Posted inଅପରାଧ

ଯୌତୁକରେ ଏସ୍‌ୟୁଭି କାର୍‌ ନ ମିଳିବାରୁ ସ୍ତ୍ରୀକୁ ଘରୁ ତଡ଼ିଦେଲେ ଲୋକ ପାଇଲଟ୍‌ ସ୍ବାମୀ

ଭୋଜପୁର, ୫।୮: ଯୌତୁକରେ ମିଳିଲାନି ବିଳାସମୟ ଏସ୍‌ୟୁଭି କାର। ଶେଷରେ ଘରୁ ନବବିବାହିତ ସ୍ତ୍ରୀକୁ ତଡ଼ିଦେଲେ ଇଣ୍ଡିଆନ୍‌ ରେଲ୍‌ଓ୍ବେରେ ଲୋକ ପାଇଲଟ୍‌ ଥିବା ସ୍ବାମୀ। ଏଭଳି ଏକ ଲଜ୍ଜାଜନକ ଘଟଣା ବିହାରର ଭୋଜପୁରୀ ଜିଲାର ଆରା ସହରରୁ ସାମ୍ନାକୁ ଆସିଛି। ଘଟଣାରୁ ଜଣାପଡ଼ିଛି ଯେ, ବଶିଷ୍ଠ ନଗର ନିବାସୀ ଅବସରପ୍ରାପ୍ତ ଶିକ୍ଷକ ବେଦନାଥ ଶର୍ମାଙ୍କ ଝିଅ ଶୋଭାର ବିବାହ ଗତବର୍ଷ ଜୁନରେ ପିରୋଥାନା ଦୋମନ ଦିହାରର ବିକାଶ ଗୌରବଙ୍କ ସହ ହୋଇଥିଲା। ବିକାଶ ଇଣ୍ଡିଆନ ରେଲ୍‌ଓ୍ବେରେ ଲୋକ ପାଇଲଟ୍‌ ଭାବେ ଗୁଜରାତର ସାବରମତୀରେ ପୋଷ୍ଟିଂ ପାଇଥିଲେ। ଝିଅର ବିବାହରେ ବେଦନାଥ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ବାହାଘର ଦିନ ବରଘର ପକ୍ଷରୁ ଯୌତୁକ ବାବଦକୁ ଏସ୍‌ୟୁଭି କାର୍‌ ଦାବି କରିଥିଲେ। ଏହାକୁ ନେଇ କନ୍ୟାଘର ପକ୍ଷ ହରଡ଼ଘଣାରେ ପଡ଼ି ଯାଇଥିଲେ। ତେବେ କୌଣସିମତେ ବରଘର ଲୋକଙ୍କୁ ବୁଝାଇ କନ୍ୟାକୁ ବିଦାୟ ଦେଇଥିଲେ ବେଦନାଥ ଓ ତାଙ୍କ ପରିଜନ। କିନ୍ତୁ ଶଶୁର ଘର ପହଞ୍ଚତ୍ବା ପରେ କାର୍‌କୁ ନେଇ ଶୋଭାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା। ବିକାଶଙ୍କ ସମେତ ତାଙ୍କ ମା’, ମାମୁଁ, ଭାଇ ମିଶି ତାଙ୍କୁ କାର୍‌ ପାଇଁ ଚାପ ପ୍ରୟୋଗ କରିବା ସହିତ ଧମକ, ଗାଳି ଗୁଲଜ କରିଥିଲେ। ଏପରିକି ମାଡ଼ ମାରିବା ପର୍ଯ୍ୟନ୍ତ କଥା ଯାଇଥିଲା। ଗତ ଲକ୍‌ ଡାଉନ ପ୍ରାରମ୍ଭରେ ବିକାଶ ବେଲ୍ଟରେ ଶୋଭାଙ୍କ ତଣ୍ଟିକୁ ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଶେଷରେ କାର୍‌ ପାଇଁ ଶୋଭାଙ୍କୁ ଘରୁ ତଡ଼ି ଦେଇଥିଲେ ସ୍ବାମୀ। ଶୋଭାଙ୍କ ପରିବାର ପକ୍ଷରୁ ସମାଧାନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଶୋଭା ଶେଷରେ ଥାନାରେ ସ୍ବାମୀ ଓ ଶଶୁର ଘର ଲୋକଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। କିନ୍ତୁ ଏଫ୍‌ଆଇଆର୍‌ ରୁଜୁ ହେବାର ୩ ସପ୍ତାହ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣା: ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣାରେ ଶନିବାର ପୋଲିସ ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ...

ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି।...

କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ

ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ...

କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଗିରଫ ହେଲେ ପ୍ରେମିକ

ବାଲିଗୁଡ଼ା,୧୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କାମଧନ୍ଦା ପାଇଁ କେରଳ ଚାଲିଯାଇଥିଲେ। ସେଠାରେ...

ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର

ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍‌...

ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚୋରାଚାଲାଣ

କୋରାପୁଟ,୫ା୪(ଅମିତାଭ ବେହେରା): ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଛି ପୋଲିସ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପାଡୁଆ ବାଞ୍ଜଲାପୁଟରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri