ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.)- ଭଞ୍ଜନଗର,୫।୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌ ରହିବ। ରାଜ୍ୟ ସରକାର ଏବଂ କଳିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍ସ)ର ମିଳିତ ସହଯୋଗରେ ଏହା ହେବ। ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ଏମ୍‌ପି ତଥା କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସମେତ କିମ୍ସର ବିଶେଷଜ୍ଞ ଟିମ୍‌ ବୁଧବାର ପ୍ରସ୍ତାବିତ କୋଭିଡ୍‌ ହସ୍‌ପିଟାଲ ଭିତ୍ତିଭୂମି ଦେଖିବା ପାଇଁ କେଏସ୍‌ୟୂବି କଲେଜରେ ପହଞ୍ଚତ୍ଥିଲେ। ଏହା କୋଭିଡ୍‌ ହସ୍‌ପିଟାଲ ପାଇଁ ଉପଯୁକ୍ତ ସ୍ଥାନ ହେବ ବୋଲି ମନ୍ତ୍ରୀ ଆରୁଖ କହିଥିଲେ। ଟିମ୍‌ ଗସ୍ତ ସମୟରେ ସ୍ବତନ୍ତ୍ର ଏଡିଏମ୍‌ ବିଶାଲ ସିଂ, ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନିଲ କୁମାର ସେଠୀ, ମେଡିକାଲ ଅଧିକ୍ଷକ ଡ. ସୀତାଶୁଂ ଶତପଥୀ, କେଏସ୍‌ୟୂବି କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି, ବ୍ଲକ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ଏନ୍‌ଏସି ଯନ୍ତ୍ରୀ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୧୩ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ, ଜାରି ହେଲା ନିର୍ବାଚନୀ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ସହ କିଛି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ...

ଷ୍ଟାମ୍ପ କାଳିରୁ ସଂକ୍ରମଣ

ଢେଙ୍କାନାଳ ଅଫିସ, ୬ା୮ ବିମାନ ବନ୍ଦରର ଷ୍ଟାମ୍ପ କାଳି ପାଇଁ ହାତରେ ସୃଷ୍ଟି ହୋଇଛି ଗୁରୁତର ସଂକ୍ରମଣ। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ କାଲ୍‌ଟ୍ୟାକ୍ସ ଅଞ୍ଚଳର...

ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ଶାଶୁ

କଟକ ଅଫିସ, ୬।୧୧: ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି।...

ପୁରୀ ଜିଲାର ୩ ବୁଥ୍‌ରେ ଆଜି ସାନି ମତଦାନ

ପୁରୀ ଅଫିସ,୧୯ା୫: ପୁରୀ ଜିଲାର ୩ଟି ବୁଥ୍‌ରେ ରବିବାର ସାନି ମତଦାନ ଅନୁଷ୍ଠିତ ହେବ। ଏହି ବୁଥ୍‌ଗୁଡ଼ିକ ହେଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୨୨୨ନଂ. କମାଶାସନ ପ୍ରୋଜେକ୍ଟ...

ବ୍ରାଉନସୁଗାର କାରବାରରେ ମହିଳା

ପୁରୀ ଅଫିସ, ୧୧। ୧୦: ପୁରୀ ସହରରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଗତ କିଛିଦିନ ହେବ ବ୍ରାଉନସୁଗାର କାରବାର ବଢିଛି।...

ନ୍ୟାୟ ପାଇଁ ପୀଡ଼ିତା ହାଇକୋର୍ଟଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର,୨୯।୨ (ବ୍ୟୁରୋ): ଜଣେ ଶିକ୍ଷକଙ୍କୁ କେତେକ ଲୋକ ଲଣ୍ଡା କରିବା ସହ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଲେ। ଏପରି କି ଏହାର ଭିଡିଓ...

ଯୁବ କଂଗ୍ରେସ ପକ୍ଷରୁ ଗାନ୍ଧୀଙ୍କ ତିରୋଧାନ ଦିବସ

ଫୁଲବାଣୀ ଅଫିସ, ୩୦ା୧-କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଫୁଲବାଣୀରେ ଗୁରୁବାର ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଗାନ୍ଧି ଛକରେ ଥିବା...

ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର

ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ...

Advertisement
Archives

Model This Week