ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପୁରୀ,୮ା୪(ଅଜିତ୍‌ ମହାନ୍ତି): ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ‘ସୁଜଳ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଯୋଜନା। ପୁରୀ ସହରବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ସହ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ବନ୍ଦ କରାଇବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲା। କିଛି ବର୍ଷ ଧରି ପ୍ରକଳ୍ପ ଠିକ୍‌ ଭାବେ ଚାଲିଲା। ଲୋକେ ଟ୍ୟାପ୍‌ଗୁଡ଼ିକରୁ ବିଶୁଦ୍ଧ ପାଣି ପାଇ ଖୁସିହେଲେ। ହେଲେ ସମ୍ପ୍ରତି ଅନେକ ଟ୍ୟାପ୍‌ ଭାଙ୍ଗିଗଲାଣି। ସେହିପରି କେତେକ ଟ୍ୟାପ୍‌ରୁ ଗୋଳିଆ ପାଣି ବାହାରୁଛି। ଫଳରେ ଏହି ଯୋଜନା ବିଫଳ ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ୨୦୨୧ ଜୁଲାଇ ୨୬ରେ ପୁରୀ ସହରରେ ‘ସୁଜଳ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଯୋଜନାର ଶୁଭାରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ଓଡ଼ିଶା ସରକାର ଶ୍ରୀକ୍ଷେତ୍ରରେ ପ୍ରଥମେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରାୟ ୧୫୯ଟି ଏବଂ ଆଚାର୍ଯ୍ୟ ହରିହର ଛକଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ଅଞ୍ଚଳରେ ପ୍ରାୟ ୫୫ଟି ଟ୍ୟାପ୍‌ ବ୍ୟବସ୍ଥା କରାଯାଇଥିଲା। ପରେ ଅନ୍ୟାନ୍ୟ ସ୍ଥାନରେ ଟ୍ୟାପ୍‌ ବ୍ୟବସ୍ଥା ହୋଇଥିଲା। ପୁରୀବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ବିଶୁଦ୍ଧ ପାଣି ପାଇ ଉପକୃତ ହେଲେ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆଉ ପ୍ଲାଷ୍ଟିକ ପାଣି ବୋତଲର ଆବଶ୍ୟକତା ପଡ଼ିଲା ନାହିଁ। ପୂର୍ବରୁ ସେମାନେ ପ୍ଲାଷ୍ଟିକ ବୋତଲରେ ପାଣି ଆଣୁଥିଲେ। ସେହିପରି ବଜାରରୁ ମଧ୍ୟ ପାଣି ବୋତଲ କିଣୁଥିଲେ। ପାଣି ପିଇ ସାରି ବୋତଲକୁ ଏଣେତେଣେ ଫିଙ୍ଗି ଦେଉଥିଲେ। ଫଳରେ ସହରରେ ପ୍ଲାଷ୍ଟିକ ବର୍ଜ୍ୟ ବଢୁଥିଲା। ଏହି ପ୍ଲାଷ୍ଟିକ ବର୍ଜ୍ୟ ରୋକିବାକୁ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ବ୍ୟବସ୍ଥା ଏକ ଭଲ ପଦକ୍ଷେପ ଥିଲା। ତେବେ ମାତ୍ର ଅଢେଇ ବର୍ଷ ଭିତରେ ଉକ୍ତ ବ୍ୟବସ୍ଥାର ଦୟନୀୟ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ଟ୍ୟାପ୍‌ ଅଚଳ ହୋଇପଡ଼ିଛି ତ ଆଉ କେଉଁଠାରେ ଅପରିଷ୍କାର ପାଣି ବାହାରୁଛି। ସେହିପରି କେତେକ ଟ୍ୟାପ୍‌ରେ ଲୋକେ ଗୋଡ଼ହାତ ଧୋଉଥିବାବେଳେ ଅନ୍ୟ କେଉଁଠି ଯାତ୍ରୀମାନେ ସେମାନଙ୍କ ଲୁଗା ସଫା କରୁଥିବା ଦେଖିବାକୁ ମିଳୁଛି। ସେହିଭଳି ବେଳାଭୂମି ଅଞ୍ଚଳରେ କେଉଁଠି ପାଇପ ଫାଟିଛି ତ ଆଉ କେଉଁଠାରେ ନର୍ଦ୍ଦମା ନିକଟରେ ଟ୍ୟାପ ରହିଛି। ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ପୂତିଗନ୍ଧମୟ ପରିବେଶରେ ପାଣି ପିଇବାକୁ ନାକ ଟେକୁଛନ୍ତି। ଟ୍ୟାପ୍‌ ପ୍ଲାଟଫର୍ମରେ ଶିଉଳି ଲାଗିଲାଣି। ଅନେକ ଟ୍ୟାପ୍‌ ଭାଙ୍ଗିଯାଇଥିବାରୁ ପାଣି ନଷ୍ଟ ହେବାରେ ଲାଗିଛି। ଏସବୁ ଟ୍ୟାପ୍‌ର ପରିଚାଳନା ବ୍ୟବସ୍ଥା ଦାୟିତ୍ୱରେ ଥିବା ୱାଟ୍‌କୋ ଚୁପ୍‌ ବସିଛି। ଫଳରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦୋକାନରୁ ପାଣିବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ଟ୍ୟାପ୍‌ରୁ ବାହାରୁଥିବା ଗୋଳିଆ ପାଣି ପିଇ ଲୋକେ ଅସୁସ୍ଥ ହେଉଥବବା ଶୁଣିବାକୁ ମିଳୁଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri