ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି, ସେଇଠି ବର୍ଷାଜଳ ନିଷ୍କାସନ ପାଇଁ ନାଳରେ ବାଟ ନାହିଁ। ମଇଳା, ଆବର୍ଜନା ତାହା ପୂରି ରହିଛି। ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ନିର୍ମାଣ କାମ ଚାଲୁଛି। ବର୍ଷାଧିକ ସମୟରୁ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସରିନାହିଁ। ଫଳରେ ବର୍ଷା ହେଲେ ସହର ଅବସ୍ଥା ବେହାଲ୍‌ ହୋଇ ପଡୁଛି। ସହରସ୍ଥିତ ଗଳିକନ୍ଦି ରାସ୍ତାରେ ବନ୍ୟାଭଳି ବର୍ଷାଜଳ ପ୍ରବାହିତ ହେଉଛି। ବିଭିନ୍ନ ୱାର୍ଡର ଘର ଭିତରକୁ ମଧ୍ୟ ମଇଳା, ଆବର୍ଜନା ସହିତ ବର୍ଷାଜଳ ପଶୁଛି। କେବଳ ସେତିକି ନୁହେଁ, ବର୍ଷା ହେଲେ ସରକାରୀ ବସଷ୍ଟାଣ୍ଡ, ସମଗ୍ର ଶିକ୍ଷା କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱସ୍ଥ ରାସ୍ତାରେ ମଧ୍ୟ ବର୍ଷାଜଳ ଲହଡ଼ି ମାରୁଛି। ତେବେ ସେଠାରେ ବର୍ଷାଜଳ ଦିନେ କି ଦୁଇଦିନ ନୁହେଁ, ଦୀର୍ଘଦିନ ଧରି ଜମି ରହୁଥିବାରୁ ଲୋକଙ୍କୁ ନାହିଁ ନ ଥିବା ହଟହଟାର ସମ୍ମୁଖୀନ ହେବାକୁ ପଡୁଛି।
ସେହିପରି ସହରର ରାସ୍ତାପାର୍ଶ୍ୱ, ପରିବା ବଜାର ଆଦି ସ୍ଥାନରେ ମଧ୍ୟ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଫଳରେ ଉଠାଦୋକାନୀ, ପରିବା ବିକାଳିଙ୍କୁ ନାହିଁ ନ ଥିବା ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ସହରରେ ଏହା ନୂଆଁ ସମସ୍ୟା ନୁହେଁ, ପ୍ରତିବର୍ଷ ବର୍ଷାଦିନେ ଏଭଳି ସମସ୍ୟା ଲାଗି ରହୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ହୋଇ ପାରି ନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୋମବାର ଅପରାହ୍ନରେ ହୋଇଥିବା ବର୍ଷାରେ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଥିଲା। ଏପରି କି ବରଗଡ଼-ଭେଡ଼େନ ରାସ୍ତାର ଆନନ୍ଦ ମଣ୍ଡପ ପାଖରେ ରହିଥିବା ଏକ ବ୍ରିଜ ଉପରେ ବନ୍ୟା ଭଳି ବର୍ଷାଜଳ ପ୍ରବାହିତ ହୋଇ ନିକଟସ୍ଥ କେନାଲକୁ ଯାଇଥିଲା।

ସେହିପରି ତୋରା ରେଲୱେ ଅଣ୍ଡରପାସ୍‌ରେ ନଦୀଭଳି ପାଣି ଜମି ରହିବାରୁ ଦୀର୍ଘ ସମୟ ଧରି ସେହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା। ଅନ୍ୟପଟେ ବକ୍ସ କଣ୍ଡୁଇଟ୍‌(କେନାଲ ସୌନ୍ଦର୍ଯ୍ୟକରଣ) କାମ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ଯୋଗୁ ବରଗଡ଼-କେନାଲର ଉଭୟ ପାର୍ଶ୍ୱ ମଧ୍ୟ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ନିକଟରେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବାଲିବସ୍ତା ପ୍ୟାଚଅପ୍‌ ମରାଯାଇଛି, ମାତ୍ର ଯେଭଳି ବର୍ଷା ବଢ଼ି ଚାଲିଛି, କେନାଲର ସୁରକ୍ଷା ନେଇ ବିପଦ ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri