ସେବା ମନୋଭାବ ନେଇ ସନ୍ଦେହ

ଜରୁରୀ ସ୍ଥିତିରେ ସହାୟକ ହେବ ପୋଲିସ। ୧୧୨କୁ ଡାଏଲ କଲେ ତୁରନ୍ତ ପହଞ୍ଚିବ ପିସିଆର୍‌। ଏହି ଉଦ୍ଦେଶ୍ୟରେ ଥାନାକୁ ଯୋଗାଇ ଦିଆଯାଇଛି ପାଟ୍ରୋଲିଂ ଭ୍ୟାନ। ହେଲେ ଦେଢ଼ମାସ ହେଲା ଅନୁଗୋଳ ଥାନାର ଏହି ଜରୁରିକାଳୀନ ଗାଡ଼ି ଅଚଳ ହୋଇ ପଡ଼ିଛି। ଏପରି କି ଜିଲା ପୋଲିସର ଏପରି ୫ଟି ଗାଡ଼ି ମରାମତି ଅପେକ୍ଷାରେ ରହିଛି। ଢିଲା ଆଇନଶୃଙ୍ଖଳା ନେଇ ଅନୁଗୋଳରେ ଅସନ୍ତୋଷ ବଢ଼ୁଥିବା ବେଳେ ପିସିଆର୍‌ ଭ୍ୟାନ ମରାମତିରେ ଏପରି ହେଳା ଜିଲା ପୋଲିସର ସେବା ମନୋଭାବକୁ ସନ୍ଦେହରେ ପକାଇଛି।
ଅନୁଗୋଳ ଅଫିସ, ୧୧।୬: ଅନୁଗୋଳ ଥାନା ସମେତ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଲୁଟ୍‌, ଛିନତାଇ, ଚୋରି ଘଟଣା ବଢ଼ୁଥିବା ବେଳେ ଏରାଗୋଲା ଗ୍ୟାଙ୍ଗ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପାଟ୍ରୋଲିଂ, ଯାଞ୍ଚ ଅଭାବରୁ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଉଛି। ଟ୍ରାଫିକ ସମସ୍ୟା ମଧ୍ୟ ନିୟନ୍ତ୍ରଣରେ ନାହିଁ। ଏପରି ସ୍ଥିତିରେ ପାଟ୍ରୋଲିଂ ଭ୍ୟାନର ଗୁରୁତ୍ୱ ଯଥେଷ୍ଟ ଅଧିକ। ହେଲେ ଅନୁଗୋଳ ଥାନାର ଗୋଟିଏ ଗାଡ଼ି କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଛେଣ୍ଡିପଦା ଥାନାର ଗୋଟିଏ, ରିଜର୍ଭ ପୋଲିସର ୨ଟି ଭ୍ୟାନ ସହ ଗୋଟିଏ ବସ୍‌ ଅଚଳ ହୋଇପଡ଼ିଛି। ଏହାର ମରାମତି ପାଇଁ ଜିଲା ପୋଲିସ ମୁଖ୍ୟଙ୍କ ଅନୁମୋଦନର ଆବଶ୍ୟକତା ଥିବାରୁ ୮ ଦିନ ହେଲା ଗାଡ଼ିଗୁଡ଼ିକ ମୁଖ୍ୟାଳୟରେ ରହିଛି। ଏହାକୁ କେବେ ଅନୁମତି ମିଳିବ ଓ ସଚଳ ଅବସ୍ଥାକୁ ଅଣାଯିବ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସହରବାସୀଙ୍କ କହିବା ଅନୁଯାୟୀ, ଭାରତୀୟ ଷ୍ଟେଟ ବ୍ୟାଙ୍କର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ଅନୁଗୋଳ ଥାନାକୁ ଏକ ପିସିଆର୍‌ ଭ୍ୟାନ (ନଂ. ଓଡି୧୯ଏସ୍‌-୯୬୦୬) ଯୋଗାଇ ଦିଆଯାଇଥିଲା। କିନ୍ତୁ ଦେଢ଼ମାସ ହେଲା ଉକ୍ତ ଗାଡ଼ିଟି ଅଚଳ ହୋଇ ପଡ଼ିରହିଛି। ଗାଡ଼ିର ଚକ ଓ ବ୍ରେକ୍‌ ବଦଳାଯିବାର ଆବଶ୍ୟକତା ଥିଲେ ମଧ୍ୟ ଏଯାଏ ତାହା କରାଯାଇ ପାରୁନାହିଁ। ଫଳରେ ଅନୁଗୋଳ ପୋଲିସ ଗାଡ଼ି ଅଭାବରୁ ଥାନାରେ ଥିବା ଅତି ପୁରୁଣା ଗାଡ଼ି ବ୍ୟବହାର କରିବାକୁ ବାଧ୍ୟ ହେଉଛି। ସହର ସହ ଉପକଣ୍ଠ ଅଞ୍ଚଳରେ ଦିନକୁ ଦିନ ଯେପରି ଲୁଟ୍‌, ଚୋରି, ନିଶା ବ୍ୟବସାୟ ବଢ଼ିଚାଲିଛି ତାହାର ମୁକାବିଲା କରିବାକୁ ପୋଲିସ ଏପରି ଅବସ୍ଥାରେ କିପରି ସକ୍ଷମ ହେବ ତାହା ଆଲୋଚନାର ବିଷୟ ହୋଇଛି। କେବଳ ଅନୁଗୋଳ ପୋଲିସ ନୁହେଁ, ଜିଲାର ବିଭିନ୍ନ ଥାନାରେ ଏଭଳି ସମସ୍ୟା ରହିଛି। କେତେକ ଥାନାକୁ ତ ଏଯାଏ ଗୋଟିଏ ହେଲେ ଗାଡ଼ି ଯୋଗାଇ ଦିଆଯାଇ ନାହଁ। ଅଭିଯୁକ୍ତଙ୍କୁ ଧରିବାକୁ ହେଉ କିମ୍ବା ତଦନ୍ତ କରିବାକୁ ଯିବା ସମୟରେ ପୋଲିସକୁ ଅନ୍ୟ ଥାନାର ଗାଡ଼ି ଆଣିବାକୁ ପଡ଼ୁଛି। ବେଳେବେଳେ ଭଡ଼ାରେ ଗାଡ଼ି କରି ଯିବାକୁ ହେଉଛି। ନିକଟରେ ଏକ ସାଇବର ଅଭିଯୁକ୍ତଙ୍କୁ ଧରିବାକୁ ଅନୁଗୋଳ ସାଇବର ଥାନାର ୫ ଜଣିଆ ଟିମ୍‌ ଝାଡ଼ଖଣ୍ଡର ଜାମତରା ଯାଇଥିଲା। କିନ୍ତୁ ଗାଡ଼ି ଅଭାବରୁ ଉକ୍ତ ଟିମ୍‌ ଅନୁଗୋଳ ଟାଉନ୍‌ ଥାନାରୁ ଏକ ଗାଡ଼ି ନେଇଥିଲା। ଫଳରେ ସେହି ସମୟରେ ଟାଉନ୍‌ ଥାନା ପୋଲିସ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଛେଣ୍ଡିପଦା ଥାନାରେ ମଧ୍ୟ ସମାନ ଅବସ୍ଥା। ଦୀର୍ଘ ଦିନ ହେବ ଥାନା ଗାଡ଼ି ଅଚଳ ରହିଥିଲେ ବି ମରାମତି ହୋଇପାରି ନାହିଁ। ଜିଲାର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଥିବା ଗାଡ଼ି ମଧ୍ୟରୁ ଗୋଟିଏ କାର୍‌, ଗୋଟିଏ ବୋଲେରୋ ଓ ଏକ ବସ୍‌ ଅଚଳ ଅବସ୍ଥାରେ ରହିଛି। ସାଧାରଣତଃ ପୋଲିସ ଗାଡ଼ି ଖରାପ ହେଲେ କଟକରେ ଥିବା ପୋଲିସ ମୋଟର ପରିବହନକୁ ଅବଗତ କରାଯାଇଥାଏ। ସେଠାରୁ ପାଟର୍‌ସ କିମ୍ବା ଟଙ୍କା ଆସିଲେ ଗାଡ଼ି ମରାମତି କରାଯାଇଥାଏ। କିନ୍ତୁ ଅନୁଗୋଳ ଜିଲା ପୋଲିସର ୫ଟି ଗାଡ଼ି ଅଚଳ ପଡ଼ିଥିଲେ ବି ଏଯାଏ ମରାମତି କରାଯାଉ ନାହିଁ। ଏ ସମ୍ପର୍କରେ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଚଳ ଗାଡ଼ିଗୁଡ଼ିକର ମରାମତି ପାଇଁ ଜିଲା ପୋଲିସ ମୁଖ୍ୟାଳୟରୁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?