ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପୁରୀ,୮ା୪(ଅଜିତ୍‌ ମହାନ୍ତି): ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ‘ସୁଜଳ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଯୋଜନା। ପୁରୀ ସହରବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ସହ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ବନ୍ଦ କରାଇବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲା। କିଛି ବର୍ଷ ଧରି ପ୍ରକଳ୍ପ ଠିକ୍‌ ଭାବେ ଚାଲିଲା। ଲୋକେ ଟ୍ୟାପ୍‌ଗୁଡ଼ିକରୁ ବିଶୁଦ୍ଧ ପାଣି ପାଇ ଖୁସିହେଲେ। ହେଲେ ସମ୍ପ୍ରତି ଅନେକ ଟ୍ୟାପ୍‌ ଭାଙ୍ଗିଗଲାଣି। ସେହିପରି କେତେକ ଟ୍ୟାପ୍‌ରୁ ଗୋଳିଆ ପାଣି ବାହାରୁଛି। ଫଳରେ ଏହି ଯୋଜନା ବିଫଳ ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ୨୦୨୧ ଜୁଲାଇ ୨୬ରେ ପୁରୀ ସହରରେ ‘ସୁଜଳ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଯୋଜନାର ଶୁଭାରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ଓଡ଼ିଶା ସରକାର ଶ୍ରୀକ୍ଷେତ୍ରରେ ପ୍ରଥମେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରାୟ ୧୫୯ଟି ଏବଂ ଆଚାର୍ଯ୍ୟ ହରିହର ଛକଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ଅଞ୍ଚଳରେ ପ୍ରାୟ ୫୫ଟି ଟ୍ୟାପ୍‌ ବ୍ୟବସ୍ଥା କରାଯାଇଥିଲା। ପରେ ଅନ୍ୟାନ୍ୟ ସ୍ଥାନରେ ଟ୍ୟାପ୍‌ ବ୍ୟବସ୍ଥା ହୋଇଥିଲା। ପୁରୀବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ବିଶୁଦ୍ଧ ପାଣି ପାଇ ଉପକୃତ ହେଲେ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆଉ ପ୍ଲାଷ୍ଟିକ ପାଣି ବୋତଲର ଆବଶ୍ୟକତା ପଡ଼ିଲା ନାହିଁ। ପୂର୍ବରୁ ସେମାନେ ପ୍ଲାଷ୍ଟିକ ବୋତଲରେ ପାଣି ଆଣୁଥିଲେ। ସେହିପରି ବଜାରରୁ ମଧ୍ୟ ପାଣି ବୋତଲ କିଣୁଥିଲେ। ପାଣି ପିଇ ସାରି ବୋତଲକୁ ଏଣେତେଣେ ଫିଙ୍ଗି ଦେଉଥିଲେ। ଫଳରେ ସହରରେ ପ୍ଲାଷ୍ଟିକ ବର୍ଜ୍ୟ ବଢୁଥିଲା। ଏହି ପ୍ଲାଷ୍ଟିକ ବର୍ଜ୍ୟ ରୋକିବାକୁ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ବ୍ୟବସ୍ଥା ଏକ ଭଲ ପଦକ୍ଷେପ ଥିଲା। ତେବେ ମାତ୍ର ଅଢେଇ ବର୍ଷ ଭିତରେ ଉକ୍ତ ବ୍ୟବସ୍ଥାର ଦୟନୀୟ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ଟ୍ୟାପ୍‌ ଅଚଳ ହୋଇପଡ଼ିଛି ତ ଆଉ କେଉଁଠାରେ ଅପରିଷ୍କାର ପାଣି ବାହାରୁଛି। ସେହିପରି କେତେକ ଟ୍ୟାପ୍‌ରେ ଲୋକେ ଗୋଡ଼ହାତ ଧୋଉଥିବାବେଳେ ଅନ୍ୟ କେଉଁଠି ଯାତ୍ରୀମାନେ ସେମାନଙ୍କ ଲୁଗା ସଫା କରୁଥିବା ଦେଖିବାକୁ ମିଳୁଛି। ସେହିଭଳି ବେଳାଭୂମି ଅଞ୍ଚଳରେ କେଉଁଠି ପାଇପ ଫାଟିଛି ତ ଆଉ କେଉଁଠାରେ ନର୍ଦ୍ଦମା ନିକଟରେ ଟ୍ୟାପ ରହିଛି। ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ପୂତିଗନ୍ଧମୟ ପରିବେଶରେ ପାଣି ପିଇବାକୁ ନାକ ଟେକୁଛନ୍ତି। ଟ୍ୟାପ୍‌ ପ୍ଲାଟଫର୍ମରେ ଶିଉଳି ଲାଗିଲାଣି। ଅନେକ ଟ୍ୟାପ୍‌ ଭାଙ୍ଗିଯାଇଥିବାରୁ ପାଣି ନଷ୍ଟ ହେବାରେ ଲାଗିଛି। ଏସବୁ ଟ୍ୟାପ୍‌ର ପରିଚାଳନା ବ୍ୟବସ୍ଥା ଦାୟିତ୍ୱରେ ଥିବା ୱାଟ୍‌କୋ ଚୁପ୍‌ ବସିଛି। ଫଳରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦୋକାନରୁ ପାଣିବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ଟ୍ୟାପ୍‌ରୁ ବାହାରୁଥିବା ଗୋଳିଆ ପାଣି ପିଇ ଲୋକେ ଅସୁସ୍ଥ ହେଉଥବବା ଶୁଣିବାକୁ ମିଳୁଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

କଣ୍ଟେନରରେ ଚାଲାଣ ହେଉଥିଲା ୩୭ ମଇଁଷି, ମାଡ଼ି ବସିଲା ପୋଲିସ

ଛତ୍ରପୁର, ୧୫/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅଞ୍ଚଳ ଦେଇ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଚମାଖଣ୍ଡି ପୋଲିସ ଏକ କଣ୍ଟେନରକୁ ପିଛା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?