ଏହି ୫ ସଙ୍କେତକୁ କରନ୍ତୁନି ଅଣଦେଖା: ସମୟ ଥାଉ ଥାଉ ବଞ୍ଚେଇ ପାରିବେ ସମ୍ପର୍କ

ଯେକୌଣସି ସଂପର୍କ ହେଉନା କାହିଁକି ସେଥିରେ ପ୍ରେମ ରହିବା ଅତ୍ୟନ୍ତ ଜରୁରୀ। ବିଶେଷ ଭାବେ ସେତେବେଳେ ଯେତେବେଳେ ଆପଣ ଆପଣଙ୍କର ସମଗ୍ର ଜୀବନକୁ କାହା ସହିତ ବିତାଉଛନ୍ତି। ମାତ୍ର ଯଦି ଉଭୟଙ୍କ ମଧ୍ୟରେ ପ୍ରେମ ଶେଷ ହେଇଯାଏ, ତେବେ ସମ୍ପର୍କ ବୋଝ ଭଳି ମନେ ହୁଏ। ଏହିପରି ଦମ୍ପତିମାନେ କେବଳ ବିବାହର ସମ୍ପର୍କକୁ ଏକ ବନ୍ଧନ ଭାବରେ ଗ୍ରହଣ କରି ଦାୟିତ୍ୱ ସମ୍ପାଦନ କରିଥାନ୍ତି। ମାତ୍ର ଯଦି ସମ୍ପର୍କର ଏହି ଦୂରତା ଠିକ୍‌ ସମୟରେ ଜଣାପଡ଼ିଯାଏ ତେବେ ବିବାହିତ ଜୀବନକୁ ସୁଖମୟ କରିହୁଏ।
ତେବେ ଜାଣନ୍ତୁ ସେ ସମ୍ପର୍କରେ…

ଯଦି ଆପଣ ଏବଂ ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ କେବଳ କାମଥିଲେ ବାର୍ତ୍ତାଳାପ ହୁଏ, ତେବେ ଏହି ଯୋଗାଯୋଗ ବ୍ୟବଧାନ ଆପଣଙ୍କ ସମ୍ପର୍କରେ ଏକ ମତଭେଦ ସୃଷ୍ଟି କରିପାରେ। କାରଣ ସମ୍ପର୍କକୁ ବଜାୟ ରଖିବା ପାଇଁ ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟଥା ଭୁଲ ବୁଝାବଣା ଲାଗି ସମୟ ଲାଗି ନ ଥାଏ।

ଯଦି ଆପଣ ରୋଗରେ ପଡ଼ିବା ପରେ ପାର୍ଟନର କେବଳ ଔଷଧ ଦେଇ ତାଙ୍କ ଦାୟିତ୍ୱ ସାରି ଦିଅନ୍ତି ଏବଂ ଭଲ ମନ୍ଦ ନ ବୁଝନ୍ତି ସେତେବେଳେ ସମ୍ପର୍କରେ ପ୍ରେମ ଶେଷ ହୋଇ ଆସୁଛି ବୋଲି ଭାବି ନେବ। ଯଦି ଏହା ଜଣାପଡ଼େ ଯେ, ଆପଣ ଦୁହେଁ ନିଜ ସମ୍ପର୍କକୁ କର୍ତ୍ତବ୍ୟ ଭାବରେ ଗ୍ରହଣ କରୁଛ, ତୁମେ ପରସ୍ପରର ଜୀବନରେ କ’ଣ ଘଟୁଛି ଜାଣିବାକୁ ଆଗ୍ରହୀ ନୁହଁ କିମ୍ବା ତୁମେ ପରସ୍ପରର ଯତ୍ନ ନେବା କମ୍‌ କରି ଦେଇଛ।

ପରସ୍ପରର ଭାବନା ବିଷୟରେ ଚିନ୍ତା କରିବା ବନ୍ଦ ହୋଇଗଲେ, ସଂପର୍କରେ ପ୍ରେମ ଶେଷ ହେବାକୁ ଲାଗେ।

ସମ୍ପର୍କ କେତେ ପୁରୁଣା ହେଉନା କାହିଁକି, ଆପଣଙ୍କ ପ୍ରେମକୁ ପ୍ରକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପ୍ରତ୍ୟେକ ଦମ୍ପତି ଏକାଠି ସମୟ ବିତାଇବାକୁ ଭଲ ପାଆନ୍ତି, ତେଣୁ ଦମ୍ପତିମାନେ ପ୍ରାୟତଃ ପରସ୍ପର ସହିତ ଅଧିକ ସମୟ ଅତିବାହିତ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଯଦି ଆପଣ ସାଥୀ ଅପେକ୍ଷା ବନ୍ଧୁ ଏବଂ ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଇ ଖୁସି ହୁଅନ୍ତି, ତେବେ ଏହାର ଅର୍ଥ ହେଉଛି, ଆପଣଙ୍କ ଦାମ୍ପତ୍ୟ ଜୀବନରେ ପ୍ରେମ ହଜିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିତି ଏଥିରୁ ଚାମୁଚେ, ବହୁ ରୋଗରୁ ରଖେ ଦୂରେଇ…

ପ୍ରତିଦିନ ଶରୀରର ସାଧାରଣ ପ୍ରକ୍ରିୟା ଜାରି ରଖିବା ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଚାମୁଚେ ଗୁଆଘିଅ ସାମିଲ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ପାଖରେ ଏହି ୩ ଗୁଣ ଅଛି କି ନାହିଁ ପରଖି ନିଅନ୍ତୁ, ଖୁସିରେ ରହିବେ

ସ୍ବାମସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଦମ୍ପତିଙ୍କର କିଛି ଗୁଣ ବିଷୟରେ କହିଛନ୍ତି। ଜୀବନସାଥୀ...

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ...

ବହୁ ଉପକାରୀ ମୁଗଡାଲି ପାଣି

ମୁଗଡାଲିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ...

ମୁଡ ଅଫ୍‌ ଥିଲେ

ପ୍ରିୟଜନଙ୍କ ସହ ମନାନ୍ତର ହେଉ ବା କୌଣସି କାର୍ଯ୍ୟରେ ଅସଫଳତା, ଏମିତି ବିଭିନ୍ନ କାରଣ ହେତୁ ଆମର ମୁଡ ଅଫ୍‌ ହେଇଯାଏ। ମୁଡ ଅଫ୍‌ ହେବା...

ବହୁତ ରୋଜଗାର କରନ୍ତି; ହେଲେ ସ୍ବଭାବରେ ଭାରି ଖର୍ଚ୍ଚି ଏହି ରାଶିର ଲୋକେ; ଏହି କ୍ଷେତ୍ରରେ ପାଇଥାନ୍ତି ସଫଳତା

ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ଲୋକଙ୍କ ସ୍ବଭାବ ଭିନ୍ନ । ସେମାନଙ୍କର ପସନ୍ଦ ନାପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ। ଆଜି ରାଶିର ଆଲୋଚନାରେ କର୍କଟ...

ଅଣ୍ଟା ଯନ୍ତ୍ରଣାର ଘରୋଇ ଉପଚାର

-ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା ସହ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ। -ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ।...

ଚିକେନ୍‌ କାଲି ମିର୍ଚି

ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖି ପୁରୀ ସହରର ପ୍ରାୟ ବଡ଼ ବଡ଼ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି।...

Advertisement
Archives

Model This Week