Posted inଜାତୀୟ

ରନ୍‌ଓ୍ବେରେ ପିଟିହେଲା ବିମାନ

ମୁମ୍ବାଇ,୧୬ା୮: ଶନିବାର ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବ୍ୟାଙ୍କକରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ଏୟାରବସ୍‌ A321 ବିମାନ (ଉଡ଼ାଣ ନମ୍ବର 6E 1060) ଅବତରଣ ସମୟରେ ରନ୍‌ଓ୍ବେରେ ଧକ୍କା ଖାଇଥିଲା।

ଖରାପ ପାଗ ଏବଂ ପ୍ରବଳ ବର୍ଷା ମଧ୍ୟରେ ବିମାନର ପଛ ଅଂଶ ରନଓ୍ବେ ସହିତ ଧକ୍କା ଖାଇଥିଲା, ଯାହାକୁ ବିମାନ ଭାଷାରେ ଟେଲ୍‌ ଷ୍ଟ୍ରାଇକ୍‌ କୁହାଯାଏ। ଏହି ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଏହା ପରେ ପୁନର୍ବାର ଅବତରଣ ଚେଷ୍ଟା କରାଯାଇଥିଲା ଏବଂ ତା’ପରେ ଏହାକୁ ସଫଳତାର ସହ ଅବତରଣ କରାଯାଇଥିଲା।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଆମେ ଏହି ବିଷୟରେ ଏକ ଆନୁଷ୍ଠାନିକ ତଦନ୍ତ କରିବୁ ଏବଂ ଶୀଘ୍ର ନିର୍ଦ୍ଦେଶ ଜାରି କରାଯିବ।’ ଘଟଣା ପରେ, ବିମାନକୁ ଗ୍ରାଉଣ୍ଡ କରାଯାଇଛି ଏବଂ ଏହାର ସମ୍ପୂର୍ଣ୍ଣ ତଦନ୍ତ ଏବଂ ମରାମତି ପରେ ଏହାକୁ ପୁଣି ଉଡ଼ାଣ କରିବାକୁ ଅନୁମତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ହଠାତ ସ୍ଥଗିତ ରହିଲା ଟାଟା ଇନଷ୍ଟିଚ୍ୟୁଟରେ ଥିବା ସମାବର୍ତ୍ତନ ଉତ୍ସବ; ମୁଖ୍ୟ ବିଚାରପତି ଥିଲେ ମୁଖ୍ୟ ଅତିଥି, ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧।୮: ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବା ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ (TISS) ଅଗଷ୍ଟ ୨ରେ ହେବାକୁ ଥିବା ୮୬ତମ ସମାବର୍ତ୍ତନ ଉତ୍ସବକୁ…

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri