ବର୍ଷାରେ ଓଦା ହେବା ପରେ କରନ୍ତୁ ଏହି ୫ କାର୍ଯ୍ୟ: ନଚେତ ଉପୁଜି ପାରେ ଏସବୁ ସମସ୍ୟା

ବର୍ଷା ଦିନ ଆରମ୍ଭ ହୋଇଯାଇଛି। ଏହି ସମୟରେ ବର୍ଷାରେ ଭିଜିବା ଦ୍ୱାରା ଅନେକ ସଂକ୍ରମଣ ହୋଇଥାଏ। ଏଭଳି ପରିସ୍ଥିତିରେ ବର୍ଷାଠାରୁ ଦୂରେଇ ରହିବା ଉଚିତ। ଯଦି କୌଣସି ପରିସ୍ଥିତିରେ ବର୍ଷାରେ ଓଦା ହେଉଛନ୍ତ ତେବେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। କାରଣ ଏହା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ପ୍ରାୟତଃ ବର୍ଷାରେ ଭିଜିଲେ ଥଣ୍ଡା, ଜ୍ୱର, କାଶ, ଫ୍ଲୁ ଆଦି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ ବର୍ଷାରେ ଓଦା ହେବା ପରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେଇ ଏହି ସମସ୍ୟାରୁ ମୁକ୍ତି ପାଇବେ।

ବର୍ଷାରେ ଭିଜିବା ପରେ ପୋଷାକ ବଦଳାନ୍ତୁ
ଯଦି କୌଣସି କାରଣରୁ ବର୍ଷାରେ ଭିଜିଯାଉଛନ୍ତି ତେବେ ଘରକୁ ଆସିବା ପରେ ପୋଷାକ ବଦଳାଇ ଦିଅନ୍ତୁ। କାରଣ ଓଦା ପୋଷାକ ଥଣ୍ଡା, ଜ୍ୱର ଭଳି ସମସ୍ୟା ସୃଷ୍ଟି କରିଥାଏ।

ବର୍ଷାରେ ଭିଜିବା ପରେ କେଶକୁ ଶୁଖାନ୍ତୁ
ବର୍ଷାରେ ଭିଜିବା ପରେ ଉଷୁମ ପାଣିରେ ଗାଧୋଇବା ଉଚିତ। ଶରୀର ସହ କେଶକୁ ଭଲଭାବେ ଶୁଖାନ୍ତୁ। କାରଣ ବର୍ଷାରେ କେଶ ଭିଜିବା ଫଳରେ ଅନେକ ସଂକ୍ରମଣ ଅଶଙ୍କା ଥାଏ। ସେଥିପାଇଁ କେଶକୁ ଭଲ ଭାବେ ଶୁଖାନ୍ତୁ।

ଗରମ ଖାଦ୍ୟ ଏବଂ ପାନୀୟ ଗ୍ରହଣ

ଏହି ଋତୁରେ ଅଧିକ ସଂକ୍ରମଣ ସମ୍ଭାବନା ଥାଏ। ତେଣୁ ଖାଦ୍ୟ ଏବଂ ପାନୀୟ ପ୍ରତି ଦୃଷ୍ଟି ଦବା ଉଚିତ୍‌। ଯଥାସମ୍ଭବ ଗରମ ଖାଦ୍ୟ ଏବଂ ପାନୀୟ ଗ୍ରହଣ କରିବା ଆବଶ୍ୟକ।

ବାହାର ଖାଦ୍ୟ ଠାରୁ ଦୂରତା
ବର୍ଷାରେ ଲୋକେ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରନ୍ତି। ଏହା ପେଟରେ ଯନ୍ତ୍ରଣା ସୃଷ୍ଟି କରିଥାଏ। ଯଥା ସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ।

ବ୍ୟାୟାମ
ବର୍ଷା ଦିନେ ହାଲୁକା ବ୍ୟାୟାମ କରିବା ଉଚିତ। ଏହା କରିବା ଦ୍ୱାରା ଫିଟ ରହିବେ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହେବ। ଯଦି ଆପଣ ବାହାରେ ଭିଜୁଛନ୍ତି, ତେବେ ଆପଣ ଷ୍ଟ୍ରେଚ୍‌ ବ୍ୟାୟାମ କରିବା ଫଳରେ ଶରୀର ଗରମ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri