ଶସ୍ତା ସାମଗ୍ରୀ ଆଳରେ କରୋନା କିଣନ୍ତୁ ନାହିଁ: ବିଏମ୍‌ସି କମିଶନର

ଭୁବନେଶ୍ୱର,୧ା୮(ବ୍ୟୁରୋ)-ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ। ବର୍ତ୍ତମାନ ସମୟରେ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ରହିବା ଭଲ। ଘରୁ ବାହାରକୁ ଗଲା ପରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ, ସାମାଜିକ ଦୂରତା ନିୟମ ପାଳନ କରନ୍ତୁ। ଟଙ୍କା ବଞ୍ଚାଇବା ଆଳରେ ୧୦ ଦୋକାନକୁ ନ ଯାଇ ଗୋଟିଏ ଦୋକାନରୁ ସମସ୍ତ ସମାଗ୍ରୀ କିଣିବାକୁ ଚେଷ୍ଟା କରନ୍ତୁ। ଶସ୍ତାରେ ସାମଗ୍ରୀ କିଣିବା ଆଳରେ କରୋନା କିଣି ଘରକୁ ଆଣନ୍ତୁ ନାହିଁ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଶନିବାର ହୋଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇ ଚୌଧୁରୀ କହିଛନ୍ତି, ମାର୍କେଟରେ ବ୍ୟବସାୟୀମାନେ ଯଥା ସମ୍ଭବ ସମସ୍ତ ନିୟମ ମାନିବାକୁ ସହମତି ପ୍ରକାଶ କରିଛନ୍ତି। ଶନିବାର ପୂର୍ବାହ୍ନରେ ବିଏମ୍‌ସି ସହ ସମସ୍ତ ହାଟ ବଜାର ସଂଘର ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା ହୋଇଛି। ଯଦି ବ୍ୟବସାୟୀଙ୍କ  ସହ ଗ୍ରାହକମାନେ ମଧ୍ୟ କଡ଼ାକଡ଼ି ଭାବେ କୋଭିଡ୍‌ ଗାଇଡଲାଇନ ପାଳନ କରିବେ ତାହେଲେ ଆମେ ସଫଳତାର ସହ କରୋନା ମୁକାବିଲା କରିବାରେ ସଫଳ ହେବା। ଦିନକୁ ଯଦି ଆମେ ୩ରୁ ୪ ଦିନ ପାଇଁ ପରିବା କିଣିବା ତାହେଲେ ମାର୍କେଟ ଭିଡ ହେବ ନାହିଁ। ସେହିଭଳି ଅନେକ ଜିନିଷ ଅନଲାଇନରେ ଅର୍ଡର ମଧ୍ୟ କରାଯାଇ ମାର୍କେଟରେ ଭିଡ କମ୍‌ କରାଯାଇପାରିବ। କରୋନା କାଳରେ ଅନଲାଇନ ପେମେଣ୍ଟ, ସପିଂ କରି ଲୋକେ ଆମକୁ ସାହାଯ୍ୟ କରିପାରିବେ। ତେଣୁ ଅନ୍‌ଲାଇନ୍‌ରେ କାରବାର କରନ୍ତୁ, ନଗଦ କାରବାର ଛାଡ଼ନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଛୁଇଁଲା

ଭୁବନେଶ୍ୱର,୨୩।୪(ବ୍ୟୁରୋ) – ରାଜ୍ୟରେ ପୁଣି ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଁଚିଛି। ଏ ସମ୍ପର୍କରେ ଗୁରୁବାର ରାଜ୍ୟ...

ପୁରୀ ଜିଲା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ସିଧାସଳଖ…

ପୁରୀ ଅଫିସ,୩।୧୧: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ବୁଧବାର...

ପୋଖରୀରେ ପଡ଼ିଥିଲା ବିଷ

ଭୁବନେଶ୍ୱର, ୧୧।୩(ବ୍ୟୁରୋ):ବରଗଡ଼ ବନଖଣ୍ଡ ଅଧୀନ ଭଟଲି ରେଞ୍ଜ ଅନ୍ତର୍ଗତ ଦେଉଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ଅନେକ ମାଛ ମରି କୂଳରେ ଲାଗିଥିଲେ। ଏଥିସହ...

ଆଜି ରାଜ୍ୟରେ ଟିକା ନେଲେ ୮୪,୦୯୯ ଜଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ଗୁରୁବାର ରାଜ୍ୟରେ କୋଭିଡ ଯୋଦ୍ଧା, ସ୍ବାସ୍ଥ୍ୟସେବା ହିତାଧିକାରୀ ଏବଂ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୮୪୦୯୯ ଜଣଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଛି। ଏନେଇ...

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି। www.ojee.nic.in...

ଝାରସୁଗୁଡ଼ାରେ ଭାଜପା-ବିଜେଡି ମୁହାଁମୁହିଁ: ଉଭୟ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଗିରଫ

ଝାରସୁଗୁଡା ଅଫିସ,୨୪।୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରବିବାର ଭାଜପା-ବିଜେଡି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି...

ନ୍ୟାୟ ନ ପାଇ ମହିଳା ନିରାଶ :ଜିଲାପାଳଙ୍କ ଗାଡ଼ି ଆଗରେ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର,୨୨।୧୦(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଅଭିଯୋଗ ଶୁଣିଥିଲେ। ୩୫୪ଟି...

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ!

ଭୁବନେଶ୍ୱର,୪।୭(ବ୍ୟୁରୋ): ଯୁକ୍ତ ଦୁଇ ପରୀକ୍ଷା ଫଳ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ...

Advertisement
Archives

Model This Week