Posted inଫୁରସତ

ଅଜବ ସ୍କୁଟର: ଦେଖିବାକୁ ଓଲଟା, ଗଡୁଛି ସିଧା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଯୁବକ ଏକ ଅଜବ ସ୍କୁଟର ଚଳାଉଥିବାର ନଜର ଆସିଛନ୍ତି। ସ୍କୁଟରକୁ ଏପରି ରୂପାନ୍ତରିତ କରାଯାଇଛି ଯେ, ଦେଖାଯାଉଛି ଆରୋହୀ ଏହାକୁ ଓଲଟା ଚଢୁଛନ୍ତି। ଏହାର ଡିଜାଇନ ଅନ୍ୟ ସ୍କୁଟରଠାରୁ ଭିନ୍ନ ହୋଇଛି। ଫଳରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଉକ୍ତ ସ୍କୁଟରକୁ ସବୁଠୁ ଅଦ୍ଭୁତ ସ୍କୁଟର କହିଲେ ଅତ୍ୟୁକ୍ତି ହେବ ନାହିଁ।

 

View this post on Instagram

 

A post shared by gurleen kaur (@pb13_sangrur_walle)

ଭିଡିଓ ଆରମ୍ଭରେ ସ୍କୁଟରର ଆଗ ଭାଗ ପଛପଟ ପରି ଦେଖାଯାଏ। ଏହି ସ୍କୁଟର ହେଉଛି ଭେସ୍ପା କମ୍ପାନୀର। ଯାହା କଳା ରଙ୍ଗର ଅଟେ। ଫୁଟର୍‌ ସିଟ୍‌ରେ ବସିଥିବା ଜଣେ ଯୁବକ ସ୍କୁଟର ଚଳାଉଥିବା ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ଏକ ଚେ୍‌କ ଶର୍ଟ ଏବଂ ହଳଦିଆ ପ୍ୟାଣ୍ଟ ପିନ୍ଧିଛନ୍ତି। ତାଙ୍କ ଆଖିରେ ଚଷମା ଅଛି। ସେ ମଧ୍ୟ ମୁଣ୍ଡରେ ହେଲମେଟ ପିନ୍ଧିଛନ୍ତି। ସ୍କୁଟର ଆଗରେ ପାର୍ଶ୍ୱ ଦର୍ପଣ ଏବଂ ବୁଲେଟ ସାଇଲେନ୍ସର ମଧ୍ୟ ରହିଛି।

ଯେତେବେଳେ ଯୁବକ ଜଣକ ଏହି ସ୍କୁଟରରେ ରାସ୍ତାରେ ଯାଉଥିଲେ ତାଙ୍କୁ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହୁଥିବା ଭିଡିଓରେ ଦେଖିବାକୁ ମିଳିଛି।
‘pb13_sangrur_walle’ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଏକ ପଞ୍ଜାବୀ ଗୀତ ମଧ୍ୟ ଶୁଣିବାକୁ ମିଳୁଛି।

ଗୋଟିଏ ଦିନ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓ ବର୍ତ୍ତମାନ ସୁଦ୍ଧା ୬୦୦ରୁ ଅଧିକ ଲାଇକ୍‌ ପାଇଛି। ଲୋକମାନେ ମଧ୍ୟ ସ୍କୁଟରର ଡିଜାଇନକୁ ପସନ୍ଦ କରୁଛନ୍ତି। ସେଥିପାଇଁ ସେ କମେଣ୍ଟ ସେକ୍ସନରେ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି। ଭିଡିଓ ଦେଖିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ ଯେ, ଏହି ସ୍କୁଟରଟି ଚଲାଇବା ପାଇଁ ଏହି ଯୁବକ କିପରି ବାଲାନ୍ସ ବା ଭାରସାମ୍ୟ ରକ୍ଷା କରୁଛନ୍ତି। କାରଣ ଏହି ସ୍କୁଟରଟି ଓଲଟା ଗତି କରୁଥିବା ଦେଖାଯାଏ। ମାତ୍ର ଏହା ସିଧା ହିଁ ଗତି କରୁଛି। କେବଳ ଏହା ଯାହା ଓଲଟା ପରି ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

ବିଶ୍ୱ ଜନଜାତି ଦିବସରେ ଗର୍ଜିଲେ ଅଧିବାସୀ, କନ୍ଧମାଳ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ବିରୋଧ

ଦାରିଙ୍ଗବାଡି,୯ା୮(ଅରୁଣ ସହୁ ): ବିଶ୍ୱ ଜନଜାତି ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା, ପୁରୁଷ…

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ପିଇଓ ସଙ୍ଘର କର୍ମକର୍ତ୍ତା ଚୟନ, ଦାୟିତ୍ୱ ନେଲେ ପଦାଧିକାରୀ

କୋରାପୁଟ,୯।୮(ଅମିତାଭ ବେହେରା): ନିଖିଳ ଉତ୍କଳ କୋରାପୁଟ ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘର ପୁନର୍ଗଠନ ତଥା ନୂତନ କମିଟି ଗଠନ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri