Posted inଫୁରସତ

ଦୁଇ ଯୁବକଙ୍କୁ ଗର୍ଭ ପରୀକ୍ଷା ପାଇଁ ପରାମର୍ଶ ଦେଲେ ଡାକ୍ତର, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋଗରେ ପଡ଼ିଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ। ଡାକ୍ତର ଔଷଧ ଦେଲେ ଲୋକେ ସୁସ୍ଥ ହୋଇଥା’ନ୍ତି। କିନ୍ତୁ ଯଦି ଡାକ୍ତର ଭୁଲ ପ୍ରେସ୍‌କ୍ରିପ୍‌ସନ୍‌ ଲେଖନ୍ତି ତେବେ ରୋଗୀର ଅବସ୍ଥା ସଂଗୀନ ହୋଇପଡ଼େ। ସେହିପରି ଏକ ଘଟଣା ଘଟିଛି ଦୁଇ ଯୁବକଙ୍କ କ୍ଷେତ୍ରରେ। ଦୁଇ ଯୁବକଙ୍କ ପେଟ ଦରଜ ହେବାରୁ ସେମାନେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ସେମାନଙ୍କ ଗର୍ଭ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ରାଜ୍ୟ ସିମରିଆର ଚୋରବୋରା ଗାଁର ଯୁବକ ଗୋପାଳ ଗଂଝୁ ଏବଂ କାମେଶ୍ୱର ଗଂଝୁଙ୍କ କ୍ଷେତ୍ରରେ। ଏହି ଦୁଇ ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସିମରିଆ ରେଫରାଲ ହସ୍ପିଟାଲ ଯାଇଥିଲେ। ଡାକ୍ତର ମୁକେଶ ଗର୍ଭ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତର ଲେଖିଥିବା ପ୍ରେସ୍‌କ୍ରିପ୍‌ସନ୍‌ରେ ଏଏନ୍‌ସି ଅର୍ଥାତ୍‌ ଆଣ୍ଟି ନେଟାଲ ଚେକ୍‌ଅପ୍‌ ପାଇଁ ପରାମର୍ଶ ଦିଆଯାଇଛି। ଦୁଇ ଯୁବକଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ନଂ ୧୭୦୨୮ ଏବଂ ୧୭୦୩୨। ଖାଲି ଏତିକି ନୁହେଁ, ଏଥିରେ ଏଚ୍‌ଆଇଭି, ଏଚ୍‌ବିଏ, ଏଚ୍‌ସିବି, ଏଚ୍‌ଏଚ୍‌-୨ ଏବଂ ଏଏନ୍‌ସି ଚେକ୍‌ଅପ୍‌ ପାଇଁ ଲେଖାଯାଇଛି। ଦୁଇ ଯୁବକଙ୍କୁ ଡାକ୍ତର ଏକାପ୍ରକାର ଔଷଧ ବି ଲେଖିଛନ୍ତି। ପ୍ରେସ୍‌କ୍ରିପ୍‌ସନ୍‌ ନେଇ ଦୁଇଜଣ ଏକ ପାଥୋଲାବକୁ ଯାଇଥିଲେ। ଲ୍ୟାବ୍‌ରେ କିଛି ପରୀକ୍ଷା ମଧ୍ୟ କରାଯାଇଥିଲା କିନ୍ତୁ ଗର୍ଭ ପରୀକ୍ଷା ପାଇଁ ମନା କରାଯାଇଥିଲା। ପରେ ଦୁଇ ଯୁବକ ସିଭିଲ ସର୍ଜନ ଡାକ୍ତର ଅରୁଣ କୁମାର ପାଶ୍‌ଓ୍ବାନ୍‌ଙ୍କ ନିକଟକୁ ଯାଇଥିଲେ। ଏହା ପରେ ଡାକ୍ତର ଅରୁଣ ପ୍ରଭାରୀଙ୍କୁ ଯାଞ୍ଚ କରି ଦୁଇଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ଦ୍ୱିତୀୟ ଥର ଡାକ୍ତର ମୁକେଶ ଅଲଗା ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଥିଲେ। ମୁକେଶଙ୍କୁ ପଚାରିବାରୁ ପ୍ରେସ୍‌କ୍ରିପ୍‌ସନ୍‌ରେ ଓଭର ରାଇଟିଂ କରାଯାଇଛି। ତାଙ୍କୁ ବଦ୍‌ନାମ କରିବାକୁ ଏପରି କେହି କରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?