ଥଣ୍ଡା ରୋଗୀଙ୍କୁ ଦେଇଦେଲେ କୁକୁରକାମୁଡ଼ା ଇଞ୍ଜେକ୍ସନ, ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଭଦ୍ରକ,୪ା୪(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ହାତ ଗୋଡ଼ ବିନ୍ଧା ହେଉଥିବାରୁ ଡାକ୍ତରଖାନା ଆସିଥିଲେ ଜଣେ ରୋଗୀ। ତାଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଭଣ୍ଡାରିପୋଖରୀ ଥାନା ଅଧୀନ ଦକ୍ଷିଣବାଡ଼ ଗାଁର ୫୬ ବର୍ଷୀୟ ବିଜୟ ବିଶ୍ବାଳଙ୍କ ଥଣ୍ଡା ଯୋଗୁ ଗୋଡ଼ହାତ ବିନ୍ଧା ହେଉଥିଲା। ସେ ଗୁରୁବାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଦେଖି ପ୍ରେସ୍‌କ୍ରିପଶନ ମଧ୍ୟ ଲେଖିଥିଲେ। ସେ ଅନ୍ୟ ଔଷଧ ସହ ଡାଇକ୍ଲୋଫେନାକ୍‌ ଇଞ୍ଜେକ୍ସନ ଲେଖିଥିଲେ। ବିଜୟ ଇଞ୍ଜେକ୍ସନ ନେବା ପାଇଁ ଲାଇନରେ ଥିଲେ। ସେଠାରେ ଇଞ୍ଜେକ୍ସନ ଦେଉଥିବା ଥିବା ନର୍ସ ଡାଇକ୍ଲୋଫେନାକ ଇଞ୍ଜେକ୍ସନ ଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ। ଏହା ଜାଣିବା ପରେ ବିଜୟଙ୍କ ପରିବାର ଲୋକେ ନର୍ସଙ୍କୁ ଏ ସଂକ୍ରାନ୍ତରେ ପଚାରି ବୁଝିଥିଲେ। ହେଲେ ସମାଧାନ ପରିବର୍ତ୍ତେ ସଂପୃକ୍ତ ନର୍ସ ବିଜୟଙ୍କ ପ୍ରେସ୍‌କ୍ରିପ୍‌ଶନ ନେଇ ଡାକ୍ତରଖାନାରୁ ଛୁ ମାରିଥିଲେ। ବିଜୟଙ୍କୁ ପରିବାର ଲୋକେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅନ୍ୟପକ୍ଷରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଡ଼କରଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ ଆହ୍ବାନ

ଡୁଙ୍ଗୁରିପାଲି ,୨୯ା୪(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏସ୍‌ସି, ଏସ୍‌ଟି ଷ୍ଟଲ ପରିସରରେ ରବିବାର ରାତି ୮ଟା ୩୦ରେ ସମ୍ବିଧାନ...

ଦିଗଶିରାରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଡୁଙ୍ଗୁରିପାଲି, ୨୯ା୪(ଦୀନବନ୍ଧୁ ସୁନା) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ପଞ୍ଚାୟତର...

Gold Rate: ଅକ୍ଷୟ ତୃତୀୟା ପୂର୍ବଦିନ ଖସିଲା ସୁନାଦର! କାଲି ଏତେ କମିିଯିବ…

ନୂଆଦିଲ୍ଲୀ, ୨୯।୪: ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ବି ହ୍ରାସ ଦେଖାଦେଇଛି। ଏକ ରିପୋର୍ଟ ଅନୁସାରେ, ଗତ ଦୁଇ ଦିନରେ ସୁନାର ମୂଲ୍ୟ ପ୍ରାୟ ୩,୮୦୦...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ‘ଗାଏବ’ ପୋଷ୍ଟ: ବିବାଦ ପରେ ଡିଲିଟ କଲା କଂଗ୍ରେସ

ନୂଆଦିଲ୍ଲୀ, ୨୯।୪: କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲା, ଯେଉଁଥିରେ ମୋଦିଙ୍କ ମୁଣ୍ଡବିହୀନ ଫଟୋ...

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ...

ସନ୍ଦେହଜନକ ଭାବେ ଯୁବତୀଙ୍କ ମୃତ୍ୟୁ, ମୃତଦେହ ଜବତ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଏନ୍‌.ସୁଷମା ରେଡ୍ଡୀ(୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏନେଇ ଏତଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri