ସୀମାନ୍ତକୁ ନଜର ନାହିଁ, ପଶୁଛି ଛତିଶଗଡ଼ ଧାନ: ସବୁଆଡ଼େ ଗଳାବାଟ

ବରଗଡ,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଛି। କିନ୍ତୁ ଆରମ୍ଭରୁ ଧାନ ବିକ୍ରିବଟା ଶୀଥିଳ ହୋଇ ପଡ଼ିଛି। ଜିଲାରେ ଖୋଲିଥିବା ମଣ୍ଡି ଗୁଡ଼ିକୁ ଧାନ ଆସୁଛି। ହେଲେ ମିଲର୍ସମାନେ ନିୟମିତ ଆସୁ ନାହାନ୍ତି। ଫଳରେ ମଣ୍ଡିରେ ସଂଗୃହୀତ ଧାନ ପର୍ଯ୍ୟାପ୍ତଭାବେ କିଣାଯାଇ ପାରୁ ନାହିଁ କିମ୍ବା ତାର ଉଠାଣ ମଧ୍ୟ ହେଉ ନାହିଁ। ଏଭଳି ସ୍ଥିତିରେ ମଣ୍ଡି ଗୁଡ଼ିକରେ ବିକ୍ରି ଅପେକ୍ଷାରେ ରହିଥିବା ଧାନ ପରିମାଣ ଦିନକୁ ଦିନ ଯଥେଷ୍ଟ ମାତ୍ରାରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲୁ ନଥିବାରୁ ସେଠାକାର ଧାନ ବେପାରୀ ଜରିଆରେ ବରଗଡ଼ ଜିଲାକୁ ପଶିବା ଏବଂ କେତେକ ନିର୍ଦ୍ଦିଷ୍ଟ ଜାଗା ତଥା ମିଲ୍‌ରେ ରଖାଯିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଇତିମଧ୍ୟରେ ଏଭଳି ଅଭିଯୋଗ ପାଇବା ପରେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଏବଂ ବରଗଡ଼ ଉପଖଣ୍ଡ ବରପାଲିରେ ଧାନ ବୋଝେଇ ଟ୍ରକକୁ ଯୋଗାଣ ବିଭାଗ ଜବତ କରିଛି। ତେବେ ଆଗକୁ ଆଉ କାର୍ଯ୍ୟାନୁଷ୍ଠାନ ବଢ଼ି ନାହିଁ ଅର୍ଥାତ୍‌ କେବଳ ଜବତରେ ହିଁ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଇଛି। ଏ ନେଇ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେହି ଧାନ ବୋଝେଇ ଟ୍ରକ୍‌କୁ ଜବତ କରଯାଇ ତଦନ୍ତ ଚାଲିଥିବା କହିଥିଲେ।
ତେବେ କେବଳ ସେହି ଟ୍ରକ୍‌ ଗୁଡ଼ିକରେ ଛତିଶଗଡ଼ରୁ ଧାନ ଆସି ବରଗଡ଼କୁ ପଶିଛି, ତାହା ନୁହେଁ। ନିୟମିତ ରାତାରାତି ଅନେକ ଗାଡ଼ିରେ ଛତିଶଗଡ଼ରୁ ଅନୁରୂପଭାବେ ବରଗଡ଼କୁ ଧାନ ଆସୁଥିବା ଅଭିଯୋଗ ହୋଇଛି। ବରଗଡ଼-ଛତିଶଗଡ଼ ସୀମାନ୍ତରେ ରହିଥିବା ବିଭିନ୍ନ ଗଳାବାଟ ଦେଇ ସେହି ଧାନ ବେପାରୀ ମାଧ୍ୟମରେ ଜିଲାକୁ ପ୍ରବେଶ କରୁଛି। ଛତିଶଗଡ଼ ଧାନ ଯେଭଳି ବରଗଡ଼କୁ ପଶିବ ନାହିଁ, ସେଥିପ୍ରତି ସୀମାବର୍ତ୍ତୀ ପ୍ରବେଶପଥ ଗୁଡ଼ିକ ପ୍ରତି କଡ଼ା ନଜର ରଖିବାକୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଜିଲାପାଳ ଆଦିତ୍ୟ ଗୋୟଲ ନିର୍ଦ୍ଦେଶ ଦେଇଥିଲେ। ଉପସ୍ଥିତ ବିଧାୟିକା, ବିଧାୟକମାନେ ମଧ୍ୟ ସେହି ପ୍ରସଙ୍ଗକୁ ବୈଠକରେ ଉପସ୍ଥାପନ କରିଥିଲେ। ତେବେ ସେଭଳି ଧାନ ଚାଲାଣ ରୋକିବା ପାଇଁ ଏନ୍‌ଫୋର୍ସମେଣ୍ଟ ତଥା ସ୍ପେଶାଲ ଟିମ୍‌ ଗଠନ କରାଯାଇଥିବା ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା। ମାତ୍ର ଏହି ଟିମ୍‌ ଏପର୍ଯ୍ୟନ୍ତ ସେଭଳି କ୍ଷେତ୍ରରେ ଆଶାନୁରୂପ ପଦକ୍ଷେପ ନେଉଥିବା ପରିଲକ୍ଷିତ ହେଉ ନାହିଁ। ସ୍ଥାନୀୟ ଲୋକେ ସୂଚନା ଦେଲେ ଯାଇ ବିଭାଗୀୟ କର୍ମଚାରୀମାନେ ପହଞ୍ଚି ସେଭଳି ଧାନ ବୋଝେଇ ଟ୍ରକ୍‌କୁ ଜବତ କରୁଥିବାବେଳେ ବିଭିନ୍ନ ସମୟରେ ଏଭଳି ଧାନ ବୋଝେଇ ଟ୍ରକ୍‌ ଛତିଶଗଡ଼ ପଟୁ ଆସି ବରଗଡ଼କୁ ପଶୁଥିଲେ ମଧ୍ୟ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ସାଧାରଣରେ ଆଲୋଚନା ହେଉଛି। ସେହିପରି ଏନ୍‌ଫୋର୍ସମେଣ୍ଟ ଟିମ୍‌ ମୁଖ୍ୟରାସ୍ତାରେ ବେଳେବେଳେ ପଇଁତରା ମାରୁଛି। କିନ୍ତୁ ଗଳାବାଟ ଦେଇ ଛତିଶଗଡ଼ ଧାନ ବରଗଡ଼କୁ ପଶୁଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ଛତିଶଗଡ଼ରୁ ବରଗଡ଼କୁ ସେଭଳି ଧାନ ଆସିବା ପାଇଁ ଅନେକ ଗଳାବାଟ ରହିଛି। ବରଗଡ଼ ଜିଲା ସୋହେଲା, ଅମ୍ବାଭୋନା, ପଦ୍ମପୁର, ପାଇକମାଳ, ଝାରବନ୍ଧ ବ୍ଲକ ଦେଇ ଛତିଶଗଡ଼କୁ ମୁଖ୍ୟରାସ୍ତା ଗୁଡ଼ିକ ସଂଯୋଗ କରୁଛି। ସେଠାକୁ ସଂଯୋଗ କରୁଥିବା ଅନେକ ଗଳାବାଟ ଦେଇ ଜିଲାକୁ ଧାନ ଆସୁଥିବା ଅଭିଯୋଗ ହେଉଛି। ଛତିଶଗଡ଼ ରାଜ୍ୟର ନୂଆପଡ଼ା, କଞ୍ଚନପୁର, ବୋରିଦା ଖଏରଗଡ଼ି, ମାନିଅମୁରା, କେନ୍ଦାଢ଼ିପା, ରିଷିଡ଼ାରୁ ଯଥାକ୍ରମେ ବରଗଡ଼ ଜିଲା ଅମ୍ବଭୋନା ବ୍ଲକ ଅନ୍ତର୍ଗତ ବଡ଼ଧରା, ରୁଚିଦା, ଗଣ୍ଠିଆପାଲି, ବେହେରାପାଲି, ବିଲେଇଗଡ଼ି, ସାନ ସରେଇପାଲି, କୁମ୍ଭୋକୁ ରାସ୍ତା ସଂଯୋଗ ହୋଇଛି। ଏହି ରାସ୍ତା ଗୁଡ଼ିକ ମଧ୍ୟରୁ ନୂଆପଡ଼ା-ବଡ଼ଧରା, କଞ୍ଚନପୁର-ରୁଚିଦା, ବୋରିଦା-ଗଣ୍ଠିଆପାଲି ରାସ୍ତା ଦେଇ ମୁଖ୍ୟତଃ ଯାତ୍ରୀବାହୀ ବସ୍‌ ଏବଂ ଅନ୍ୟ ଯାନବାହନ ନିୟମିତ ଯାତାୟାତ କରିଥାଏ। ତେବେ ଛତିଶଗଡ଼ରୁ ଧାନ ଚାଲାଣ ପାଇଁ ବେପାରୀମାନେ ଏହି ରାସ୍ତା ବ୍ୟବହାର କରୁଥିଲେ ସୁଦ୍ଧା ଚଢ଼ାଉ ଭୟରେ ଖଏରଗଡ଼ି-ବେହେରାପାଲି, ମାନିଅମୁରା-ବିଲେଇଗଡ଼ି, କେନ୍ଦାଢ଼ିପା-ସାନ ସରେଇପାଲି, ରିଷିଡ଼ା ଭଳି ଗଳାବାଟରେ ଅନାୟାସରେ ବରଗଡ଼ ଜିଲାକୁ ଧାନ ଆଣୁଥିବା ଅଭିଯୋଗ ହୋଇଛି। ଭଟଲି ବ୍ଲକର କାଶିପାଲି ଦେଇ ବରଡ଼ୋଲକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଛତିଶଗଡ଼ ରାଜ୍ୟର ଧାନ ବୋଝେଇ ଟ୍ରକ୍‌ ଗୁଡ଼ିକ ଆସୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଅନୁରୂପଭାବେ ସୋହେଲା ବ୍ଲକର କରଣ୍ଡୋଲା ପଞ୍ଚାୟତ ଦାମପାଲି, କାଶିପାଲି-କୁଦୋପାଲି, ଗ୍ରୀଞ୍ଜେଲ-ବୁଡ଼ାମାଳ ସମେତ ଝାରବନ୍ଧ, ପଦ୍ମପୁର, ପାଇକମାଳ ବ୍ଲକରେ ରହିଥିବା ଅନେକ ଗଳାବାଟ ଦେଇ ନିୟମିତ ଛତିଶଗଡ଼ରୁ ଧାନ ବରଗଡ଼ ଜିଲାକୁ ପଶୁଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେବା ଏବଂ ଲୋକଙ୍କଠାରୁ ସୂଚନା ପାଇଲେ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ନିଆଯିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?