Posted inଫୁରସତ

ଜାଣନ୍ତି କି କେଉଁଠାରେ ଅଧିକ ପଡ଼ିଥାଏ ଉଲ୍‌କା ପିଣ୍ଡ, କାରଣ ଜାଣିଲେ…

ସାଧାରଣତଃ ଆକାଶରୁ ତାରା ଖସିଲା ବୋଲି ଲୋକେ କୁହନ୍ତି। ମାତ୍ର ଏଗୁଡ଼ିକ ପ୍ରକୃତିରେ ଉଲ୍‌କା ପିଣ୍ଡ। ଯାହା ମହାକାଶରୁ ପୃଥିବୀ ଉପରେ ପଡୁଥିବା ପଥର ବା ଧାତୁ ଖଣ୍ଡ। ଏମାନେ ଆକାଶରେ ଚମକୁଥିବା ଦେଖାଯାଏ ଏବଂ କେତେକ ସମୟରେ ପୃଥିବୀ ପୃଷ୍ଠରେ ପହଞ୍ଚି ବଡ଼ବଡ଼ ଗର୍ତ୍ତ ସୃଷ୍ଟି କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ପୃଥିବୀର ଅଧିକାଂଶ ଉଲ୍‌କାପିଣ୍ଡ କେଉଁସ୍ଥାନରେ ପଡ଼ିଥାଏ ଏବଂ ଏହା ପଛରେ କାରଣ କ’ଣ ଜାଣନ୍ତୁ…

ବୈଜ୍ଞାନିକଙ୍କ ଅନୁସାରେ ପୃଥିବୀର ଯେକୌଣସି ସ୍ଥାନରେ ଉଲ୍‌କାପିଣ୍ଡ ପଡ଼ିପାରେ। କିନ୍ତୁ କିଛି ଅଞ୍ଚଳରେ ସେମାନଙ୍କର ଖସିବାର ସମ୍ଭାବନା ଏବଂ ପ୍ରମାଣ ଅଧିକ ଥାଏ। ଆଣ୍ଟାର୍କଟିକାକୁ ଅଧିକାଂଶ ଉଲ୍‌କାପିଣ୍ଡର ଗଡ଼ ବୋଲି ବିବେଚନା କରାଯାଏ।

ଏହାର କାରଣ ହେଉଛି ସେଠାରେ ଥିବା ବରଫାବୃତ ଚାଦର ଏବଂ ଥଣ୍ଡା, ଶୁଷ୍କ ପରିବେଶ। ଆଣ୍ଟାର୍କଟିକାର ବରଫରେ ଉଲ୍‌କାପିଣ୍ଡ ସହଜରେ ସଂରକ୍ଷିତ ହୁଏ, କାରଣ ସେଠାରେ ଆର୍ଦ୍ରତା ଏବଂ ଅମ୍ଳଜାନର ଅଭାବରୁ ସେଗୁଡ଼ିକ ନଷ୍ଟ ହୁଏ ନାହିଁ। ବରଫର ଧଳା ପୃଷ୍ଠରେ କଳା କିମ୍ବା ଗାଢ଼ ରଙ୍ଗର ଉଲ୍‌କାପିଣ୍ଡ ସହଜରେ ଦୃଶ୍ୟମାନ ହୁଏ, ଯାହା ବୈଜ୍ଞାନିକମାନଙ୍କୁ ସେମାନଙ୍କୁ ଖୋଜିବାରେ ସାହାଯ୍ୟ କରେ। ନାସା ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ଦଳ ପ୍ରତିବର୍ଷ ଆଣ୍ଟାର୍କଟିକାରେ ହଜାର ହଜାର ଉଲ୍‌କାପିଣ୍ଡ ସଂଗ୍ରହ କରନ୍ତି।

ଏହା ବ୍ୟତୀତ ସାହାରା ମରୁଭୂମି ଏବଂ ଅଷ୍ଟ୍ରେଲିଆର ଶୁଷ୍କ ସମତଳ ଅଞ୍ଚଳ ଭଳି ମରୁଭୂମି ମଧ୍ୟ ଉଲ୍‌କାପିଣ୍ଡ ପାଇଁ ପ୍ରସିଦ୍ଧ। ଏହି ଅଞ୍ଚଳରେ କମ୍‌ ଉଦ୍ଭିଦ ଏବଂ ଖୋଲା ଜମି ହେତୁ, ଉଲ୍‌କାପିଣ୍ଡ ସହଜରେ ମିଳିଯାଏ। ଭାରତରେ ମଧ୍ୟ ମହାରାଷ୍ଟ୍ରର ଲୋନାର ହ୍ରଦ ଏବଂ ରାଜସ୍ଥାନର ରାମଗଡ଼ ଗର୍ତ୍ତ ଉଲ୍‌କାପିଣ୍ଡର ପ୍ରଭାବରେ ଗଠିତ, ଯାହା ବୈଜ୍ଞାନିକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଉଲ୍‌କାପିଣ୍ଡ ମୁଖ୍ୟତଃ ଗ୍ରହାଣୁ ବେଲ୍ଟ (ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ)ରୁ ଆସିଥାଏ। ଏହି ଛୋଟ ଏବଂ ବଡ଼ ପଥର କିମ୍ବା ଧାତୁ ଖଣ୍ଡଗୁଡ଼ିକ ମହାକାଶରେ ଘୂରି ବୁଲନ୍ତି ଏବଂ ଯେତେବେଳେ ସେମାନେ ପୃଥିବୀର କକ୍ଷପଥରେ ଆସନ୍ତି, ସେମାନେ ଗୁରୁତ୍ୱାକର୍ଷଣ ଯୋଗୁ ବାୟୁମଣ୍ଡଳରେ ପ୍ରବେଶ କରନ୍ତି।

ବାୟୁମଣ୍ଡଳରେ ଘର୍ଷଣ ଯୋଗୁ ସେମାନେ ଜଳିବା ଆରମ୍ଭ କରନ୍ତି, ଯାହା ଯୋଗୁ ଆମେ ଆକାଶରେ ଚମକଦାର ଆଲୋକ ଦେଖିପାରୁ। କିଛି ଉଲ୍‌କାପିଣ୍ଡ ଏତେ ବଡ଼ ଯେ, ସେମାନେ ବାୟୁମଣ୍ଡଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ନଥାନ୍ତି ଏବଂ ପୃଥିବୀ ଉପରେ ପଡ଼ି ଗର୍ତ୍ତ ସୃଷ୍ଟି କରନ୍ତି।

ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୬୧୦୦ ଉଲ୍‌କାପିଣ୍ଡ ସମଗ୍ର ପୃଥିବୀରେ ପଡ଼ିଥାଏ, କିନ୍ତୁ ସେମାନଙ୍କର ଆକାର ଏତେ ଛୋଟ ଯେ ସେମାନେ କ୍ଷତି କରନ୍ତି ନାହିଁ। ବଡ଼ ଉଲ୍‌କାପିଣ୍ଡ ପଡ଼ିବା ଘଟଣା ବିରଳ।

୧୯୦୮ (ରୁଷିଆ)ର ଟୁଙ୍ଗୁସ୍କା ଘଟଣା କିମ୍ବା ୨୦୧୩ରେ ରୁଷିଆର ଚେଲିଆବିନ୍ସକ୍‌ରେ ବିସ୍ଫୋରଣ। ଏହି ଘଟଣାଗୁଡ଼ିକ ଦର୍ଶାଉଛି ଯେ, ଉଲ୍‌କାପିଣ୍ଡ ମଧ୍ୟ ପୃଥିବୀ ପାଇଁ ବିପଦ ସୃଷ୍ଟି କରିପାରେ। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ୬୫ ନିୟୁତ ବର୍ଷ ପୂର୍ବେ ମେକ୍ସିକୋରେ ପଡ଼ିଥିବା ଏକ ଉଲ୍‌କାପିଣ୍ଡ ଡାଇନୋସରର ବିଲୁପ୍ତିର କାରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?