Posted inଜାତୀୟ

ବଢୁଛି ଘରୋଇ ହିଂସା ମାମଲା: ଦିଲ୍ଲୀ ମହିଳା ହେଲ୍ପ ଲାଇନକୁ ୭ ବର୍ଷରେ ୪୦ ଲକ୍ଷରୁ ଅଧିକ କଲ…

ନୂଆଦିଲ୍ଲୀ,୧୨।୮ : ୧୮୧ ମହିଳା ହେଲ୍ପ ଲାଇନ ହେଉଛି ଏକ ୨୪ ଘଣ୍ଟିଆ, ଟୋଲ ଫ୍ରି ଫୋନ ନମ୍ବର ଯାହାକି ଦିଲ୍ଲୀ ମହିଳା ଆୟୋଗ ଦ୍ୱାରା ପରିଚାଳିତ ଏବଂ ସଙ୍କଟ ସମୟରେ ଏହା ମହିଳାମାନଙ୍କୁ ତୁରନ୍ତ ସହାୟତା ଯୋଗାଇଥାଏ। ଏହା ପରାମର୍ଶଦାତା, ସୁପରଭାଇଜର ଏବଂ ବିଶେଷଜ୍ଞମାନଙ୍କର ଏକ ନେଟୱାର୍କ ମାଧ୍ୟମରେ କାର୍ଯ୍ୟ କରେ। ଏହି ହେଲ୍ପଲାଇନ ସରକାରୀ ଛୁଟି ବିନା ଏବଂ ପର୍ବ ସମୟରେ ସଜାଗ ରହି ବର୍ଷସାରା ସପ୍ତାହରେ ୨୪ ଘଣ୍ଟା କାର୍ଯ୍ୟ କରିଥାଏ। ଦିଲ୍ଲୀ ମହିଳା ଆୟୋଗ ଅଧୀନରେ ଥିବା ୧୮୧ ମହିଳା ହେଲ୍ପ ଲାଇନର କାର୍ଯ୍ୟକ୍ଷମତା କେବଳ ମହିଳାମାନଙ୍କୁ ଦିଲ୍ଲୀରେ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ସ୍ବତନ୍ତ୍ର ପରିଚିତି ହାସଲ କରିପାରିଛି।

ହେଲ୍ପ ଲାଇନ ପରାମର୍ଶଦାତା କଲ ପାଇବା ମାତ୍ରେ କାଉନସେଲିଂ ଆରମ୍ଭ କରନ୍ତି ଏବଂ କଲ କରୁଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରନ୍ତି। ଯଦି ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ ହୁଏ, ତେବେ ହେଲ୍ପ ଲାଇନ ଦଳ ଏହି ଅଭିଯୋଗଗୁଡ଼ିକୁ ଆୟୋଗର ମୋବାଇଲ ହେଲ୍ପ ଲାଇନ ପ୍ରୋଗ୍ରାମକୁ ପଠାଇଥାଏ, ଯାହାକି ଘଟଣାସ୍ଥଳରେ ପହଞ୍ଚିବା ଏବଂ ପୀଡିତାଙ୍କୁ ସାହାଯ୍ୟ କରିବା ପାଇଁ ଏକ ପରାମର୍ଶଦାତା ଦଳ ପଠାଇଥାଏ। ଯଦି ଅଭିଯୋଗକାରଣୀ ପୋଲିସର ସହାୟତା କିମ୍ବା ଆମ୍ବୁଲାନ୍ସ ଆବଶ୍ୟକ କରନ୍ତି, ତେବେ କଲ କାଉନସେଲର ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦିଅନ୍ତି ଏବଂ ତାଙ୍କ ପାଇଁ ପିସିଆର ଭ୍ୟାନ ବ୍ୟବସ୍ଥା କରନ୍ତି କିମ୍ବା ଆବଶ୍ୟକ ସ୍ଥଳେ ପୀଡିତାଙ୍କ ଲାଗି ଆମ୍ବୁଲାନ୍ସ ସେବା ପଠାନ୍ତି।
୭ ବର୍ଷରେ ଦିଲ୍ଲୀ ମହିଳା ହେଲ୍ପ ଲାଇନକୁ ୪୦ ଲକ୍ଷରୁ ଅଧିକ କଲ ଘରୋଇ ହିଂସା ନେଇ କରାଯାଇଛି। ଏଥିରୁ ବଢୁଛି ଘରୋଇ ହିଂସା ମାମଲା ବୃଦ୍ଧି ପାଉଥିବା ଜଣାପଡ଼ିଛି।
ଦିଲ୍ଲୀ ମହିଳା ଆୟୋଗ ଗତ ଏକ ବର୍ଷ ମଧ୍ୟରେ (ଜୁଲାଇ ୨୦୨୨-ଜୁନ ୨୦୨୩) ୬,୩୦,୨୮୮ କଲ ଗ୍ରହଣ କରିଛନ୍ତି। ଯାହା ମାଧ୍ୟମରେ ଆୟୋଗର ୧୮୧ ହେଲ୍ପ ଲାଇନରେ ୯୨.୦୦୪ ମାମଲା ପଞ୍ଜିକୃତ ହୋଇଛି। ଆୟୋଗ ଅନ୍ୟ ରାଜ୍ୟରୁ ୧୧ ହଜାରରୁ ରୁ ଅଧିକ ମାମଲା ମଧ୍ୟ ଗ୍ରହଣ କରିଥିବା ଦିଲ୍ଲର ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲଭାଲ ସୂଚନା ପ୍ରଦାନ କରିଛନ୍ତି।
କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri