିଦ୍ୟାଳୟର...

୩ ବାର୍‌ହା ଶିକାରୀ ଗିରଫ, ମାଂସ ଜବତ

କେନ୍ଦୁଝର,୧ା୧୧(ସ୍ବ.ପ୍ର.): ତେଲକୋଇ ବନାଞ୍ଚଳ ସମାକୋଇ ରିଜର୍ଭ ଜଙ୍ଗଲରେ ବାର୍‌ହା ଶିକାର ଜାରି ରହିଥିବାରୁ ବନ୍ୟପ୍ରାଣୀ ସୁରକ୍ଷାକୁ ନେଇ ସାଧାରଣରେ ଚିନ୍ତାର ବିଷୟ ହୋଇଛି। ବିଦ୍ୟୁତତାର ଟାଣି...

ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ

ସଜନାଗଡ଼,୧୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ସ୍ଥିତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ଫଳରେ ବହୁ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମୀଭୂତ ହୋଇଯାଇଛି। ତୃଣଭୋଜୀ...

ୱାର୍ଲଡ ସ୍କିଲ୍‌ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର

କଟକ ଅଫିସ,୭ା୫: ଚାଇନାର ସାଙ୍ଘାଇରେ ହେବାକୁ ଥିବା ୱାଲର୍‌ଡ ସ୍କିଲ୍‌-୨୦୨୨ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଓଡ଼ିଆ ଯୁବକ ସନ୍ତୋଷ ଓଝା ପ୍ରତିନିଧିତ୍ୱ କରିବେ। ସେ କଟକ...

ବ୍ରହ୍ମପୁରରେ ୪ ଦିନିଆ ଶଟ୍‌ଡାଉନ୍‌ ଘୋଷଣା: ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାକୁ ବଜାରରେ ଅସମ୍ଭାଳ ଭିଡ଼

ବ୍ରହ୍ମପୁର ଅଫିସ,୨୬ା୬: କରୋନା ସଂକ୍ରମଣ ରୋକିବା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ଶନିବାରଠାରୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶୁକ୍ରବାର...

ମିଶନ ‘ବିୟୁଟି ସିଟି’କୁ ସ୍ବାଗତ: ସହରକୁ ଜବରଦଖଲ ମୁକ୍ତ ଦାବି

ବାଲେଶ୍ୱର ଅଫିସ,୨୬।୭-ବାଲେଶ୍ୱର ସହର ରାସ୍ତା ତଥା ନୟନଯୋରୀକୁ ଜବରଦଖଲ କରି ବହୁ ବ୍ୟକ୍ତିବିଶେଷ, ବ୍ୟବସାୟୀମାନେ ସଙ୍କୁଚିତ କରିବା ଦ୍ୱାରା ସର୍ବସାଧାରଣ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏହାକୁ...

ହାତୀ ଆକ୍ରମଣରେ ପୁଣି ଜଣେ ଯୁବକ ଗୁରୁତର

ଛେଣ୍ତିପଦା, ୨।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ବୁଧବାର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ...

Advertisement
Archives

Model This Week